ରତ୍ନଭଣ୍ଡାରକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ଭକ୍ତଙ୍କ ମନରେ ବଢ଼ିଲା ସନ୍ଦେହ

ପୁରୀ ଅଫିସ, ୨୮ା୧୧: ପୁଣି ଚର୍ଚ୍ଚାକୁ ଆସିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିଧାନସଭାରେ ମଙ୍ଗଳବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବେ ଭିତର ରତ୍ନଭଣ୍ଡାର ଖୋଲାଯିବ ନାହିଁ ବୋଲି କହିବା ପରେ ମହାପ୍ରଭୁଙ୍କ ରତ୍ନଅଳଙ୍କାର କେତେ ସୁରକ୍ଷିତ ସେ ନେଇ ସମସ୍ତଙ୍କ ମନରେ ସନ୍ଦେହ ବଢିଛି। ସରକାର ରତ୍ନଭଣ୍ଡାର ଖୋଲି ଅଳଙ୍କାରଗୁଡ଼ିକୁ ପୂର୍ବ ତାଲିକା ସହ ମେଳ କରିବା ଦରକାର। ଏଥିରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି।
ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ୨୦୧୮ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗୃହ ସ୍ଥିତି ଯାଞ୍ଚ ଲାଗି ନିଷ୍ପତ୍ତି ହୋଇଥିଲା। ଏହି ଅନୁଯାୟୀ ଗତବର୍ଷ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ରତ୍ନଭଣ୍ଡାର ଚାବି ହଜିଥିବାରୁ ଭିତର ଭଣ୍ଡାର ଖୋଲାଯାଇ ପାରି ନ ଥିଲା। ଏହାକୁ ନେଇ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାରଙ୍କୁ ଘେରିଥିଲେ ବିରୋଧୀ। ଶେଷରେ ଏକ ଡୁପ୍ଲିକେଟ୍‌ ଚାବି ମିଳିଥିବା କୁହାଯାଇଥିଲା। ଚାବି ହଜିବା ଏବଂ ହୋ ହଲ୍ଲା ପରେ ଡୁପ୍ଲିକେଟ ଚାବି ମିଳିବାକୁ ନେଇ ସମସ୍ତେ ସନ୍ଦେହରେ ପଡ଼ିିଥିଲେ। ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ଉଠିଥିଲା ପ୍ରଶ୍ନ। ସରକାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ଜଷ୍ଟିସ ରଘୁବୀର ଦାଶ ଏହାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଥିବାବେଳେ ଅନେକ ସମୟରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ଉଠୁଛି। ଅନେକ ସଙ୍ଗଠନ ଏ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚିଠି ଲେଖି ରତ୍ନଭଣ୍ଡାରର ଅଡିଟ୍‌ ସହ ଏହାକୁ ଖୋଲି ଅଳଙ୍କାର ଯାଞ୍ଚ କରିବାକୁ ଦାବି କରିଥିଲେ। ପିପିଲି ବ୍ଲକ କମାକନ୍ତିଆର ଭକ୍ତ ଦିଲୀପ ବରାଳ ମଧ୍ୟ ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଅନୁରୋଧପତ୍ର ପଠାଇଥିଲେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ବାହାର ଭଣ୍ଡାର ବର୍ଷକୁ ଏକାଧିକ ଥର ଖୋଲାଯାଏ। କିନ୍ତୁ ଭିତରଭଣ୍ଡାର ଶେଷଥର ଲାଗି ୧୯୮୫ରେ ଖୋଲାଯାଇଥିଲା। ଅନ୍ୟପକ୍ଷରେ ଭିତର ରତ୍ନଭଣ୍ଡାର ଖୋଲିପାରେ ବୋଲି ଯେଉଁ ସମ୍ଭାବନା ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରସ୍ତାବ ନାହିଁ। ଏଥିଯୋଗୁ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସନ୍ଦେହ ଘନୀଭୂତ ହୋଇଛି। ଏ ସମ୍ପର୍କରେ ବରିଷ୍ଠ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି। ପ୍ରଥମେ ରତ୍ନଭଣ୍ଡାର ସବ୍‌କମିଟି ଏ ନେଇ ପରିଚାଳନା କମିଟିକୁ ଜଣାଇବ। ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଏହା ଖୋଲାଯିବାର ନିୟମ ରହିଛି। ସେହିପରି ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ କରାଯିବା ନିୟମ ଅଛି। ଫନୀ ପରେ ରତ୍ନଭଣ୍ଡାର ଖୋଲିବା ଲାଗି ପରିଚାଳନା କମିଟି ବୈଠକରେ ସେବାୟତ ପ୍ରତିନିଧି ଦାବି ଉଠାଇଥିଲେ। ହେଲେ ଏହାକୁ ଅଣଦେଖା କରାଯାଇଛି। ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ତାଲିକା ଯାହା ରହିଛି ସେଥିରେ ମେଳକ କରାଗଲେ ସବୁକିଛି ସ୍ପଷ୍ଟ ହୋଇଯିବ। ସେହିପରି ଦିଲୀପ କହିଛନ୍ତି, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏବେ ଭକ୍ତମାନଙ୍କ ମନରେ ଥିବା ସନ୍ଦେହକୁ ଅଧିକ ଦୃଢୀଭୂତ କରିଛି। ଯଦି ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ଓ ସେଥିରୁ କିଛି ଏପଟସେପଟ ହୋଇନାହିଁ ତେବେ କାହିଁକି ସରକାର ଏହାକୁ ଖୋଲିବା ପାଇଁ ଡରୁଛନ୍ତି। ଶୀଘ୍ର ତାହାକୁ ଖୋଲାଯାଇ ରତ୍ନଅଳଙ୍କାର ମେଳ କରାଯିବା ଉଚିତ। ନଚେତ ଭକ୍ତଙ୍କୁ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri