Posted inଖେଳ

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଲକ୍ଷ୍ୟ

ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ)-
ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ରେସ୍‌ରେ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଟେଲିଫୋନ୍‌ ଯୋଗେ ସାକ୍ଷାତ ଅବସରରେ ପ୍ରକାଶ କରିଛନ୍ତି ଏହି ତାରକା ଆଥଲେଟ୍‌।
ପ୍ର:ଜାତୀୟ ରେକର୍ଡ ଭାଙ୍ଗିବା ପାଇଁ କିଛି ଯୋଜନା ଥିଲା କି ?
ଉ: ରାଞ୍ଚତ୍ର ପାଗ ଓ ପରିବେଶ ବହୁତ ଭଲ ରହିଛି। ବେଶୀ ଗରନ ନ ଥିବାରୁ ମୋ ଶରୀରକୁ ସୁହାଇଲା। ଟ୍ରାକ୍‌ ବି ବହୁତ ଫାଷ୍ଟ ଅଛି। ସେମିଫାଇନାଲ ଅପରାହ୍ନ ୫ଟା ୧୦ରେ ଥିଲେ ହେଁ ମୁଁ ୩ଟାରୁ ଟ୍ରାକ୍‌କୁ ଆସି ଓ୍ବାର୍ମଅପ୍‌ କରିଥିଲି। ଭ୍ରମଣ ଯୋଗୁ ଶରୀର ଟାଇଟ୍‌ ଥିବାରୁ ଓ୍ବାର୍ମଅପ୍‌ ଅତ୍ୟନ୍ତ ଜରୁରୀ ଥିଲା। ଜାତୀୟ ସ୍ତରରେ ମୁଁ ପ୍ରାୟତଃ କେବେହେଲେ ନିରାଶ ହୋଇନାହିଁ, ତେଣୁ ପଦକ ଆଶା ରହିଥିଲା। ସେମିଫାଇନାଲରେ ୧୧.୨୦ ସେକେଣ୍ଡ କରିବାର ଟାର୍ଗେଟ ଯୋଗୁ ହିଁ ମୁଁ ୧୧.୨୨ ସେକେଣ୍ଡ ସ୍ପର୍ଶ କରିପାରିଲି ଏବଂ ଜାତୀୟ ରେକର୍ଡ ଭାଙ୍ଗିଲି। ୪୦ ମିନିଟ ପରେ ଫାଇନାଲ ରେସ୍‌ ହୋଇଥିଲା। ତେଣୁ ମୁଁ ଟାଇମିଂରେ ଆହୁରି ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତାହା ସମ୍ଭବ ହୋଇ ନ ଥିଲା। ତେବେ ପ୍ରଦର୍ଶନରେ ମୁଁ ଅତ୍ୟନ୍ତ ଖୁସି ଅଛି। ୧୧.୨୫ ସେକେଣ୍ଡ ଦେଖିବାକୁ ଗଲେ କିଛି ଖରାପ ନୁହେଁ।
ପ୍ର: ରେକର୍ଡ ଭାଙ୍ଗିବାର ଅନୁଭୂତି କିପରି ଥିଲା ?
ଉ: ନିଜ ରେକର୍ଡ ଭାଙ୍ଗିଥିବାରୁ ବହୁତ ଖୁସି ଲାଗିଲା। କାରଣ ଭାରତ ବର୍ଷରେ ଏକମାତ୍ର ଆଥଲେଟ୍‌ ଭାବେ ମୁଁ ନିଜ ରେକର୍ଡକୁ ପାଖାପାଖି ୧୦ ଥର ଭାଙ୍ଗି ସାରିଲିଣି। ଏହା ପାଖାପାଖି ଆଉ କେହି ପ୍ରଦର୍ଶନ ଦେଇପାରି ନାହାନ୍ତି। ୨୦୦୨ ମସିହାରେ ସରସ୍ବତୀ ଶାହଙ୍କ ନାମରେ ଥିବା ୧୭ ବର୍ଷର ମିଟ୍‌ ରେକର୍ଡ(୧୧.୪୩ ସେକେଣ୍ଡ)କୁ ଭାଙ୍ଗିଲି। ଭାରତର ଦ୍ରୁତତମ ଧାବିକା ହୋଇପାରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ମୁଁ ଆହୁରି କମ୍‌ ସମୟରେ ରେସ୍‌ ଶେଷ କରି ପାରିବି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ସେ ବିଶ୍ୱାସକୁ ରଖିବାକୁ ମୁଁ ସର୍ବଦା ଚେଷ୍ଟା କରି ଆସୁଛି। ଦିନେନାଦିନେ ୧୧.୦୦ ସେକେଣ୍ଡରେ ମୁଁ ରେସ୍‌ ଶେଷ କରିବାକୁ ଲକ୍ଷ୍ୟ ରଖିଛି।
ପ୍ର: ଟ୍ରେନିଂ କେଉଁଠାରେ ଜାରି ରଖିବେ ?
ଉ: ମୁଁ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ଜାରି ରଖିବି। ସେଠାରେ ଅଭ୍ୟାସ ପାଇଁ ମୋତେ ଓଡ଼ିଶା ସରକାର ଓ କିଟ୍‌ ପକ୍ଷରୁ ସବୁପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ମୋ ବ୍ୟକ୍ତିଗତ କୋଚ୍‌, ସହକାରୀ କୋଚ୍‌, ମାଲିସବାଲା ଏବଂ ଟ୍ରେନର ସମସ୍ତେ ଉପଲବ୍ଧ ହେଉଛନ୍ତି। ଟ୍ରେନିଂ ପାଇଁ ମୋତେ ଏହି ଟ୍ରାକ୍‌ ବେଶ୍‌ ସୁହାଉଛି। ତେଣୁ ଏବେ ଓଡ଼ିଶା ବାହାରେ ଟ୍ରେନିଂ କରିବି ନାହିଁ। ତେବେ ଯଦି ବିଦେଶରେ ଟ୍ରେନିଂ ପାଇଁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚିତ ତାହାକୁ ଗ୍ରହଣ କରିବି।
ପ୍ର: ରେକର୍ଡ ଭାଙ୍ଗିବାର ଶ୍ରେୟ କାହାକୁ ଦେବାକୁ ଚାହିଁବ ?
ଉ: ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବାକୁ ଚାହିଁବି। କାରଣ ସେ ମୋତେ ଆର୍ଥିକ ସହାୟତା ଦେଇଥିବାରୁ ମୁଁ ବ୍ୟକ୍ତିଗତ ଟ୍ରେନିଂ ନେଇପାରୁଛି। ଏହା ବ୍ୟତୀତ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଶ୍ରେୟ ଦେବି। ସେ ମୋତେ ବହୁତ ସୁବିଧା ସୁଯୋଗ ଯୋଗାଇଛନ୍ତି। ଏହା ବ୍ୟତୀତ ବ୍ୟକ୍ତିଗତ କୋଚ୍‌ ନାଗାପୁରୀ ରମେଶ, ନିଯୁକ୍ତି ସଂସ୍ଥା ଓଏମ୍‌ସି, କୋଚ୍‌ ଶିବ ପ୍ରସାଦ ମିଶ୍ର, ଫିଜିଓ ଅଜୟ ମହାନ୍ତି, ସହକାରୀ ଟ୍ରାକ୍‌ ଅମ୍ପାୟର ପ୍ରଶାନ୍ତ କୁମାର ଦେବତାଙ୍କୁ ଶ୍ରେୟ ଦେବାକୁ ନିଶ୍ଚିତ ଚାହିଁବି।
ପ୍ର: ଆଗାମୀ ଲକ୍ଷ୍ୟ କ’ଣ ?
ଉ: ଏବେ ନିକଟରେ କିଛି ପ୍ରତିଯୋଗିତା ନାହିଁ। ଆଗକୁ ଅଲିମ୍ପିକ୍ସ ଆସୁଛି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଏହା ମଧ୍ୟରେ ବିଦେଶରେ ଯଦି କିଛି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳେ ତେବେ ମୁଁ ତାହା ବିଚାର କରିବି। ୧୧.୧୫ ସେକେଣ୍ଡ ସମୟରେ ରେସ୍‌ ଶେଷ କରିପାରିଲେ ମୋତେ ଅଲିମ୍ପିକ୍ସରେ ଭାଗ ନେବାର ସୁଯୋଗ ସୃଷ୍ଟି ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri