Posted inଖେଳ

ପ୍ରଥମ ଟି୨୦: ବର୍ଷା ପାକିସ୍ତାନକୁ ରକ୍ଷା କଲା

ସିଡ୍‌ନୀ,୩।୧୧(ଏଏଫ୍‌ପି)- ବର୍ଷା ଯୋଗୁ ପାକିସ୍ତାନ ଏକ ନିଶ୍ଚିତ ପରାଜୟରୁ ରକ୍ଷା ପାଇଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ଲଗାତର ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଏହି ମୁକାବିଲାରେ ଅବଶ୍ୟ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ଥିଲା। ବିଜୟ ହାସଲରୁ ବଞ୍ଚିତ ହୋଇଥିବାରୁ ଅଷ୍ଟ୍ରେଲିଆ ନିରାଶ ହୋଇଛି। ମଙ୍ଗଳବାର କାନବେରାରେ ଦ୍ୱିତୀୟ ଓ ଶୁକ୍ରବାର ପର୍ଥରେ ତୃତୀୟ ଟି୨୦ ମ୍ୟାଚ୍‌ ଖେଳାଯିବ।
ବର୍ଷା ଯୋଗୁ ମ୍ୟାଚ୍‌କୁ ୧୫ ଓଭରକୁ କମାଇ ଦିଆଯାଇଥିଲା। ଅଷ୍ଟ୍ରେଲିଆ ଟସ୍‌ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲା। ତେବେ ଡକ୍‌ଓ୍ବର୍ଥ ଲୁଇସ- ଷ୍ଟେର୍ନ ନିୟମରେ ଅଷ୍ଟ୍ରେଲିଆ ସମ୍ମୁଖରେ ୧୫ ଓଭରରେ ୧୧୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଅଷ୍ଟ୍ରେଲିଆ ୩.୧ ଓଭରରେ ବିନା କ୍ଷତିରେ ୪୧ ରନ ସଂଗ୍ରହ କରିଥିଲା ଓ ଏତିକି ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌କୁ ବାତିଲ କରିବାକୁ ପଡିଥିଲା। ଓପନର ଡେଭିଡ ଓ୍ବାର୍ନର ୪ ବଲରୁ ୨ ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୫ ଚୌକା ଓ ୨ ଛକା ସହ ୧୬ ବଲରୁ ଦ୍ରୁତ ୩୭ ରନ କରି ଅପରାଜିତ ରହିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ ଅଧିନାୟକ ତଥା ଓପନର ବାବର ଆଜମ ୩୮ ବଲରୁ ୫ ଚୌକା ଓ ୨ ଛକା ସହ ଅପରାଜିତ ୫୯ ରନ ସଂଗ୍ରହ କରିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩୧, ଆସିଫ ଅଲି ୧୧ ରନ କରି ଆଉଟ ହୋଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ଓ କେନ୍‌ ରିଚାର୍ଡସନ ୨ଟି ଲେଖାଏ, ଆଷ୍ଟନ ଅଗର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ମ୍ୟାଚ୍‌ ବାତିଲ ହେବା କାରଣରୁ ଫିଞ୍ଚ୍‌ ନୈରାଶ୍ୟ ଜାହିର କରିଛନ୍ତି। ଆମେ ଭଲ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ ବିଜୟ ହାତଛଡ଼ା କରିଛୁ ବୋଲି ସେ କହିଛନ୍ତି। ଆଉ ୧୧ଟି ବଲ ବୋଲିଂ କରାଯାଇଥିଲେ, ଫଳାଫଳ ମିଳିପାରିଥାନ୍ତା। କିନ୍ତୁ ୨୦ ମିନିଟର ଇନିଂସ ବ୍ରେକ୍‌ ଦାଉ ସାଧିଥିଲା। ଉଲ୍ଲେଖଥାଉ କି, ଏହା ପୂର୍ବରୁ ଖେଳାଯାଇଥିବା ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୩-୦ରେ ଶ୍ରୀଲଙ୍କାକୁ ହରାଇ କ୍ଲିନ୍‌ ସୁଇପ କରିଥିଲା। ସେହିପରି ଟି୨୦ର ଏକ ନମ୍ବର ଦଳ ପାକିସ୍ତାନ ଘରୋଇ ପରିବେଶରେ ଶ୍ରୀଲଙ୍କାଠାରୁ ୩-୦ରେ ପରାସ୍ତ ହୋଇ ହ୍ବାଇଟ୍‌ଓ୍ବାସ୍‌ର ସମ୍ମୁଖୀନ ହୋଇଥିଲା।
ସଂକ୍ଷପ୍ତ ସ୍କୋର:
ପାକିସ୍ତାନ ୧୫ ଓଭରରେ ୧୦୭/୫
(ବାବର- ୫୯*, ରିଜଓ୍ବାନ- ୩୧, ଷ୍ଟାର୍କ- ୨/୨୨, ରିଚାର୍ଡସନ- ୨/୧୬, ଅଗର- ୧/୨୩ )।
ଅଷ୍ଟ୍ରେଲିଆ ୩.୧ ଓଭରରେ ୪୧/୦
(ଫିଞ୍ଚ୍‌- ୩୭*, ଓ୍ବାର୍ନର- ୨*)।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri