ଛତ୍ରପୁର,୩ା୧୧(ଡି.ଏନ.ଏ.)-ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୩ ବାତ୍ୟା ଆଶ୍ରୟସ୍ଥଳୀକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଆଶ୍ରୟ ସ୍ଥଳୀର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। ଉକ୍ତ ଆଶ୍ରୟସ୍ଥଳୀଗୁଡିକର ପରିଚାଳନାରେ ସଫଳତା ପାଇଁ ପୁରସ୍କାର ମିଳିଥିଲା। ସେଥିମଧ୍ୟରେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅଧୀନ କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ଓ ପୁରୁଷୋତ୍ତମପୁର ବ୍ଲକ ରାଇପୁର ପଞ୍ଚାୟତ ଅଧୀନ ଗୋବିନ୍ଦପୁର ବନ୍ୟା ଆଶ୍ରୟସ୍ଥଳୀ। ସେହିପରି ଖଲ୍ଲିକୋଟ ବ୍ଲକ ବି.ନୂଆପଲ୍ଲୀ ପଞ୍ଚାୟତ ମାନାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସନ୍ଧାନ ଓ ଉଦ୍ଧାରକାରୀ ଦଳଙ୍କୁ ଭଲ ପ୍ରଦର୍ଶନ କରିଥିବାରୁ ପୁରସ୍କାର ମିଳିଥିଲା। ଏହି ୩ ଆଶ୍ରୟସ୍ଥଳୀର ସଦସ୍ୟମାନେ ଶନିବାର ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟିବା ସହ ପାଇଥିବା ପୁରସ୍କାର ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ଜରୁରିକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ, ଓସ୍ଡମା ଜିଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ପରଚାଳନା କମିଟି ସଭାପତି ତଥା ଲକ୍ଷ୍ମୀପୁର ସରପଞ୍ଚ ଏମ୍.ନାରସୁମୁଲ ରେଡ୍ଡୀ, ସମ୍ପାଦକ ମାଗୁଣି ବିଷୋୟୀ, ଗୋବିନ୍ଦପୁର ବନ୍ୟା ଆଶ୍ରୟସ୍ଥଳୀ ପରଚାଳନା କମିଟି ସଭାପତି ତଥା ରାଇପୁର ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀ, ସମ୍ପାଦକ ପ୍ରସନ୍ନ କୁମାର ଦାଶ, ମାନାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସଭାପତି ବାସୁଦେବ ରାଉତ ଓ ସମ୍ପାଦକ ଜେ. କେଦାରନାଥ ପାତ୍ର, ପରିଚାଳନା ସଦସ୍ୟ ତଥା ଏ.ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...
ଦିଗପହଣ୍ଡି କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୮୦ ମାମଲାର ଫୈସଲା
ଦିଗପହଣ୍ଡି,୧୩।୧୨,(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ...
ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର
ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା...
ଜାତୀୟ ଲୋକ ଅଦାଲତ: ୫୮ଟି ବିଭିନ୍ନ ମାମଲାର ଫଇସଲା
ପୁରୁଷୋତ୍ତମପୁର,୧୩।୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାରବିଭାଗିୟ ଅଦାଲତ ପରିଷରରେ ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଟିତ ହୋଇଯାଇଛି...
ଜୟଶ୍ରୀ- ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣଦାବି ଜୋର ଧରିଲା, ପ୍ରଶାସନ ନ ଶୁଣିଲେ…
ଗଞ୍ଜାମ,୧୩।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ୧୬ନଂ ଜାତୀୟ ରାଜପଥ ରାଜପଥ ଜୟଶ୍ରୀ ଛକ ଏବଂ ଶନି ମନ୍ଦିର ଛକଠାରେ ଓଭର ବ୍ରିଜ ନିର୍ମାଣ ଦାବି...
ସ୍କୁଲ ଯାଉଥିବାବେଳେ ଅଧାରାସ୍ତାରେ ଟଳିପଡ଼ିଲେ ଛାତ୍ର: ବାହୁନି ବାହୁନି କାନ୍ଦୁଛନ୍ତି ପରିବାର
ଦିଗପହଣ୍ଡି,୧୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମସ୍ଥିତ ରାଧାମୋହନ ନୋଡାଲ ବିଦ୍ୟାପୀଠର ୭ମ ଶ୍ରେଣୀ ଛାତ୍ର ଆକାଶ କୁମାର ଗୌଡ଼(୧୨) ସ୍କୁଲ...
ପାଣି ଆଣିବାକୁ ଯାଇ ହାତୀ ହାବୁଡରେ ପଡ଼ିଲେ, ଦୌଡୁଥିଲେ ହେଲେ…
ଭଞ୍ଜନଗର,୧୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୋଲଡି ନୂଆଁସାହିରେ ଶୁକ୍ରବାର ଅପରାହ୍ନରେ ହାତୀଆକ୍ରମଣରେ ଜଣେ ମହିଳା ଚାଷୀ ମୃତ୍ୟୁବରଣ କରିଛନ୍ତି। ସେ ହେଲେ...
Archives


