ନୂଆଦିଲ୍ଲୀ,୨।୧୨: ଅଯୋଧ୍ୟା ମାମଲାର ରାୟ ଆସିବାର ପ୍ରାୟ ଏକ ମାସ ପରେ ପୁଣି ଏହା ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ସୋମବାର ଜମିୟତ୍ ଉଲେମା-ଇ ହିନ୍ଦ୍ ସଂଗଠନ ପକ୍ଷରୁ ଏନେଇ ପୁନର୍ବିଚାର ଆବେଦନ ଦାଖଲ କରାଯାଇଛି। ଆଇନଜୀବୀ ରାଜୀବ ଧାଓ୍ବନଙ୍କ ଦ୍ୱାରା ପୁନର୍ବିଚାର ୨୧୭ ପୃଷ୍ଠା ସମ୍ବଳିତ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। କୋର୍ଟ ଆବେଦନକୁ ସ୍ବୀକାର କରି ନେଲେ ପୁଣି ଏହି ମାମଲା ଉପରେ ବିଚାର ଆରମ୍ଭ ହେବ ବୋଲି କୁହାଯାଉଛି।


