Posted inଖେଳ

ଖେଳାଳି ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ: ସଞ୍ଜୟ

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ”ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠି ଆସୁଛି। ଏଥିରେ ମୁଁ ଆଦୌ ଖୁସି ନୁହେଁ। ତେଣୁ ଓଡ଼ିଶା କ୍ରିକେଟ ଦଳରେ ଚୟନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବା ଉପରେ ମୁଁ ଅଧିକ ଗୁରୁତ୍ୱ ଦେଉଛି। ଖେଳାଳି ରାଜ୍ୟର ଯେ କୌଣସି ଜିଲାର ହୋଇଥାଉନା କାହିଁକି ଯଦି ତା ନିକଟରେ ପ୍ରତିଭା ଥିବ ସେ ଯେପରି ରଜ୍ୟ ଦଳରେ ସ୍ଥାନ ପାଇବ ଏବଂ ଓଡ଼ିଶା ଖେଳାଳିମାନେ କିପରି ଜାତୀୟ ଦଳରେ ସ୍ଥାନ ପାଇବେ ତାହା ଉପରେ ଗୁରୁତ୍ୱ ଦିଆଯିବ“ ବୋଲି ବୁଧବାର ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ (ବିଏଏ) ପକ୍ଷରୁ ସମ୍ବର୍ଦ୍ଧିତ ହେବା ଅବସରରେ ପ୍ରକାଶ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନର ନୂଆ ସମ୍ପାଦକ ସଞ୍ଜୟ ବେହେରା। ଆଗାମି ଦିନରେ ରାଜ୍ୟରେ କ୍ରିକେଟର ଉନ୍ନତି ପାଇଁ କେତେକ ଯୋଜନା ପ୍ରସ୍ତୁତ କରାଯାଉଛି। ସେଥିରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବ। କେହି ଉପଯୁକ୍ତ ପରାମର୍ଶ ଦେଇ ପାରିଲେ ତାହାକୁ ମଧ୍ୟ ଗ୍ରହଣ କରାଯିବ। ସର୍ବୋପରି ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତିମାନ ନିଆଯିବ ବୋଲି ସଞ୍ଜୟ କହିଛନ୍ତି। ଓଡ଼ିଶା କ୍ରିକେଟକୁ ଭୁବନେଶ୍ୱରର ଅବଦାନ ଅନେକ। ଏଠାରେ ଏକାଧିକ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିଛନ୍ତି। ଆଗାମି ଦିନରେ ମଧ୍ୟ ଏହା ଜାରି ରହୁବୋଲି ମୁଁ ଆଶା କରିବି। ମୁଁ ମୋ ଲକ୍ଷ୍ୟ ପଥରେ ଅଗ୍ରସର ହେବାପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ ଆଶା କରୁଛି ବୋଲି ସଞ୍ଜୟ ପ୍ରକାଶ କରିଛନ୍ତି। ବିଏଏ ପକ୍ଷରୁ ସଞ୍ଜୟଙ୍କ ବ୍ୟତୀତ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ନବନିର୍ବାଚିତ କର୍ମକର୍ତ୍ତାମାନେ ଅନୁପସ୍ଥିତ ଥିଲେ।

ଦ୍ୱିତୀୟ କ୍ରିକେଟ ଷ୍ଟାଡିୟମ ହେବ-
ସମ୍ବର୍ଦ୍ଧିତ ହେବା ଅବସରରେ ଓସିଏ ସଭାପତି ପଙ୍କଜ କହିଲେ ଯେ, ଏବେ ବିସିସିଆଇରେ ପରିବର୍ତ୍ତନ ଆସିଛି, ଓସିଏରେ ମଧ୍ୟ ନୂଆ କର୍ମକର୍ତ୍ତା ନିର୍ବାଚନ ହୋଇଛନ୍ତି। ତେଣୁ କିଛି ଗୋଟିଏ ନୂଆ ହେବ ବୋଲି ସମସ୍ତେ ଆଶା କରିଛନ୍ତି। ଏ ସମ୍ପର୍କରେ ଓସିଏ ସମ୍ପାଦକ ସଞ୍ଜୟ କିଛି ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକି ଆମକୁ ଭଲ ଲାଗିଛି। ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପରେ ତାହା ଯେପରି କାର୍ଯ୍ୟକାରୀ ହେବ ତାକୁ ନଜର ଦେବୁ। ଓଡ଼ିଶାରେ ଦ୍ୱିତୀୟ କ୍ରିକେଟ ଷ୍ଟାଡିୟମ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ସରକାର ଓ ବିସିସିଆଇ ସହିତ ଆଲୋଚନା ହୋଇଛି। ଆମ କାର୍ଯ୍ୟକାଳ ମଧ୍ୟରେ ତାହା ଯେପରି ଆରମ୍ଭ ହୋଇପାରିବ ତା ଉପରେ ଧ୍ୟାନ ଦିଆଯିବ। ରାଜ୍ୟ କ୍ରିକେଟର ବିକାଶରେ ଭୁବନେଶ୍ୱରର ଅବଦାନ ଅନେକ ବୋଲି ପଙ୍କଜ ପ୍ରକାଶ କରିଛନ୍ତି।
ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ବିଏଏ ସଭାପତି ତଥା ବିଧାୟକ ସୁରେଶ ରାଉତରାୟ। ବିଏଏ ସମ୍ପାଦକ ଡ.ସୌର୍ଯ୍ୟରଞ୍ଜନ ପରିଜା, ଉପସଭାପତି ସନ୍ତୋଷ କୁମାର ଦାସ, ଯୁଗ୍ମ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ରଘୁନାଥ ପଣ୍ଡା, କ୍ରିକେଟ ସମ୍ପାଦକ ଅଶୋକ ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ସଭାପତି ତପନ ମହାନ୍ତି ଓ ସମ୍ପାଦକ ଦିଲୀପ ଦାସ ଓସିଏ କର୍ମକର୍ତ୍ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ସିଟି କ୍ଲବ ଏବଂ ଚନ୍ଦ୍ରଶେଖରପୁର ଆଥଲେଟିକ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟାଉନ୍‌କ୍ଲବ ପକ୍ଷରୁ ବିଏଏ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ କ୍ଲବର ସଭାପତି, ସମ୍ପାଦକ, ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ଅନେକ ରଣଜୀ ଖେଳାଳି, ପ୍ରତିଷ୍ଠିତ କ୍ରିକେଟ କୋଚ୍‌ କିଶୋର ମାଣିଆ ଏବଂ ବିଏଏର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri