Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୧୪ ତାରିଖ – Daily Horoscope

ମେଷ
 ଟିକିଏ ଟିକିଏ କଥାରେ ଅଯଥା ଭାବପ୍ରବଣ ହେଲେ ନିଜ ପାଇଁ ତାହା କ୍ଷତିର କାରଣ ହେବ । ଶିଳ୍ପ, ବ୍ୟବସାୟ ,ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ ।
ବୃଷ
ବୃଷ
ଗତକାଲି ଠାରୁ ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ ହେବ ନତୁବା ପରକ୍ଷଣରେ ପରିସ୍ଥିତି ବଦଳି ଯାଇପାରେ । ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଗଲେ ପରେ ପସ୍ତେଇବେ । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାନ୍ତି । ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ ।
ମିଥୁନ
ମିଥୁନ
ପରିସ୍ଥିତିକୁ ଦେଖି କାମ କରିଚାଲିଲେ ଲକ୍ଷ୍ୟପୂରଣରେ ଅସୁବିଧା ରହିବ ନାହିଁ । ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ଆଜି ବ୍ୟବସାୟୀମାନେ ଭଲ ବ୍ୟବସାୟ ହେବା କାରଣରୁ ଖୁସି ରହିବେ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିବଦମାନ ସ୍ଥିତି ବନ୍ଧୁଙ୍କ ସହାୟତାରେ ସମାଧାନ ଦିଗକୁ ଗତି କରିବ । ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପାରେ । ସକାଳୁ ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବେ । ଘରୋଇ ଆବଶ୍ୟକତା ପୂରଣ କ୍ଷେତ୍ରରେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ ।
ସି˚ହ
ସି˚ହ
ଯାତ୍ରା କାଳରେ କିମ୍ବା କର୍ମକ୍ଷେତ୍ରରେ ନିଜର ଅସାବଧାନତାବଶତଃ ଧନ ହାନି କିମ୍ବା ଆଘାତପ୍ରାପ୍ତ ହୋଇପାରନ୍ତି । ପରିବାରରେ, ପରିବହନରେ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ନିଜ ବଂଶର ଲୋକମାନଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି ।
କନ୍ୟା
ଦୂରଯାତ୍ରା, ସ୍ତ୍ରୀଙ୍କ ସହ ମତାନ୍ତର ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି କରିବ । ଅତି ନିକଟରେ ରହୁଥିବା କୌଣସି ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କଳା ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ । ଗୁରୁତ୍ୱପୂର୍ଣ୍ଣ କାମ ସକାଶେ କିଛି ସହଯୋଗ ଲାଗି ବନ୍ଧୁଙ୍କୁ ମନର କଥା କହିବେ।
ତୁଳା
ତୁଳା
କୌଣସି ମହିଳାଙ୍କ ପ୍ରତିବାଦ କାମକୁ ଭଣ୍ଡୁର କରିଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ । ଆକସ୍ମିକ ଭାବେ ଧାତୁ, ଅଳଙ୍କାର କିମ୍ବା ବସ୍ତ୍ରଭୂଷଣ ଲାଭ କରିପାରନ୍ତି । ବ୍ୟବସାୟରେ ସମସ୍ୟା ରହିବ ନାହିଁ । ଆନୁଷ୍ଠାନିକ କିମ୍ବା ପରିବାରରେ ସାହାଯ୍ୟର ଅଭାବ ରହିବ ନାହିଁ ।
ବିଛା
ବିଛା
ଲକ୍ଷ୍ୟପୂରଣ କ୍ଷେତ୍ରରେ ପାଖ ପଡ଼ୋଶୀଙ୍କ ଅବଦାନ ସ୍ମରଣୀୟ ରହିବ । ପାରସ୍ପରିକ ଆଲୋଚନା ଓ ବୁଝାମଣା ମାଧ୍ୟମରେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ । କର୍ମକ୍ଷେତ୍ର୍ରରେ ଭାବପ୍ରବଣ ବଶତଃ ଭିନ୍ନ ପ୍ରକାରର କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି । ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଆଚରଣ ମନକୁ ବ୍ୟଥିତ କରିପାରେ ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଉଚ୍ଚପଦାଧିକାରୀଙ୍କ ଅନୁକମ୍ପାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ଟେନସନ୍‌ ଦୂର ହେବ । ଆଜିର ଯାତ୍ରା, କଳା ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଅର୍ଥସଙ୍କଟ ଦୂରେଇଯିବା ସହ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିବା ସକାଶେ ଆଲୋଚନା କରିପାରନ୍ତି ।
ମକର
ମକର
ବନ୍ଧୁମେଳରେ ଯୁକ୍ତିଯୁକ୍ତ କଥା କହି ଜଟିଳ ପରିସ୍ଥିତିକୁ ସୁଧାରି ନେବେ । ଟଙ୍କା ପଇସା ନେଣଦେଣରେ ସତର୍କ ନ ରହିଲେ ପରେ ଅନୁତାପ କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ର, ଯାନବାହନ ଚଳାଚଳ , ବ୍ୟବସାୟରେ କିଛିଟା ସମସ୍ୟା ଦେଖାଦେବ। ସହକର୍ମୀଙ୍କ ନିକଟରେ ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବନାହିଁ ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ । କୌଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଯାତ୍ରାରୁ ଦୂରେଇ ରହିବା ଭଲ । ଅଫିସ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ । ପାରିବାରିିକ ସମସ୍ୟାର ସମାଧାନ ଜଣେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମ୍ଭବ ହେବ ।
ମୀନମୀନ
ଉଚ୍ଚମନ ନେଇ କାମ କରିବେ ଏବଂ ଭଲ ସମ୍ପର୍କ ଥିବା ବ୍ୟକ୍ତିମାନଙ୍କ ସହଯୋଗ ମଧ୍ୟ ପାଇବେ । କର୍ମ କ୍ଷେତ୍ର, ଯାନବାହନ, ଦୋକାନବାଡି, ସଭା ସମିତିରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ମାଲିମକଦ୍ଦମାରେ ସଫଳତା ପାଇବେ । ବୁଝି ବିଚାରି କାମରେ ହାତ ଦିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri