ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖର୍ଚ୍ଚଦାବି ସମ୍ପର୍କିତ ଆଲୋଚନା ଓ ଗୃହୀତ ହେବା ପାଇଁ ପ୍ରସ୍ତାବ ଆଣିଥିଲେ। ଏହି ଆଲୋଚନାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ମୁକେଶ ମହାଲିଙ୍ଗ, ସନାତନ ବିଜୁଳି, ସୁକାନ୍ତ ନାୟକ, ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ପ୍ରଶାନ୍ତ ମୁଦୁଲି ଏବଂ ରମେଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରଶାସନିକ ବ୍ୟୟ ବାବଦକୁ ୫୭,୪୬,୩୨,୦୦୦ ଟଙ୍କା ଏବଂ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୯୮,୪୪,୫୫,୦୦୦ ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଥିଲା। ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ବିଭାଗୀୟ ଆଲୋଚନା ସମୟରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ରଖିଥିବା ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ସଭ୍ୟମାନେ ଖର୍ଚ୍ଚଦାବି ଗୃହୀତ ହେବା ପୂର୍ବରୁ କକ୍ଷତ୍ୟାଗ କରିଥିଲେ।
ଆଲୋଚନା ଆରମ୍ଭ କରି ପ୍ରଦୀପ୍ତ କହିଥିଲେ ଯେ ରାଜ୍ୟରେ ହେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ହେଉନାହିଁ। ୫-ଟି ମନ୍ତ୍ର କଥା କୁହାଯାଉଛି। ହେଲେ ବଡ ଅପରାଧରେ ଏହି ବୈଷୟିକ ଜ୍ଞାନ(ଟେକ୍ନୋଲୋଜି) ବ୍ୟବହାର କରି ପ୍ରକୃତ ଅପରାଧୀଙ୍କୁ ଛାଡିଦିଆଯାଉଛି। କୁନ୍ଦୁଲି ଏବଂ ପିପିଲି ବେବିନା ଘଟଣାରେ ପୀଡିତା ଉପଯୁକ୍ତ ନ୍ୟାୟ ପାଇଲେ ନାହିଁ। ରାଜସ୍ବ ଆଦାୟ ନାଁରେ ମଦ ବୃଦ୍ଧିକୁ ପ୍ରଶ୍ରୟ ଦିଆଯାଉଛି। ପୋଲିସ ଛାଉଣୀ ଥିବା ରଥଯାତ୍ରା ସମୟରେ ବଳାତ୍କାର କରାଯିବା ଦୃଷ୍ଟାନ୍ତ ଉଦାହରଣ ରହିଛି। ସରକାର ସ୍ପଷ୍ଟ ଉତ୍ତର ରଖୁ ନ ଥିଲେ ମଧ୍ୟ ତଥ୍ୟ ରାଜ୍ୟରେ ଅପରାଧ ବୃଦ୍ଧି ନେଇ ସ୍ପଷ୍ଟଚିତ୍ର ଦେଉଛି। କେବଳ ଚଳିତ ବର୍ଷ ରିପୋର୍ଟକୁ ଆଧାର କଲେ ୫୬୩ ହତ୍ୟା, ୯୩୭ ବଳାତ୍କାର ଓ ୩୬୦୯ ଚୋରି ଘଟଣା ଘଟିଛି। ୨୦୧୮ରେ ୧୦୭୪୦୮ ଅପରାଧ ପଞ୍ଜୀକୃତ ହୋଇଛି। କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରାଜ୍ୟ ଗୃହ ବିଭାଗ ପାଇଁ ଏକ କଳାଦିନ ଥିଲା ବୋଲି ପ୍ରଦୀପ୍ତ କହିଥିଲେ। କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ ଶୃଙ୍ଖଳିତ ଶାସନ ଦେବା ଅପେକ୍ଷା ସରକାର ନିର୍ବାଚନ ଜିତିବା ଉପରେ ଗୁରୁତ୍ୱ ଦେଉଛନ୍ତି। ବିଧାନସଭାରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ନେଇ ପ୍ରଶ୍ନ କରାଗଲେ ଉତ୍ତର ମିଳୁନାହିଁ। ଯଦି ଅଧିକାରୀଙ୍କ ବିରୋଧରେ ରହିଥିବା ଆପରାଧିକ ପରିସଂଖ୍ୟାନ ନାହିଁ, ତେବେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ରହିବାର କୌଣସି ନୈତିକତା ଥିବା ମନେ ହୁଏ ନାହିଁ। ୨୦୧୭ରୁ ଅପରାଧ ସମ୍ପର୍କରେ ପ୍ରଶ୍ନ ପଚରାଯାଉଥିଲେ ବି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ମିଳୁଛି। ଏପରି ଲକ୍ଷଣ ସଂସଦୀୟ ଗଣତନ୍ତ୍ର ପରମ୍ପରା ନୁହେଁ। ଅନୁସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କ ପକ୍ଷରୁ ଦାୟର ହୋଇଥିବା ବିଭିନ୍ନ ମାମଲାରେ ଦଣ୍ଡବିଧାନ ହାର ନୈରାଶ୍ୟଜନକ ରହିଛି। ପୋଲିସ ମହାନିର୍ଦ୍ଦେଶକ ପଦରେ ରହିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଉଛି। ଏହା କ’ଣ ସତର୍କଘଣ୍ଟି ନୁହେଁ କି ବୋଲି ନରସିଂହ ପ୍ରଶ୍ନ କରିଥିଲେ। ସନ୍ତୋଷ ସିଂ ସାଲୁଜା ଅଧିକାରୀଙ୍କ ଜମି ଦୁର୍ନୀତି ଏବଂ ବିଦାୟୀ ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମାଙ୍କ ମିଥ୍ୟା ସତ୍ୟପାଠ ପ୍ରସଙ୍ଗ ଉଠାଇଥିଲେ। ଅମର ଶତପଥୀ ଓଡ଼ିଶାର ଆଇନ ଶୃଙ୍ଖଳା ଅନ୍ୟ ରାଜ୍ୟ ତୁଳନାରେ ଉତ୍ତମ ଥିବା ମନ୍ତବ୍ୟ ରଖିଥିଲେ। ଗୃହ ବିଭାଗ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଏଣ୍ଡ ପିଜି)ର ମଧ୍ୟ ଖର୍ଚ୍ଚଦାବି ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri