ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି କହି ମନ୍ତ୍ରୀ ଷଡ଼ଯନ୍ତ୍ରରେ ମୋହର ମାରିଛନ୍ତି: ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି ଗୁରୁବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ କହିବାକୁ ନେଇ ପୁଣି ରାଜନୀତି ସରଗରମ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଭାଜପା ଏହାକୁ ନିନ୍ଦା କରିଛି। ସ୍ମିତାରାଣୀ ହତ୍ୟା ଏବଂ ବଳାତ୍କାର ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ଲାଗି ଚାଲିଥିବା ଷଡ଼ଯନ୍ତ୍ର ଉପରେ ମନ୍ତ୍ରୀ ମୋହର ମାରିଥିବା ସେ କହିଛନ୍ତି। ଏହାଦ୍ୱାରା ଜଣେ କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବାକୁ ସରକାର ବିଫଳ ହୋଇଛନ୍ତି।

ସ୍ମିତାଙ୍କ ବାପା ଦେଇଥିବା ବୟାନ ମଧ୍ୟ ଚିନ୍ତାଜନକ। ଥାନାରେ ଅଭିଯୋଗ କରିବା ବଦଳରେ ଜଣେ ପୋଲିସ ଅଧିକାରୀ ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ବାହାରିଥିବା ବେଳେ ଗୃହରେ ମନ୍ତ୍ରୀ ରିପୋର୍ଟରେ ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି ଲେଖାଯାଇଥିବା କହିଛନ୍ତି। ସେ ଏହାକୁ କେଉଁ ସୁତ୍ରରୁ ଜାଣିଲେ ବୋଲି ଭାଜପା ପ୍ରଶ୍ନ କରିଛି।

ବିଧାନସଭାରେ ମୋସନ ଆସିବା ସହ ସିବିଆଇ ତଦନ୍ତ ପାଇଁ ରୁଲିଙ୍ଗ ହେବ ବୋଲି ଆଶା ରଖିଥିଲୁ। ହେଲେ କଂଗ୍ରେସ-ବିଜେଡି ଏକାଠି ହୋଇ ଘଟଣାର ଦିଗକୁ ବଦଳାଇଦେଲେ। ହେଲେ ଭାଜପା ତାର ଲଢ଼େଇ ଜାରି ରଖିବ। ତେବେ ରାଜ୍ୟ ସରକାର ଯାଜପୁର ଏସ୍‌ପି ଏବଂ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଉ ବୋଲି ଭାଜପା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri