Posted inଖେଳ

ଭାରତ, ପାକିସ୍ତାନ ଉଭୟ ଦେଶ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଏହି ୩ କ୍ରିକେଟର

କ୍ରିକେଟର ସବୁଠୁ ବଡ ପ୍ଲାଟଫର୍ମ ହେଉଛି ଟେଷ୍ଟ କ୍ରିକେଟ। ତେବେ କ୍ରିକେଟର ସବୁଠୁ ରୋମାଞ୍ଚକ ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଏ। ଟେଷ୍ଟ ହେଉ କି ଏକଦିବସୀୟ ଉଭୟ ଦେଶ ମଧ୍ୟରେ ମ୍ୟାଚ୍‌ ଚାଲିରେ ସାରା ବିଶ୍ୱର ନଜର ରହିଥାଏ। ଏମିତି ୩ ଜଣ କ୍ରିକେଟର ଅଛନ୍ତି, ଯେଉଁମାନେ ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।
ଅବଦୁଲ ହଫିଜ କାର୍ଦ୍ଦାର
ଅବିଭାଜିତ ଭାରତର ଲାହୋରରେ ଜନ୍ମ ହୋଇଥିଲେ ଅବଦୁଲ ହଫିଜ କାର୍ଦ୍ଦାର। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳୁଥିବା ଟିମ ଇଣ୍ଡିଆରେ ବି ସାମିଲ ଥିଲେ। ତେବେ ମହମ୍ମଦ ଜିନ୍ନାଙ୍କ ସମର୍ଥକ କାର୍ଦ୍ଦାର ଦେଶ ବିଭାଜନବେଳେ ପାକିସ୍ତାନ ପଟେ ରହିଯାଇଥିବାବେଳେ ପରେ ତାଙ୍କୁ ପାକିସ୍ତାନ ଦଳର ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୫୨-୫୩ରେ କାର୍ଦ୍ଦାର ତାଙ୍କ ଟିମ ସହ ଭାରତ ଗସ୍ତ କରିବା ସହିତ ଲାଲା ଅମରନାଥଙ୍କ ଟିମ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା। ଦିଲ୍ଲୀ ଓ ବମ୍ବେ ଟେଷ୍ଟ ଜିତି ଭାରତ ନିଜ ନାମରେ ସିରିଜ କରିଥିବାବେଳେ ଲକ୍ଷ୍ନୌ ଟେଷ୍ଟରେ ପାକିସ୍ତାନ ବିଜୟୀ ହୋଇଥିଲା।

ଅମିର ଇଲ୍ଲାହି
ସେହିପରି ଅନ୍ୟ ଜଣେ କ୍ରିକେଟର ହେଲେ ଅମିର ଇଲ୍ଲାହି। ଅବିଭାଜିତ ଭାରତର ଲାହୋରରେ ଜନ୍ମିତ ଇଲାହି ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ। ୧୯୫୨-୫୩ରେ ପାକିସ୍ତାନକୁ ଟେଷ୍ଟ ଟିମ୍‌ ମାନ୍ୟତା ମିଳିବା ପରେ ସେ ପାକିସ୍ତାନ ପାଇଁ ଖେଳିଥିଲେ।

ଗୁଲ ମହମ୍ମଦ
ଗୁଲ ମହମ୍ମଦ ମଧ୍ୟ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ବାମହାତୀ ଆକ୍ରମକ ବ୍ୟାଟ୍ସମ୍ୟାନ ଗୁଲ ୧୯୫୨-୫୩ରେ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ପରେ ୧୯୫୫ ମସିହାରେ ସେ ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିବା ପରେ ପାକିସ୍ତାନ ଦଳ ପାଇଁ ଖେଳିଥିଲେ। କ୍ରିକେଟ କ୍ୟାରିୟର ସମାପ୍ତ ହେବା ପରେ ସେ ପାକ କ୍ରିକେଟ ପ୍ରଶାସନରେ ରହିବା ସହ ପ୍ରଥମେ କୋଚ ଓ ପରେ ଗଦ୍ଦାଫି ଷ୍ଟାଡିୟମର ନିର୍ଦ୍ଦେଶକ ମଣ୍ଡଳିରେ ଦୀର୍ଘ ବର୍ଷ ଧରି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri