Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ମୁଖ୍ୟ ଲକ୍ଷ୍ୟ: ଶାର୍କି

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-
ନଭେମ୍ବର ୧ ଓ ୨ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆମେରିକା। ପୁରୁଷ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୁଷିଆକୁ ଭେଟିବ। ମ୍ୟାଚ୍‌ ଦ୍ୱୟର ପ୍ରଦର୍ଶନ ଭିତ୍ତିରେ କେଉଁ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ତାହା ସ୍ଥିର ହେବ। ଏଥିପାଇଁ ଭାରତୀୟ ମହିଳା ଦଳର କ୍ୟାମ୍ପ୍‌ କଳିଙ୍ଗ ଷ୍ଟାଡିୟମରେ ଚାଲୁ ରହିଥିବାବେଳେ ଶୁକ୍ରବାର ଆମେରିକା ମହିଳା ଦଳ ଭୁବନେଶ୍ୱରରେ ପହଞ୍ଚତ୍ଛି। ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ସମେତ ଅନେକ ପୁରୁଷ ବିଭାଗ ଟୁର୍ନାମେଣ୍ଟ ଆୟୋଜନ ହୋଇଥିବାବେଳେ ମହିଳା ବିଭାଗର ଅନ୍ତର୍ଜାତୀୟ ମ୍ୟାଚ୍‌ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ।
ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ଆମେରିକା ଦଳ ବ୍ୟଗ୍ର ଥିବା ପ୍ରକାଶ କରିଛନ୍ତି ଅଧିନାୟିକା କାଥଲିନ ଶାର୍କି। ”ଆମେ ପୂର୍ବରୁ ଭାରତରେ କେବେହେଲେ ହକି ଖେଳିନାହୁଁ। ମାତ୍ର ଭାରତର ହକି ଇତିହାସ ବହୁତ ଭଲ ଏବଂ ଏଠାକାର ଲୋକମାନେ ହକିକୁ ବହୁତ ଭଲ ପାଆନ୍ତି ବୋଲି ଜାଣିଛୁ। କଳିଙ୍ଗ ଷ୍ଟାଡିୟମକୁ ମ୍ୟାଚ୍‌ ଦେଖିବାକୁ ଭରପୂର ଦର୍ଶକ ଆସନ୍ତି ବୋଲି ମଧ୍ୟ ଶୁଣିଛୁ। ଭୁବନେଶ୍ୱରରେ ହକି ବିଶ୍ୱକପ୍‌ର ଚିତ୍ତାକର୍ଷକ ଆୟୋଜନକୁ ଆମେ ଦେଖିଛୁ। ତେଣୁ ଆମେ ଏଠାରେ ଖେଳିବାକୁ ବ୍ୟଗ୍ର ଅଛୁ ଏବଂ ହକି ପାଇଁ ପ୍ରସିଦ୍ଧ ବିଶ୍ୱର ଅନ୍ୟତମ ସହରରେ ଖେଳିବା ଅନୁଭୂତି ନେଇ ସ୍ବଦେଶ ଫେରିବାକୁ ଚାହୁଁ“ ବୋଲି ଶାର୍କି ପ୍ରକାଶ କରିଛନ୍ତି। ୨୯ ବର୍ଷୀୟା ଶାର୍କି କ୍ୟାରିୟରରେ ୧୭୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି।
ଭାରତ ଓ ଆମେରିକା ମହିଳା ଦଳ ଶେଷଥର ପାଇଁ ୨୦୧୮ରେ ଲଣ୍ଡନରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ଟି ୧-୧ ଗୋଲ୍‌ରେ ଡ୍ର ରହିଥିଲା। ତେଣୁ ଭାରତୀୟ ଦଳର ଶକ୍ତି ସମ୍ପର୍କରେ ଶାର୍କି ଭଲଭାବେ ଅବଗତ ଅଛନ୍ତି। ”୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଆଗାମୀ ୨ଟି ମ୍ୟାଚ୍‌ରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଚେଷ୍ଟା କରିବୁ“ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକାର ଭଲ ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ। ”ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଆମେ ଭଲଭାବେ ନିଜକୁ ପ୍ରସ୍ତୁତ କରିଛୁ। ଗତ ୧ ବର୍ଷ ଧରି ଆମ ପ୍ରଦର୍ଶନରେ କ୍ରମେ ଉନ୍ନତି ଆସିଛି। ଆମେ ଭାରତ ଖେଳିଥିବା ମ୍ୟାଚ୍‌ଗୁଡ଼ିକୁ ଅନୁଧ୍ୟାନ କରିଛୁ। ମ୍ୟାଚ୍‌ ୨ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା। ଆମ ପିଲାମାନେ ଖେଳିବା ପାଇଁ ବ୍ୟଗ୍ର“ ବୋଲି ସ୍କୁପ୍‌ମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri