Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର ହୋଇଛନ୍ତି। ଭାଙ୍ଗିରୁଜି ଯାଇଥିବା ଷ୍ଟାଡିୟମର ଫ୍ଲଡଲାଇଟ୍‌ ଗୁଡ଼ିକ ମରାମତି ଆରମ୍ଭ ହୋଇଛି। ସୋମବାର ସନ୍ଧ୍ୟାରେ ଫ୍ଲଡଲାଇଟ୍‌ ବଲ୍‌ବ ପହଞ୍ଚିଛି। ଅନ୍ୟପକ୍ଷରେ ଗ୍ୟାଲେରୀ ନଂ-୭ର ମରାମତି କରିବାକୁ ଏକ ସରକାରୀ ଏଜେନ୍ସି ମଙ୍ଗଳବାର ଅନୁଧ୍ୟାନ କରି ଫେରିଛି। ଗୁରୁବାର ଆଉ ଏକ ଏକ ସରକାରୀ ଏଜେନ୍ସି ଏହି ଗ୍ୟାଲେରୀ ଅନୁଧ୍ୟାନ କରିବାକୁ ଆସିବ ବୋଲି ଜଣାପଡ଼ିଛି। ଏଣୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ଆଶା ଦୃଢ଼ୀଭୂତ ହୋଇଛି।
ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ ରାଜ୍ୟର ଏହି ଅନ୍ତର୍ଜାତୀୟ ଷ୍ଟାଡିୟମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗତ ମେ ମାସରେ ଏହି କ୍ଷୟକ୍ଷତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ମରାମତି କାମ ଆଗେଇ ପାରି ନ ଥିଲା। ଝଡ଼ ପ୍ରଭାବରେ ଷ୍ଟାଡିମୟର ୮ଟି ଯାକ ଫ୍ଲଡଲାଇଟ୍‌ ଖୁଣ୍ଟର ବଲବ୍‌ ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲା। ପ୍ରତ୍ୟେକ ଖୁଣ୍ଟରେ ୪୮ଟି ଲେଖାଏ ବଲ୍‌ବ ଥିବା ବେଳେ ୭ନଂ ଖୁଣ୍ଟ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାଛଡ଼ା କର୍ପୋରେଟ ବକ୍ସ, ମିଡ଼ିଆ ଗ୍ୟାଲେରୀ, ଗ୍ୟାଲେରୀ ନଂ-୭ ଓ ୫ ମଧ୍ୟ ଏହି କ୍ଷୟକ୍ଷତିରେ ଯୋଡ଼ି ହୋଇଥିଲା । ପୂର୍ବତନ କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ କମ୍ପାନୀ ଦେବ ମସ୍କୋ ଫ୍ଲଡ ଲାଇଟ ମରାମତି କରିବାକୁ ରାଜି ହେବା ସହ ୨ଥର ଆସି କ୍ଷୟକ୍ଷତି ଆକଳନ କରି ଫେରିଛି । ଏବେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ଫ୍ଲଡଲାଇଟ ଆସିଛି। କିଛି କର୍ମଚାରୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଫ୍ଲଡଲାଇଟ ମରାମତି ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଦେବ ମସ୍କୋର ଟେକ୍ନିକାଲ ଅଧିକାରୀମାନେ ବାରବାଟୀରେ ପହଞ୍ଚିବେ। ଅତିବେଶୀରେ ଆଉ ୨୦ଦିନରେ ଷ୍ଟାଡିୟମର ଫ୍ଲଡଲାଇଟ ସମସ୍ୟା ଦୂର ହେବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଏତଦବ୍ୟତୀତ ଗ୍ୟାଲେରି ନଂ-୭ର ଅବସ୍ଥା ବିପଦଜ୍ଜନକ ରହିଛି। କିଛି ଦିନ ବ୍ୟବଧାନରେ ଏହି ଗ୍ୟାଲେରିରୁ ପ୍ଲାଷ୍ଟର ଖଣ୍ଡ ଖସୁଛି। ଯାହା ଫଳରେ ଏହି ଗ୍ୟାଲେରିକୁ ଏବେ ଜାଲ ଘେରରେ ରଖାଯାଇଛି। ମଙ୍ଗଳବାର ଏକ ସରକାରୀ ଏଜେନ୍ସି ମରାମତି କରିବା ନିମନ୍ତେ ଅନୁଧ୍ୟାନ କରିବାକୁ ଆସିଥିଲା। ଆକଳନ ଶେଷ କରି ଏହି ଏଜେନ୍ସି ଫେରିଛି । ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିବ ବୋଲି ଆଶା କରାଯାଉଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏ ସମ୍ପର୍କରେ କୁହନ୍ତି, ସମସ୍ତ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଆମେ ପ୍ରସ୍ତୁତ ହେଉଛୁ। କେବଳ ଅର୍ଥ ସମସ୍ୟା ସାମ୍ନାରେ ରହୁଛି। ତଥାପି ଅର୍ନ୍ତଜାତୀୟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ସମସ୍ତ ସମସ୍ୟା ଦୂର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri