ଅବସର ନେବେ ମହାନାୟକ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସାଧାରଣ ଅର୍ଥରେ ବଲିଉଡ୍‌ ମହାନାୟକ କୁହାଯାଏ ନାହିଁ। ସେ ପ୍ରକୃତରେ ବଲିଉଡ୍‌ର ମହାନାୟକ। ଦଶନ୍ଧି ଦଶନ୍ଧି ଧରି ନିଜ ଅତୁଳନୀୟ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ସବୁ ପିଢ଼ିର ହିରୋଇନ୍‌ଙ୍କ ସହ ସେ ପରଦାରେ ଅଭିନୟ କରିଛନ୍ତି। ସବୁ ପିଢ଼ିର ହିରୋଙ୍କୁ ପଛରେ ପକାଇ ଦେଇଛନ୍ତି। ଭିନ୍ନ ଭିନ୍ନ ସ୍ବାଦର ଫିଲ୍ମ କରି ଅଦ୍ୱିତୀୟ ଅଭିନେତା ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ବି, ୭୭ ବଷର୍ର୍ ବୟସରେ ସେ କଠିନ ପରିଶ୍ରମ କରୁଛନ୍ତି। ଶୁଟିଂ ସେଟ୍‌ରେ ସମୟାନୁବର୍ତ୍ତୀ ହେବା ସହ ସଂକଳ୍ପବଦ୍ଧ ହୋଇ ଉତ୍ସର୍ଗୀକୃତ ଭାବନା ନେଇ କାମ କରୁଛନ୍ତି। ପିଢ଼ି ପରେ ପିଢ଼ି ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ତାଙ୍କ ଅଭିନୟ ଦକ୍ଷତାକୁ ଅନୁସରଣ ମଧ୍ୟ କରିଛନ୍ତି। ସେଥିପାଇଁ ତ ବିଗ୍‌ ବି ହେଉଛନ୍ତି ହିନ୍ଦୀ ସିନେମାର ମହାନାୟକ। ହେଲେ ବଲିଉଡ୍‌ ଫ୍ୟାନ୍‌ମାନଙ୍କ ପାଇଁ ରହିଛି ଏକ ଦୁଃଖ ଖବର। ଫିଲ୍ମ ଦୁନିଆରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ମହାନାୟକ ଅମିତାଭ ବଚ୍ଚନ।
ଫିଲ୍ମ ‘ଚେହ୍‌ରେ’ ଏବଂ ‘କୌନ୍‌ ବନେଗା କରୋଡ୍‌ପତି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ବିଗ୍‌ ବି। ତେବେ ବର୍ତ୍ତମାନ ସେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲୀ ଯାଇଛନ୍ତି। ଏହାଛଡ଼ା ଫିଲ୍ମ ‘ଝୁଣ୍ଡ୍‌’ ଏବଂ ‘ଗୁଲାବୋ ସିତାବୋ’ରେ ମଧ୍ୟ ସେ ନଜରକୁ ଆସିବେ। ହେଲେ ଲାଗୁଛି ଏହି ଫିଲ୍ମଗୁଡ଼ିକ ପରେ ଅମିତାଭ ନେଇପାରନ୍ତି ଅବସର। ମନାଲୀରୁ ନିଜ ଅଫିସିଆଲ୍‌ ବ୍ଲଗ୍‌ରେ କିଛି ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ମସ୍ତିଷ୍କ କିଛି କହୁଛି, ହେଲେ ଆଙ୍ଗୁଠି କିଛି ଅଲଗା କହୁଛି, ଏହା ଏକ ସୂଚନା, ମୋତେ ଅବସର ନେଇଯିବା ଉଚିତ।”
ଏହାସହ ମନାଲୀରେ ଶୁଟିଂ କରିବାର ଅନୁଭୂତି ମଧ୍ୟ ଶେୟାର କରିଛନ୍ତି ଅମିତାଭ । ସେ ସ୍ଥାନୀୟ ଲୋକଙ୍କୁ ଅତି ସରଳ, ନିରୀହ ଏବଂ ସଚ୍ଚୋଟ ବୋଲି ଦର୍ଶାଇଛନ୍ତି। ସେମାନଙ୍କ ସହ ସମୟ ବିତାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆଜିକାଲି ଠିକ୍‌ ରହୁନାହିଁ। କିଛିଦିନ ପୂର୍ବେ ବିଗ୍‌ ବି ଫିଲ୍ମ ଦୁନିଆରୁ ଏକ ଲମ୍ବା ବ୍ରେକ୍‌ ନେବେ ବୋଲି ଆମେ ଆପଣଙ୍କୁ ଜଣାଇଥିଲୁ। କିନ୍ତୁ ଏବେ ସେ ଅବସର ନେଇପାରନ୍ତି। ପ୍ରାୟ ଏକମାସ ପୂର୍ବରୁ ବିଗ୍‌ ବି ରୁଟିନ୍‌ ଚେକ୍‌ଅପ୍‌ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲ ଯାଇଥିଲେ। ତା’ ପରେ ପରେ ସେ ବ୍ରେକ୍‌ ନେବା ଖବର ଚର୍ଚ୍ଚା ହେଉଥିଲା। ଏବେ ବ୍ଲଗ୍‌ରେ ଏଭଳି ଇଚ୍ଛା ପ୍ରକାଶ କରିବା ପରେ ଲାଗୁଛି ଅମିତାଭ ବ୍ରେକ୍‌ରେ ନୁହେଁ, ଅବସର ନେବାକୁ ହିଁ ଚାହୁଁଛନ୍ତି। ଏହା ନିଶ୍ଚିତ ଭାବେ ବଲିଉଡ୍‌ପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ହୋଇଥିବାବେଳେ ବିଗ୍‌ ବି ନିରୋଗ ଏବଂ ଦୀର୍ଘାୟୁ ହୁଅନ୍ତୁ ଏହା ସମସ୍ତଙ୍କ କାମନା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri