Posted inଖେଳ

ଖେଳାଳିଙ୍କ ଧର୍ମଘଟ ପଛରେ ଷଡ଼ଯନ୍ତ୍ର ରହିଛି: ବିସିବି

ଢାକା, ୨୩ା୧୦ (ପି.ଟି.)-ଜାତୀୟ ଖେଳାଳିଙ୍କ ଅଦ୍ଭୁତପୂର୍ବ ଧର୍ମଘଟ ପଛରେ ଷଡ଼ଯନ୍ତ୍ର ରହିଥିବା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସଭାପତି ନାଜିବୁଲ ହସନ ମଙ୍ଗଳବାର କହିିଛନ୍ତି। ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭାରତ ଟୁର୍‌ରେ ବାଂଲାଦେଶ ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସୋମବାର ଟେଷ୍ଟ ଓ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ, ମହମୁଦୁଲ୍ଲା ଏବଂ ମୁସ୍‌ଫିକର ରହିମଙ୍କ ଭଳି ଦେଶର କେତେଜଣ ଟପ୍‌ ଖେଳାଳି ସେମାନଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରିବେ ବୋଲି ଏକ ଖବରଦାତା ସମ୍ମିଳନୀରେ ଧମକ ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ପ୍ରଥମ ଶ୍ରେଣୀ ଖେଳାଳିଙ୍କ ବେତନ ବୃଦ୍ଧି ଅନ୍ୟତମ। ଧର୍ମଘଟ ଯୋଗୁ ବାଂଲାଦେଶ କ୍ରିକେଟ ଦଳର ନଭେମ୍ବର ୩ରୁ ହେବାକୁଥିବା ଭାରତ ଟୁର୍‌ ଅନିଶ୍ଚିତ ମଧ୍ୟକୁ ଠେଲି ହୋଇଯାଇଛି। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିସିବି ପକ୍ଷରୁ ଡାଇରେକ୍ଟରମାନଙ୍କର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ତାଙ୍କୁ ଆମେ ଖୋଜି ବାହାର କରିବୁ ବୋଲି ହସନ କହିଛନ୍ତି। ଖେଳାଳିମାନେ ସେମାନଙ୍କର ଦାବି ସମ୍ପର୍କରେ ବୋର୍ଡ ସହିତ ଆଲୋଚନା ନ କରି ସର୍ବସାଧାରଣରେ ବିକ୍ଷୋଭ ପ୍ରଦର୍ଶନ କରିବା ଦ୍ୱାରା ଦେଶରେ ଖେଳର ଭାବମୂର୍ତ୍ତି ନଷ୍ଟ ହୋଇଥିବା ସେ କହିଛନ୍ତି। ଖେଳାଳିମାନେ ଏତେ ପରିମାଣରେ ଉତ୍ତ୍ୟକ୍ତ ହୋଇପଡ଼ିବେ ଏହା ଆମ କଳ୍ପନା ବାହାରେ ଥିଲା। ଏହା ଆମକୁ ଖୁବ୍‌ ବାଧିଛି ବୋଲି ବିସିବି ନିର୍ଦ୍ଦେଶକ ଜାଲା ୟୁନୁସ କହିଛନ୍ତି। ଖେଳାଳିମାନେ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରିବା ଲାଗି ଯେଉଁ ଧମକ ଦେଇଛନ୍ତି,ତାହା ବ୍ଲାକ୍‌ମେଲ୍‌ ଛଡ଼ା ଆଉ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri