Posted inଫୁରସତ

ପର୍ସ ହଜିବା ପରେ ଆକାଉଣ୍ଟକୁ ଆସିବାରେ ଲାଗିଲା ଟଙ୍କା

ବେଳେବେଳେ ପର୍ସ ହଜିବା କିମ୍ବା ଚୋରି ହେଉଥିବା ଶୁଣିଥିବେ। କିନ୍ତୁ ପର୍ସ ହଜିବା ପରେ ଆଉ ମିଳିବ ବୋଲି ଖୁବ୍‌ କମ୍‌ ଆଶା ଥାଏ। ମାତ୍ର ଜଣେ ବ୍ୟକ୍ତିଙ୍କର ପର୍ସ ହଜିବା ପରେ ତାଙ୍କ ଆକାଉଣ୍ଟକୁ ଥରକୁ ଥର ଟଙ୍କା ଆସିବାରେ ଲାଗିଲା। ଘଟଣା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ ରହୁଥିବା ଟିମ୍‌ କ୍ୟାମରନ୍‌ଙ୍କ କ୍ଷେତ୍ରରେ। ଦିନେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିବାବେଳେ ରାସ୍ତାରେ ତାଙ୍କ ପର୍ସ ହଜିଯାଇଥିଲା। ଏଥିରେ କିଛି ଟଙ୍କା ଏବଂ ଏଟିଏମ୍‌ କାର୍ଡ ମଧ୍ୟ ଥିଲା। କିନ୍ତୁ ପର୍ସଟିକୁ ଜଣେ ସଚ୍ଚୋଟ ଲୋକ ପାଇଥିଲେ। ବ୍ୟକ୍ତିଜଣକ କ୍ୟାମରନ୍‌ଙ୍କ ସନ୍ଧାନ ପାଇଁ ଅନ୍‌ଲାଇନ୍‌ ବ୍ୟାକିଂର ସହାୟତା ନେଇଥିଲେ।


ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତିଜଣକ କ୍ୟାମରନ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ୪ ଥର ଟଙ୍କା ଜମା କରିଛନ୍ତି। ଏଥିସହ ପ୍ରତିଥର କ୍ୟାମରନ୍‌ଙ୍କ ନିକଟକୁ ନୂଆ ନୂଆ ତଥ୍ୟ ଆସିଥାଏ। ବ୍ୟକ୍ତିଜଣକ ଶେଷରେ ଏଥିରେ ଏକ ଫୋନ୍‌ ନମ୍ବର ଲେଖି କ୍ୟାମରନ୍‌ଙ୍କ ନିକଟକୁ ପଠାଇଥିଲେ। କ୍ୟାମରନ୍‌ ଫୋନ୍‌ କରି ତାଙ୍କଠାରୁ ସମସ୍ତ କଥା ବୁଝି ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବ୍ୟକ୍ତିଜଣକ ସୋସିଆଲ ମିଡିଆରେ ପର୍ସର ଫଟୋ ସହ ଜମା ରସିଦ ଶେୟାର କରିଥିଲେ। ଏହା ଦେଖି ୟୁଜରମାନେ ତାଙ୍କୁ ନାନା ପ୍ରଶ୍ନ ପଚାରିବାରେ ଲାଗିଲେ। ତୁମେ କ୍ୟାମରନ୍‌ଙ୍କ ପତ୍ତା କେମିତି ପାଇଲ? ତାଙ୍କ ପାଖକୁ ଟଙ୍କା କିପରି ପଠାଇଲ? ଏହାର ଉତ୍ତରରେ ସେ କହିଛନ୍ତି, ବ୍ରିଟେନ୍‌ର କାର୍ଡ ଉପରେ ବ୍ୟାଙ୍କର ସବିଶେଷ ତଥ୍ୟ ରହିଥାଏ, ଯେଉଁଥିରୁ ସେ ଜାଣିବାକୁ ପାଇଥିଲେ। ଆଉ ଏହା ସହାୟତାରେ କ୍ୟାମରନ୍‌ଙ୍କ ପର୍ସରେ ଥିବା ଅର୍ଥ ତାଙ୍କୁ ଫେରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri