ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ: ବର୍ଷାରେ ଭିଜି ପ୍ରତିବାଦ କଲେ

ବାହାନଗା, ୨୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଥିବା ୟୁଜିୟୁପି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ଓ ପରିଚାଳନା କମିଟି ସଦସ୍ୟାସଦସ୍ୟମାନେ ଗୁରୁବାର ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଲଘୁଚାପଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ପରିଚାଳନା କମିଟି ସଦସ୍ୟମାନେ ସକାଳ ୯ଟାରୁ ତାଲା ପକାଇ ପ୍ରତିବାଦ କରିଥିଲେ। ଫଳରେ ବିଦ୍ୟାଳୟ ଭିତରକୁ ଛାତ୍ରୀଛାତ୍ର କିମ୍ବା ଶିକ୍ଷକ ଯାଇପାରି ନ ଥିଲେ ା ସାମ୍ନାରେ ଥିବା ଏକ ମନ୍ଦିରରେ କେତେକ ଛାତ୍ରୀଛାତ୍ର ବସିଥିବା ବେଳେ ଅନ୍ୟମାନେ ଘରକୁ ଫେରିଯାଇଥିଲେ। ତେବେ ବର୍ଷାରେ ପରିଚାଳନା କମିଟିର ସଦସ୍ୟା ଓ ସଦସ୍ୟମାନେ ଫାଟକ ଆଗରେ ଛିଡା ହୋଇ ପ୍ରତିବାଦ କରିଥିଲେ। ସିଆରସିସି ସୀତାକାନ୍ତ ତ୍ରିପାଠୀ ପହଞ୍ଚି ସଦସ୍ୟମାନଙ୍କୁ ବୁଝାଶୁଝା କରିବା ସହ ବିଇଓ ଶୁଭଲକ୍ଷ୍ମୀ ନାୟକଙ୍କ ସହିତ କଥାବାର୍ତ୍ତା କରିବେ ବୋଲି କହିଥିଲେ। ସଦସ୍ୟମାନେ ଦେଇଥିବା ଦାବି ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯାଇଛି ା ସେ ଖୁବ୍‌ଶୀଘ୍ର ଜଣେ ଶିକ୍ଷକ ନିଯୁକ୍ତି କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ସାଢେ ଗୋଟାଏ ବେଳେ ଫାଟକରୁ ତାଲା ଖୋଲାଯାଇଥିଲା ା
ଏହି ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଏ। ମାତ୍ର ୭ଶ୍ରେଣୀ ଲାଗି ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିବା ବେଳେ ଜଣେ ମାତ୍ର ଶିକ୍ଷକ ଅକ୍ଷୟ କୁମାର ନାୟକ ପାଠ ପଢାଉଛନ୍ତି। ଏହାକୁ ନେଇ ପରିଚାଳନା କମିଟି ସଦସ୍ୟମାନେ ୨ମାସ ତଳେ ବ୍ଲକ ଶିକ୍ଷାଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କୁ ଏକ ଦାବିପତ୍ର ଦେଇଥିଲେ। ଦୀର୍ଘଦିନ ହେଲାଣି ଶିକ୍ଷକ ପଦବୀ ପୂରଣ ହେଉନାହିଁ ା କେବଳ ସଦସ୍ୟମାନଙ୍କୁ ୧୫ଦିନ, ୭ଦିନ ମଧ୍ୟରେ ଦାବି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରିବୁ କହି ଦିନ ଗଡାଉଛନ୍ତି। ଆଉ ଅଳ୍ପଦିନ ମଧ୍ୟରେ ପିଲାମାନଙ୍କ ପରୀକ୍ଷା ହେବ, ମାତ୍ର ଜଣେ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟରେ କିପରି ପାଠ ପଢାଯାଉଥିବ ତାହା ଭାବି ଅବିଭାବକ ଓ ପରିଚାଳନା କମିଟିର ସଦସ୍ୟା ସଦସ୍ୟମାନେ ଚିନ୍ତାପ୍ରକଟ କରିଛନ୍ତି। ୨ ମାସ ପୂର୍ବରୁ ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ ା ତେବେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ପ୍ରଶାନ୍ତ କୁମାର ଦାସ ସିଆରସିସି ଭାବେ ପଦୋନ୍ନତି ପାଇବା ପରେ ସେ ବିଦ୍ୟାଳୟରେ ଆଉ ପାଠ ପଢାଉନାହାନ୍ତି। ସବୁ ବେଳେ ବିଭିନ୍ନ କାମରେ ଅନ୍ୟ ବିଦ୍ୟାଳୟକୁ ଯାଉଛନ୍ତି। ଫଳରେ ଛାତ୍ରୀଛାତ୍ରମାନଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ପରିଚାଳନା କମିଟି ସଭାପତି ଧୀରେନ୍ଦ୍ର କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ରବୀନ୍ଦ୍ର କୁମାର ଦାସ, ଶମ୍ଭୁ୍‌ନାଥ ଦାସ, ବୃନ୍ଦାବନ ମଲ୍ଲିକ, ଉମାକାନ୍ତ ମଲ୍ଲିକ, ବନିତା ମଲ୍ଲିକ, ବର୍ଷା ମଲ୍ଲିକ୍‌, ବାସୁଦେବ ମଲ୍ଲିକ ପ୍ରମୁଖ ସଦସ୍ୟ ଓ ଛାତ୍ରୀଛାତ୍ରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri