Posted inଖେଳ

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଞ୍ଚି,୧୯।୧୦(ପି.ଟି.)- ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆୟୋଜନ ହେବାକୁ ଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ତେବେ ଅନ୍ତିମ ମ୍ୟାଚ୍‌ ଜିତି ଭାରତ ୩-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କାଭାବେ ନେବ ନାହିଁ। ବିଜୟୀ ହେଲେ ଭାରତ ୪୦ ପଏଣ୍ଟ ହାସଲ କରି ତାଲିକାରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିବ। ଅନ୍ୟପଟେ ଅନ୍ତିମ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ ଲକ୍ଷ୍ୟରେ ରହିଛି।
ସିରିଜରେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦୟନୀୟ ପ୍ରଦର୍ଶନ କରିଛି। ସବୁ ବିଭାଗରେ ଭାରତ ପ୍ରଭାବ ବିସ୍ତାର କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୦୩ ରନରେ ବିଜୟୀ ହୋଇଥିଲା। ସେହିପରି ପୁଣେରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୭ରେ ବିଜୟୀ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୪ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୨୦୦ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତଠାରୁ ୧୪୦ ପଏଣ୍ଟ କମ୍‌ ପାଇ ନ୍ୟୁଜିଲାଣ୍ଡ ୬୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ୬୦ ପଏଣ୍ଟ ପାଇଥିଲେ ମଧ୍ୟ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ଅନ୍ତିମ ଟେଷ୍ଟକୁ ଭାରତ ବେଶ୍‌ ଗୁରୁତ୍ୱ ଦେଉଛି। ତେଣୁ ପୂରା ସାମର୍ଥ୍ୟ ସହ ଭାରତ ପଡିଆକୁ ଓହ୍ଲାଇବ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂ ଓ ବୋଲିଂରେ ଥିବା ସାମାନ୍ୟ କେତୋଟି ତ୍ରୁଟିକୁ ଭାରତ ସୁଧାରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ଶତକ ହାସଲ କରିଥିବା ତାରକା ଓପନର ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ଅବଶ୍ୟ ସଫଳ ହୋଇ ପାରି ନ ଥିଲେ। ସେ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ତାଙ୍କ ସାଥୀ ଓପନର ମୟଙ୍କ ଅଗ୍ରଓ୍ବାଲ ପ୍ରଥମ ଟେଷ୍ଟରେ କ୍ୟାରିୟର ପ୍ରଥମ ଶତକକୁ ଦ୍ୱିଶତକରେ ପରିଣତ କରିଥିଲେ। ଏଥି ସହିତ ଦ୍ୱିତୀୟ ଟେଷ୍ଟରେ ସେ ଆଉ ଏକ ଶତକ ଅର୍ଜନ କରିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ କୋହଲି ୨୫୪ ରନର ଦ୍ୱିଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସିରିଜରେ ଏପର୍ଯ୍ୟନ୍ତ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଏଥର ସେ ଶତକ ହାସଲ କରିବେ ବୋଲି ଆଶା କରାଯାଉଛି। ଗତ ଦୁଇଟି ଯାକ ଟେଷ୍ଟରେ ଭାରତ ମାତ୍ର ୧୬ ଉଇକେଟ ହରାଇ ଆଧିପତ୍ୟ ଜାହିର କରିଛି। ଟସ୍‌ ଜିତିବା ମଧ୍ୟ ଭାରତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏଥର ଭାଗ୍ୟ ସହାୟ ହେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ଟସ୍‌ ଜିତିବେ। ଦକ୍ଷିଣ ଆଫ୍ରିକାର ଗତ ଭାରତ ଗସ୍ତରେ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏଥର କିନ୍ତୁ ଉଭୟ ଦ୍ରୁତ ବୋଲର ଓ ସ୍ପିନର ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ୨୨ ରନ ଦେଇ ଦ୍ରୁତ ବୋଲର ଉମେଶ ଯାଦବ ୩ ଉଇକେଟ ଅକ୍ତିଆର କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଇକେଟକିପର ରିଦ୍ଧିମାନ ଶାହା ମଧ୍ୟ କୋତୋଟି ଦର୍ଶନୀୟ କ୍ୟାଚ୍‌ ନେଇଛନ୍ତି। ହନୁମା ବିହାରୀଙ୍କୁ ବସାଇ କୋହଲି ଅତିରିକ୍ତ ଦ୍ରୁତ ବୋଲର ଭାବେ ଉମେଶଙ୍କୁ ଖେଳାଇଥିଲେ। ଅନ୍ତିମ ଟେଷ୍ଟରେ କୋହଲି ଅନ୍ତିମ ଏକାଦଶ ନେଇ କି ନିଷ୍ପତ୍ତି ନେବେ ତାହା କହିବା ମୁସ୍କିଲ।
ରାଞ୍ଚିରେ ବଲ୍‌ ସ୍ପିନ୍‌ କରିବ ବୋଲି ଡୁପ୍ଲେସି କହି ସାରିଛନ୍ତି। ତେଣୁ ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବ ଖେଳିବା ଆଶା କରାଯାଉଥିଲା। ତେବେ କୁଲଦୀପ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି। ଫଳରେ ତାଙ୍କ ସ୍ଥାନରେ ଝାଡଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦିମଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ଓ ସେ ଅନ୍ତିମ ଏକାଦଶରେ ସାମିଲ ହେବେ ବୋଲି ଆଶା କରାଯାଉଛି।
ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଲଢେଇ କରିଥିଲେ ମଧ୍ୟ ପୁନେରେ ହାତ ଟେକିଦେଇଥିଲେ। କେବଳ ଟେଲଏଣ୍ଡର କିଛି ମାତ୍ରାରେ ସଂଘର୍ଷ କରିଥିଲେ। ଡିନ୍‌ ଏଲଗାର, କ୍ୱିଣ୍ଟନ ଡି କକ ଓ ଟେମ୍ବା ବଭୁମା ଭଲ ପ୍ରଦର୍ଶନ କରିବାକୁ ଡୁପ୍ଲେସି ଆହ୍ବାନ ଦେଇଛନ୍ତି। ଇଞ୍ଜୁରି କାରଣରୁ ଓପନର ଏଡେନ ମାରାକ୍ରାମ ଦଳରୁ ବାଦ ପଡିଛନ୍ତି। ଫଳରେ ଦଳର ଚିନ୍ତା ବଢିଯାଇଛି।
କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଅନରିଚ ନୋର୍ଜ ଏପର୍ଯ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇ ନାହାନ୍ତି ଓ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଅଭିଜ୍ଞ ସ୍ପିନର କେଶବ ମହାରାଜ ଦଳରୁ ବାଦ୍‌ ପହିଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହେବ।
ଭାରତୀୟ ଦଳ: ବରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାହବାଜ ନଦିମ, ଉମେଶ ଯାଦବ, ଇଶାନ୍ତ ଶର୍ମା, ରିଷଭ ପନ୍ତ ଓ ଶୁବମନ ଗିଲ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ ଅଧିନାୟକ), ଥେଉନିସ ଡି ବୁଇନ୍‌, କ୍ୱିଣ୍ଟନ ଡିକକ୍‌, ଡିନ ଏଲଗାର, ଜୁବେର ହମଜା, ଜର୍ଜ ଲିଣ୍ଡ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ୍‌ ପିଟ୍‌, କାଗିସୋ ରାବାଡ଼ା ଓ ରୁଡି ସେକେଣ୍ଡ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ରାଞ୍ଚି
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri