ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ମହିଳା ଭିକ ମାଗି ନଗରନିଗମରେ ଟିକସ ପଇଠ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମହିଳାଙ୍କ ନାମ ଜ୍ୟୋତ୍ସ୍ନା ଗାନ୍ଧୀ। ଗୁଜରାଟ ବଡୋଦରାରେ ସେ ରୁହନ୍ତି ।

ତାଙ୍କର ଗୋଟିଏ ପୁଅ । ସେ ବି ଦିବ୍ୟାଙ୍ଗ। ତେବେ ପୁଅର ଦେଖାଶୁଣା କରିବା ପାଇଁ ଜ୍ୟୋତ୍ସ୍ନା ଏକ ମନ୍ଦିିର ବାହାରେ ବସି ଭିକ ମାଗିଥାନ୍ତି। ବଡ଼ୋଦରା ନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟରେ ତାଙ୍କୁ ହଠାତ୍‌ ପହଞ୍ଚିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଏମ୍‌ସିର ବକେୟା ଟ୍ୟାକ୍ସ ଦେବା ଲାଗି ସେ ଏକ ବ୍ୟାଗ୍‌ରେ ଖୁଚୁରା ଟଙ୍କା ବି ନେଇଥିଲେ । ଜ୍ୟୋତ୍ସ୍ନା ୨୦୦୩ରୁ ଟ୍ୟାକ୍ସ ଭରି ନ ଥିଲେ। ତାଙ୍କୁ ଏ ବାବଦରେ ପାଖାପାଖି ୧୩,୦୦୦ ଟଙ୍କା ପଇଠ କରିବାକୁ ଥିଲା। କେବଳ ଏତିକି ନୁହେଁ ବିଏମ୍‌ସିର ଆସିଷ୍ଟାଣ୍ଟ୍‌ ମ୍ୟୁନିସିପାଲ୍‌ କମିଶନର ଜିଗ୍ନେଶ ଗୋହିଲ କୁହନ୍ତି, ପୂର୍ବରୁ ଏହି ଟ୍ୟାକ୍ସ ପାଇଁ ଜ୍ୟୋତ୍ସ୍ନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଯେଭଳି ଘର ସିଲ୍‌ କରିବା ଆଦି ଗ୍ରହଣ କରାଯାଇନଥିଲା। କିନ୍ତୁ ଏଇ ନିକଟରେ ସାଉଥ୍‌ ଜୋନ୍‌ରୁ ତାଙ୍କ ପାଖକୁ ଏଥିପାଇଁ ଏକ ନୋଟିସ ପଠାଇବା ପରେ ତାହା ସେ ପାଇ ଟ୍ୟାକ୍ସ ପଇଠ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri