Posted inଖେଳ

ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ: ନୋ ବଲ ପାଇଁ ସ୍ବତନ୍ତ୍ର ଅମ୍ପାୟର ‘ପାଓ୍ବାର ପ୍ଲେୟାର’ ଏବେ ନୁହଁ

ମୁମ୍ବାଇ,୬।୧୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଗଭର୍ନିଂ କାଉନସିଲ୍‌ରେ ସୋମବାର କୋତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ରେ ନୋ ବଲ ନେଇ ଠିକ ନିଷ୍ପତ୍ତି ପାଇଁ ଏଥର ସ୍ବତନ୍ତ୍ର ଅମ୍ପାୟର ନିଯୁକ୍ତ ହେବ। ଗତ କେତୋଟି ସଂସ୍କରଣରେ ନୋ ବଲ୍‌ ନେଇ ଫିଲ୍ଡ ଅମ୍ପାୟରଙ୍କ ନିଷ୍ପତ୍ତିରେ ଏକାଧିକ ତ୍ରୁଟି ଦେଖା ଦେଇଥିଲା ଓ ଏ ନେଇ ଯଥେଷ୍ଟ ବିବାଦ ଦେଖାଦେଇଥିଲା। ଏହା ଭାରତୀୟ ଅମ୍ପାୟରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଥିଲା। ଫଳରେ ଗଭର୍ନିଂ କାଉନସିଲ ନୋ ବଲର ଠିକ୍‌ ନିରୂପଣ ପାଇଁ ଏହି ନିଷ୍ପତ୍ତି ନେଇଛି।
ଏଥିସହିତ ଖେଳାଳି ବଦଳ ନେଇ ବହୁଚର୍ଚ୍ଚିତ ‘ପାଓ୍ବାରା ପ୍ଲେୟାର’ କନ୍‌ସେପ୍ଟ ଏଥର ଲାଗୁ କରା ନ ଯିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଏହି ସପ୍ତାହ ଶେଷଆଡକୁ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି (ଜାତୀୟ ଟି୨୦ ଟୁର୍ନାମେଣ୍ଟ)ରେ ଏହାର ପ୍ରୟୋଗ କରାଯିବନାହିଁ। ପୂର୍ବତନ ଟେଷ୍ଟ ବ୍ୟାଟ୍ସମ୍ୟାନ ବ୍ରଜେଶ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫ୍ୟୁଚର ଟୁର ପ୍ରୋଗ୍ରାମ (ଏଫ୍‌ଟିପି) ଓ୍ବିଣ୍ଡୋ, ବିଦେଶୀ ଖେଳାଳିଙ୍କ ଉପଲବ୍ଧତା, ଭାରତୀୟ ଦଳର ଏଫ୍‌ଟିପି ଓ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବାର ସମ୍ଭାବନା ଉପରେ ଆଲୋଚନା ହୋଇଥିଲା।
ତେବେ ବୈଠକରେ ଫ୍ରଣ୍ଟ ଫୁଟ୍‌ ଓ ହାଇଟ୍‌ ନୋ ବଲ ନେଇ ସ୍ବତନ୍ତ୍ର ଅମ୍ପାୟର ନିଯୁକ୍ତ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ଯଦି ସବୁକିଛି ଠିକ୍‌ଠାକ ଚାଲେ ତାହାଲେ ଆଗାମୀ ଆଇପିଏଲ୍‌ରେ ନିୟମିତ ଅମ୍ପାୟରଙ୍କ ବ୍ୟତୀତ ନୋ ବଲ୍‌ ପାଇଁ ଅଲଗା ଅମ୍ପାୟରଙ୍କୁ ଦାୟିତ୍ୱ ଦିଆଯାଇପାରେ ବୋଲି ଗଭର୍ନିଂ କାଉନସିଲର ଜଣେ ସଦସ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri