ଏଫ୍‌ଏଟିଏଫ୍‌ରେ ଏକଘରିକିଆ ହେବ ପାକ୍‌

ପ୍ୟାରିସ୍‌,୧୫ା୧୦(ପି.ଟି.): ଅନ୍ତର୍ଜାତୀୟ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ କଡ଼ା ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଏହି ଦେଶକୁ ସୁଧୁରିବା ଲାଗି ଶେଷ ଚେତାବନୀ ସ୍ବରୂପ ଡାର୍କ ଗ୍ରେ (କଳା ଧୂସର) ତାଲିକାରେ ରଖାଯାଇପାରେ ବୋଲି ଜଣାପଡିଛି। ଏଫ୍‌ଏଟିଏଫ୍‌ର ବିସ୍ତୃତ ଆଲୋଚନାରେ ଭାଗ ନେଇଥିବା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବା ଦିଗରେ ଯଥେଷ୍ଟ ପଦକ୍ଷେପ ନେଇଥିବା ଇସ୍‌ଲାମାବାଦ ସବୁ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏକଘରିକିଆ ହେବାକୁ ଯାଉଥିବା ସୂଚନା ମିଳିଛି। ଆତଙ୍କବାଦକୁ ପାଣ୍ଠି ଯୋଗାଣ ରୋକିବା ଦିଗରେ ୨୭ଟି ପଦକ୍ଷେପ ନେବା ଲାଗି ପାକିସ୍ତାନକୁ ଏଫ୍‌ଏଟିଏଫ ପକ୍ଷରୁ ପରାମର୍ଶ ଦିଆଯାଇଥିତ୍ବାବେଳେ ଏହା ମାତ୍ର ୬ଟି ପଦକ୍ଷେପ ନେଇଛି। ଏଫ୍‌ଏଟିଏଫ୍‌ ପାକିସ୍ତାନ ବିରୋଧରେ ୧୮ରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଯାଉଛି। ଡାର୍କ ଗ୍ରେ ଅର୍ଥ କୌଣସି ଦେଶ ବିରୋଧରେ ଚୂଡାନ୍ତ ଚେତାବନୀ ଜାରି। ଗତବର୍ଷ ଜୁନ୍‌ରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରାଯାଇଥିଲା। ଏଥିସହିତ ଉକ୍ତ ଦେଶକୁ କେତେଗୁଡିଏ କାର୍ଯ୍ୟଯୋଜନା ୨୦୧୯ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ କୁହାଯାଇଥିଲା। ଏହାକୁ କାର୍ଯ୍ୟକାରୀ ନ କଲେ ଇରାନ ଓ ଉତ୍ତର କୋରିଆ ଭଳି ଉକ୍ତ ଦେଶକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କୌଣସି ଦେଶ ଡାର୍କ ଗ୍ରେ ତାଲିକାରେ ରହିଲେ ଆଇଏମ୍‌ଏଫ୍‌ (ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି), ବିଶ୍ୱବ୍ୟାଙ୍କ, ୟୁରୋପୀୟ ସଂଘ ଆଦିରୁ ଆର୍ଥତ୍କ ସହାୟତା ପାଇବା କଷ୍ଟକର ହୋଇଥାଏ।
‘ଇସ୍‌ଲାମାବାଦ ବିରୋଧରେ ତଥ୍ୟ ସଂଗ୍ରହ କର’

ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ସହ ଆର୍ଥିକ ସହାୟତା ଯୋଗାଇଆସୁଥିବା କଥା ସମସ୍ତେ ଜାଣନ୍ତି। ଆତଙ୍କବାଦୀ କାର୍ଯ୍ୟରେ ଇସ୍‌ଲାମାବାଦର ଭୂମିକା ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ଲାଗି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଦେଶର ସମସ୍ତ ଆତଙ୍କବାଦ ନିରୋଧୀ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି। ଏହି ତଥ୍ୟଗୁଡ଼ିକୁ ଅନ୍ତର୍ଜାତୀୟ ଫୋରମ୍‌ ଓ ମଞ୍ଚରେ ଉପସ୍ଥାପନ କରାଯାଇପାରିବ। ତଥ୍ୟ ପ୍ରମାଣ ସଂଗ୍ରହ କରିବା ଜରୁରୀ ବୋଲି ସୋମବାର ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌)ର ମୁଖ୍ୟମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଡୋଭାଲ କହିଥିଲେ। ପାକିସ୍ତାନ ଆତଙ୍କବାଦର ପ୍ରାୟୋଜନ କରୁଥବାର ତଥ୍ୟ ସଂଗ୍ରହ କରି ଏହାକୁ ପ୍ରମାଣରେ ବଦଳାଇବାକୁ ହେବ। ଏଫ୍‌ଏଟିଏଫ୍‌ ଇସ୍‌ଲାମାବାଦ ଉପରେ ସର୍ବାଧିକ ଚାପ ପକାଇଥିବା ଡୋଭାଲ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri