Odisha Elections 2024

ଏକାଥରକେ ଦାନ୍ତ ଘଷି ଗିନିଜ୍‌ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଜଣେ କି ଦୁଇଜଣ ନୁହେଁ, ଗୋଟିଏ ସ୍ଥାନରେ ଏକାସାଙ୍ଗରେ ୨୬,୩୮୨ଜଣ ଦାନ୍ତ ଘଷିି କରିଛନ୍ତି ବିରଳ ବିଶ୍ୱ ରେକର୍ଡ। ଗୁରୁବାର କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ(କିସ୍‌) ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିସ୍‌ ଛାତ୍ରୀଛାତ୍ର, ଅନୁଷ୍ଠାନର କର୍ମଚାରୀ ଏବଂ ଜନଜାତିର ପିଲାମାନଙ୍କ ସମେତ ମୋଟ ୨୬,୩୮୨ ଲୋକ ସାମୁହିକ ଦାନ୍ତ ଘଷିି ନୂତନ ଗିନିଜ୍‌ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। କୋଲ୍‌ଗେଟ୍‌ ପାମୋଲିଭ୍‌ ଇଣ୍ଡିଆ ଲିମିଟେଡ, ଇଣ୍ଡିଆନ୍‌ ଆସୋସିଏଶନ ଅଫ୍‌ ପବ୍ଲିକ ହେଲ୍‌ଥ ଡେଣ୍ଟିଷ୍ଟ୍ର୍ରି (ଆଇଏପିଏଚଡି) ଏବଂ କିସ୍‌ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ଅବସରରେ ସମସ୍ତେ କୋଲଗେଟ ଟୁଥ୍‌ପେଷ୍ଟ ଏବଂ କୋଲଗେଟ ଟୁଥ୍‌ବ୍ରଶରେ ଦାନ୍ତ ଘଷିଥିଲେ। ଓରାଲ୍‌ ହେଲ୍‌ଥ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ କୋଲଗେଟ୍‌ର ‘କିପ୍‌ ଇଣ୍ଡିଆ ସ୍ମାଇଲିଂ’ ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଜଳସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୋଲ୍‌ଗେଟ୍‌ ପାମୋଲିଭ୍‌ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ରାମ ରାଘବନ ଏବଂ ଇଣ୍ଡିଆନ୍‌ ଆସୋସିଏଶନ୍‌ ଅଫ୍‌ ପବ୍ଲିକ ହେଲ୍‌ଥ ଡେଣ୍ଟିଷ୍ଟ୍ରିର ସମ୍ପାଦକ ଡ. ସବ୍ୟସାଚୀ ଶାହା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା...

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି? ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ପ୍ରାର୍ଥୀ...

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଅବପାତ!

ଭୁବନେଶ୍ୱର,୧୮।୫: ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri