ଏଫ୍‌ପିଆଇ ନିବେଶରେ ଉନ୍ନତି

ନୂଆଦିଲ୍ଲୀ,୩୦-୯: ଲଗାତର ଭାବେ ଗତ ୨ ମାସ ଧରି ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର (ଏଫ୍‌ପିଆଇ) ମାନେ ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ସେପ୍ଟେମ୍ବରରେ ଏଥିରେ ସୁଧାର ଆସିଛି। ବିଦେଶୀ ନିବେଶମାନେ ସେପ୍ଟେମ୍ବର ମାସରେ ୭,୭୧୪ କୋଟି ଟଙ୍କାର ନେଟ୍‌ ନିବେଶ କରିଛନ୍ତି। ସରକାରଙ୍କ ଆର୍ଥତ୍କ ସଂସ୍କାର ପରେ ପୁଞ୍ଜି ବଜାରକୁ ଏଭଳି ନିବେଶ ଆସିଥିବା ଜଣାପଡ଼ିଛି। ସରକାର ଗତ ସପ୍ତାହରେ କର୍ପୋରେଟଗୁଡିକ ଉପରୁ ଟିକସ ହ୍ରାସ କରିଥିଲେ। ସେହିଭଳି ପୁଞ୍ଜି ବଜାରର ସିକ୍ୟୁରିଟି ଏବଂ ଡେରିଭେଟିଭ୍‌ସ ବିକ୍ରିରୁ ବିଦେଶି ନିବେଶକମାନଙ୍କ କ୍ୟାପିଟାଲ ଗେନ୍ସ ଉପରେ ସରଚାର୍ଜ ଲାଗୁ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାବାଦ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ମଧ୍ୟ ବିଦେଶୀ ନିବେଶକଙ୍କ ଲାଗି କଓ୍ବୋଇସି ନିୟମକୁ କୋହଳ କରିଛି। ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୭,୮୪୯ କୋଟି ଟଙ୍କା ନେଟ୍‌ ନିବେଶ କରିଥିବା ବେଳେ ୧୩୫ କୋଟି ଟଙ୍କା ଉଠାଣ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟରେ ସେମାନେ ୫,୨୨୦ କୋଟି ଏବଂ ଜୁଲାଇରେ ୨,୯୮୫ କୋଟି ଟଙ୍କା କାଢି ନେଇଥିଲେ। ଏଫ୍‌ପିଆଇକୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଫ୍‌ପିଆଇଙ୍କ ଲାଗି ନିୟମ କୋହଳ ଯୋଗୁ ଏହାର ପ୍ରଭାବ ବଜାର ଉପରେ ସକରାତ୍ମକ ରହିବ ବୋଲି ଜିଓଜିତ ଫାଇନାସିଆଲ ସର୍ଭିସେସର ମୁଖ୍ୟ ନିବେଶ ବିଶେଷଜ୍ଞ ଭି.କେ. ବିଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri