ଏଇ ଭାରତରେ

ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍‌ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍‌ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା। ଏହି ଗାଁରେ ଯଦି କୌଣସି ପ୍ରସୂତିଙ୍କର ମୃତ୍ୟୁ ହୋଇଯାଏ ପୁରୁଷମାନେ ତାଙ୍କ ଶବକୁ ଛୁଅନ୍ତି ନାହିଁ କି ଅନ୍ତିମ ସଂସ୍କାର କରନ୍ତିନାହିଁ। ତୁମସନାର୍‌ର ସୁକମୋତିନ ନାମକ ମହିଳା ଜିଲା ହସ୍ପିିଟାଲ୍‌ରେ ଏକ ଶିଶୁକୁ ଜନ୍ମ ଦେବା ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ସୁକମୋତିନ ଏହା ଶୁଣିବା ପରେ ବି ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମା ଓ ଶିଶୁର ଶବ ଗାଁରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ କୌଣସି ପୁରୁଷ ଆସିନଥିଲେ। ଭୂତ ଭୟ ଯୋଗୁ ସେମାନେ ଶବର ଅନ୍ତିମ ଯାତ୍ରାରେ ବି ଯିବାକୁ ମନା କରିଦେଇଥିଲେ। କାରଣ ପ୍ରସୂତିଙ୍କ ଶବକୁ ଯଦି ଗାଁରେ ପୋତାଯାଏ ତେବେ ସେ ଭୂତ ପାଲଟିଯାଏ ବୋଲି ସେମାନଙ୍କର ଅନ୍ଧବିଶ୍ୱାସ ରହିଛି। କେବଳ ଏତିକି ନୁହେଁ ସେମାନେ ଶବକୁ ବି କାନ୍ଧରେ ନେବା ପାଇଁ ମନା କରିଦେଇଥିଲେ। ତେବେ ଏଭଳି ଅନ୍ଧବିଶ୍ୱାସରୁ ଊର୍ଦ୍ଧ୍ୱକୁ ଯାଇ ସ୍ଥାନୀୟ ମହିଳାମାନେ ଶବକୁ କାନ୍ଧରେ ନେଇଛନ୍ତି। ସେମାନେ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ କାନ୍ଧରେ ଗାଁ ବାହାରକୁ ନେଇ ପୋତିଛନ୍ତି। ଅନ୍ଧବିଶ୍ୱାସରେ ବୁଡ଼ି ରହିଥିବା ଲୋକମାନଙ୍କ ପାଇଁ ଏହି ଘଟଣା ଏକ ନୂଆ ବାଟ ଦେଖାଇବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri