ସତର୍କ କରାଇଲେ ରଘୁରାମ ରାଜନ; ସଙ୍କଟ ଆଡକୁ ମୁହାଁଉଛି ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ,୧୩-୧୦: ଦେଶର ବିତ୍ତୀୟ ନିଅଣ୍ଟ ବଢୁଥିବା ବେଳେ ଏହା ଘରୋଇ ବଜାରକୁ ଖରାପସ୍ଥିତି ଆଡକୁ ଟାଣି ନେଉଛି। ଏଭଳି ବିଭିନ୍ନ କାରଣ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଘୋର ସଙ୍କଟ ଆଡକୁ ଗତି କରୁଛି। ବିମୁଦ୍ରୀକରଣ ଏବଂ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଜିଏସ୍‌ଟି ମାନ୍ଦାବସ୍ଥାର କାରଣ ହୋଇଛି ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଶନିବାର କହିଛନ୍ତି। ବ୍ରାଉନ ୟୁନିଭର୍ସିଟିଠାରେ ଓପି ଜିନ୍ଦଲ ଲେକଚର କାର୍ଯ୍ୟକ୍ରମରେ ସେ କହିଛନ୍ତି, ଭାରତରେ ଅର୍ଥନୈତିକ ଦୃଷ୍ଟିଭଙ୍ଗୀ ଠିକ୍‌ ନ ରହିବା ଯୋଗୁ ଏହା ଦେଶକୁ ଅସୁବିଧା ସ୍ଥିତି ଆଡକୁ ଟାଣି ନେଉଛି। ଦେଶର ଜିଡିପି ଅଭିବୃଦ୍ଧି ୨୦୧୬ର ପ୍ରଥମ ତ୍ରୈମାସରେ ୯% ଥିବା ବେଳେ ଏଥିରେ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଭାରତ ଏହାର ଅର୍ଥନୈତିକ ଅଭିବୃଦ୍ଧି ଧାରାକୁ ହରାଇଛି। ଠିକ୍‌ ଭାବେ ଅର୍ଥନୈତିକ ଲକ୍ଷ୍ୟ ନ ରଖି କ୍ଷମତା କେନ୍ଦ୍ରୀକରଣ ସହ କାର୍ଯ୍ୟ କରିବା ଫଳରେ ଏଭଳି ସ୍ଥିତି ଉପୁଜିଛି।
ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୫% ରହିଛି। ଏହା ଜୁଲାଇ ସେପ୍ଟେମ୍ବରରେ ୫.୩% ରହିବା ନେଇ ଆକଳନ କରାଯାଇଛି। ଅଗଷ୍ଟରେ ଔଦ୍ୟୋଗିକ ଅଭିବୃଦ୍ଧି ନକାରାତ୍ମକ ସ୍ଥିତିରେ ରହିବା ସହ ୧.୧%କୁ ଖସି ଆସିଛି। ରେଟିଂ ଏଜେନ୍ସି ମୁଡିସ୍‌ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ କମାଇବା ସହ ୬.୨%ରୁ ୫.୮% ଖସାଇଛି। ଚାହିଦା ହ୍ରାସ, ନିଯୁକ୍ତି କମ୍‌ ହେବା ଏବଂ ଗ୍ରାମାଞ୍ଚଳ ପରିବାରଗୁଡିକରେ ଆର୍ଥତ୍କ ସ୍ଥିତି ଖରାପ ହେବାରୁ ମୁଡିସ ଏଭଳି ମତ ରଖିଛି। ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ଦେଶର ଜିଡିପି ଅଭିବୃଦ୍ଧି ଆକଳନକୁ ମଧ୍ୟ ୬.୮%ରୁ ୬.୧%କୁ ହ୍ରାସ କରିଛି। ରାଜନ କହିଛନ୍ତି, ଦେଶରେ ଲାଗି ରହିଥିବା ପୁରୁଣା ଆର୍ଥତ୍କ ସମସ୍ୟାଗୁଡିକୁ ସମାଧାନ କରାଯାଇ ନାହିଁ। କ୍ଷତିଗ୍ରସ୍ତ ଆର୍ଥତ୍କ ଏବଂ ଶକ୍ତି କ୍ଷେତ୍ରକୁ ତୁରନ୍ତ ଭିତ୍ତିରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମାତ୍ର ଏଭଳି ସ୍ଥିତିରେ ଭାରତ ଅଭିବୃଦ୍ଧିର ନୂଆ ଉତ୍ସକୁ ଚିହ୍ନି ପାରୁନାହିଁ। ଦେଶରେ ନିବେଶ ହ୍ରାସ, ଚାହିଦାରେ ଗଭୀର ପ୍ରଭାବ, ରପ୍ତାନି ହ୍ରାସ ଏବଂ ଏନ୍‌ବିଏଫ୍‌ସି ସମସ୍ୟା ଉପରେ ରାଜନ ଉଦବେଗ ପ୍ରକାଶ କରିବା ସହ ବିମୁଦ୍ରୀକରଣ ଏବଂ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଜିଏସ୍‌ଟି ଦ୍ୱାରା ଅର୍ଥ ବ୍ୟବସ୍ଥା କିଭଳି ପ୍ରଭାବିତ ହୋଇଛି ସେ ଉପରେ ମତ ଦେଇଛନ୍ତି। ବିମୁଦ୍ରୀକରଣର ଉଦାହରଣ ଦେଇ ସେ କହିଛନ୍ତି, କେନ୍ଦ୍ରୀକୃତ ତଥା ଏକାକୀ ଭାବେ କୌଣସି କଥା ଚିନ୍ତା ନ କରି ସରକାର ଏହାକୁ ଲାଗୁ କଲେ। ମାତ୍ର ତାର ପ୍ରଭାବ ଅର୍ଥବ୍ୟବସ୍ଥାକୁ ସହିବାକୁ ପଡୁଛି। ବିମୁଦ୍ରୀକରଣ ପରେ ସରକାର ଜିଏସ୍‌ଟିକୁ ଠିକ୍‌ ଭାବେ ଲାଗୁ ନ କରାଇବା କାରଣରୁ ଏହା ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡକୁ ଭାଙ୍ଗିଥିବା ସେ ମତ ଦେଇଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ଅଭିବୃଦ୍ଧିକୁ ଧ୍ୟାନ ଦେବା ପରିବର୍ତ୍ତେ ବଣ୍ଟନ ଏବଂ ଲୋକ ମଙ୍ଗଳକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ରାଜସ୍ବ କମ୍‌ ରହିଥିବା ବେଳେ ଯୋଜନାଗୁଡିକରେ ଖର୍ଚ୍ଚ କରିବାର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri