Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ ଆଉଟ

ପ୍ୟାରିସ, ୨୭।୧୦ (ପି.ଟି.)- ଏଠାରେ ଚାଲିଥିବା ୭ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରୁ ଆଉ ଜଣେ ଭାରତୀୟ ମହିଳା ତାରକା ବିଦାୟ ନେଇଛନ୍ତି। ସାଇନା ନେହ୍ବାଲଙ୍କ ପରେ ପି.ଭି. ସିନ୍ଧୁ ମଧ୍ୟ ବିଦାୟ ନେଇଛନ୍ତି। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଟପ୍‌ ସିଡ୍‌ ଚାଇନିଜ ତାଇପେ ଖେଳାଳି ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହୋଇଛନ୍ତି। ମହିଳା ସିଙ୍ଗଲ୍ସରେ ପଞ୍ଚମ ସିଡ ଖେଳାଳି ସିନ୍ଧୁ ୧୬- ୨୧, ୨୬- ୨୪, ୧୭- ୨ରେ ବିଶ୍ୱର ୧ ନମ୍ବର ଖେଳାଳି ତାଇଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ବିଜୟୀ ହେବାକୁ ତାଇଙ୍କୁ ଏକ ଘଣ୍ଟା ୧୫ ମିନିଟି ସମୟ ଆବଶ୍ୟକ ହୋଇଥିଲା। ଏପର୍ଯ୍ୟନ୍ତ ସିନ୍ଧୁ ଓ ତାଇ ପରସ୍ପରକୁ ୧୫ଟି ମ୍ୟାଚ୍‌ରେ ଭେଟିଛନ୍ତି। ଏଥିରେ ତାଇ ୧୦ଟିରେ ବିଜୟୀ ହୋଇଥିବା ବେଳେ ସିନ୍ଧୁ ୫ଟିରେ ବିଜୟୀ ହୋଇଛନ୍ତି।
ଗତ ଅଗଷ୍ଟରେ ସିନ୍ଧୁ ଶେଷଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ତାଇଙ୍କୁ ହରାଇଥିଲେ ଓ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୪ ବର୍ଷୀୟା ସିନ୍ଧୁ ୨୦୧୬ ଅଲିମ୍ପିକ୍ସରେ ତାଇଙ୍କୁ ମଧ୍ୟ ପରାସ୍ତ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ସଫଳତା ଓ ଅଗଷ୍ଟରେ ସୁଇଜରଲାଣ୍ଡ ଓପନ୍‌ରେ ବିଜୟ ପରେ ସିନ୍ଧୁ ଏଥିସହିତ କ୍ରମାଗତ ଚତୁର୍ଥ ଥର ପାଇଁ କୌଣସି ଟୁର୍ନାମେଣ୍ଟରେ ଆଗୁଆ ବିଦାୟ ନେଇଛନ୍ତି। ଫର୍ମ ଫେରିପାଇବାକୁ ସିନ୍ଧୁ ଏବେ ସଂଘର୍ଷ କରୁଛନ୍ତି। ଗତମାସ କୋରିଆ ଓପନରେ ସିନ୍ଧୁ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। ଏହାପରେ ସେ ଡେନ୍‌ମାର୍କ ଓପନରେ ମଧ୍ୟ ପରାସ୍ତ ହୋଇଥିଲେ। ଶୁକ୍ରବାର ସାଇନା ନେହ୍ବାଲ କ୍ୱାର୍ଟର ଫାଇନାଲରେ କୋରିଆର ଅନ ସେ ୟଙ୍ଗ୍‌ଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲେ।
ପୁରୁଷ ଡବଲ୍ସ ଯୋଡି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଭାରତୀୟ ଆଶା ଉଜ୍ଜୀବିତ ରଖିଛନ୍ତି। ବିଶ୍ୱର ୧୧ ନମ୍ବର ଏହି ଯୋଡି ପରବର୍ତ୍ତୀ ରାଉଣ୍ଡରେ ପଞ୍ଚମ ସିଡ ଯୋଡି ଜାପାନର ହିରୋୟୁକି ଏଣ୍ଡୋ ଓ ୟୁଟା ଓ୍ବାଟାନ୍‌ବେଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri