ଚଳନ୍ତା ମାଲବାହୀ ଟ୍ରେନରୁ ଅଲଗା ହେଲା ୬ ବଗି

ଖୁଣ୍ଟୁଣୀ,୨୮।୧୦(ଡି.ଏନ.ଏ.)- ଖୁଣ୍ଟୁଣୀ ଥାନା ଅଧୀନ ପୂର୍ବତଟ ରେଳବାଇର ଘଣ୍ଟିଖାଲ-ନଧିପୁର ରେଳଷ୍ଟେଶନ ନିକଟ ଏକ ରେଳ ପୋଲ ଉପରେ ସୋମବାର ଏକ ଚଳନ୍ତା ମାଲବାହୀ ଟ୍ରେନରୁ ୬ଟି ଓ୍ବାଗନ ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନଟି ପ୍ରାୟ ୧୫ମିନିଟ୍‌ ପର୍ଯ୍ୟନ୍ତ ଟ୍ରାକ ଉପରେ ଅଟକ ରହିଥିଲା। ଏଥିଯୋଗୁ ଆଠଗଡ଼ କଟକ-ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଲେବଲ କ୍ରସିଂ ଉଭୟ ପାର୍ଶ୍ୱରେ ଶହଶହ ଯାନବାହନ ପ୍ରାୟ ୧୫ମିନିଟ ଅଟକି ରହିଥିଲେ। ଘଣ୍ଟିଖାଲ ଷ୍ଟେଶନ ମ୍ୟାନେଜର ନିତ୍ୟାନନ୍ଦ ଦାସ ଓ ରେଳ ଚାଳକ ଏହି ଖାଲିଥିବା ମାଲବାହୀ ଗାଡ଼ିକୁ ପଛକୁ ଆଣି ପୁନର୍ବାର କପୁଲ ପିନ ସଂଯୋଗ କରିବା ପରେ ଟ୍ରେନଟି ଚାଲିଥିଲା। ମ୍ୟାନେଜ ଦାସଙ୍କ କହିବା ଅନୁଯାୟୀ, ସୋମବାର ସକାଳ ୮ଟା ୪୦ରେ ଖୋର୍ଦ୍ଧାରୁ ନୟାଗଡ଼ ଯାଉଥିବା ଏହି ମାଲବାହୀ ଟ୍ରେନଟି ଘଣ୍ଟିଖାଲ-ନିଧିପୁର ଷ୍ଟେଶନରେ ପହଞ୍ଚତ୍ବାର ଥିଲା। କିନ୍ତୁ ନିଧିପୁର ଲେବଲ କ୍ରସିଂ ନିକଟ ପୋଲ ଉପରେ କପୁଲ ପିନ ବାହାରିଯିବାରୁ ୬ଟି ବଗି ପଛରୁ ଅଲଗା ହୋଇଯାଇଥିଲା। ଟ୍ରେନର ଗତି କମିଯିବାରୁ ଲେବଲ କ୍ରସିଂ ଓ ବ୍ରିଜ ଉପରେ ଅଟକ ରହିବା ସହ ଇଞ୍ଜିନ ସହ ଅନ୍ୟ ବଗିଗୁଡିକ ଷ୍ଟେଶନକୁ ଯିବାପରେ ଅଟକିଥିଲା। ତେବେ ଏହି ତ୍ରୁଟି ଯୋଗୁ କୌଣସି ବିଶେଷ ଅଘଟଣ ଘଟି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri