ବିଜେପୁର: ପ୍ରାର୍ଥୀ ଚୟନ ଉପରେ ନଜର, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଅସ୍ତିତ୍ୱ ପାଇଁ କଂଗ୍ରେସର ସଂଘର୍ଷ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ଆସନକୁ ଶେଷ ୨ ନିର୍ବାଚନରେ ଜିତିଥିବା ବିଜେଡି ପକ୍ଷରୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଅନୁରୂପ ଭାବେ ଭାଜପା ମଧ୍ୟ ଉପନିର୍ବାଚନ ପାଇଁ ପାଗ ଭିଡିଛି। ଏକଦା ବିଜେପୁରକୁ କଂଗ୍ରେସର ଗଡ଼ କୁହାଯାଉଥିଲା। ହେଲେ କଂଗ୍ରେସର ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ଏବଂ ସମର୍ଥକ ବିଜେଡିରେ ସାମିଲ ହେବା ପରେ କଂଗ୍ରେସ ପୂର୍ବ ରାଜନୈତିକ ଗୁରୁତ୍ୱ ହରାଇଛି। ତେଣୁ ଏହି ଉପନିର୍ବାଚନରେ ବିଜୟ ଅପେକ୍ଷା କଂଗ୍ରେସ ସମ୍ମାନଜନକ ଭୋଟ ପାଇବା ଚ୍ୟାଲେଞ୍ଜ ସଦୃଶ ହୋଇଛି। ଅନୁରୂପ ଭାବେ କ୍ଷମତାରେ ଥିବାରୁ ବିଜେଡି ପାଇଁ ଏହି ଆସନଟି ସମ୍ମାନର ପ୍ରଶ୍ନ ପାଲଟିଛି। ସେହିଭଳି ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଭାଜପା ପଶ୍ଚିମ ଓଡ଼ିଶାର ସବୁ ଲୋକ ସଭା ଆସନରେ ବିଜୟୀ ହୋଇଥିଲା। ହେଲେ ବିଧାନସଭାରେ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନ ଥିଲା। ତେଣୁ ଏହି ପରମ୍ପରାକୁ ବଦଳାଇବା ଲକ୍ଷ୍ୟ ନେଇ ଉପନିର୍ବାଚନକୁ ଦଳ ଓହ୍ଲାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ନିକଟରେ ବିଜେଡି ପକ୍ଷରୁ ୪ ବରିଷ୍ଠ ନେତାଙ୍କୁ ନେଇ ଏକ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଥିଲା। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ, ବଲାଙ୍ଗୀର ପୂର୍ବତନ ଏମ୍‌ପି କଳିକେଶ ନାରାୟଣ ସିଂଦେଓ ଏବଂ ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ସ୍ଥାନ ଦିଆଯାଇଥିଲା। ବିଜେଡି ଶୀର୍ଷ ନେତୃତ୍ୱର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କମିଟି ମୁଖ୍ୟତଃ ନିର୍ବାଚନ ପରିଚାଳନା କରିବ। ବିଜେଡି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ, ତାହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୧୮ ପରି ରୀତା ସାହୁଙ୍କ ଉପରେ ପୁନଶ୍ଚ ଆସ୍ଥା ପ୍ରକଟ କରୁଛନ୍ତି ନା ଅନ୍ୟ କାହାରିକୁ ପ୍ରାର୍ଥୀ କରୁଛନ୍ତି, ସେନେଇ ଚର୍ଚ୍ଚା ଜୋର ଧରିଛି। ରୀତାଙ୍କୁ ବାଦ୍‌ ଦେଲେ ସେହି ଆସନ ପାଇଁ ଭାଜପା ଛାଡି ଆସିଥିବା ସୁବାସ ଚୌହାନ, କଂଗ୍ରେସରୁ ଆସିଥିବା ପ୍ରଣୟ ସାହୁ, ପୂର୍ବରୁ ପ୍ରାର୍ଥୀ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ହେଲେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇଛି। ତେଣୁ ତାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ସମ୍ଭାବନା ହ୍ରାସ ପାଇଛି। ଅନୁରୂପ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ମଧ୍ୟ ଏପିକଲ୍‌ ଅଧ୍ୟକ୍ଷ କରାଯାଇଛି। ପ୍ରଣୟଙ୍କୁ ବଡ ପଦବୀ ମିଳି ନ ଥିଲେ ବି ତାଙ୍କ ସଙ୍ଗଠନ ମୁଖ୍ୟତଃ ଗାଇସିଲଟ୍‌ ବ୍ଲକରେ ସୀମିତ । ତେଣୁ ପୁନର୍ବାର ରୀତାଙ୍କ ପ୍ରାର୍ଥତ୍ତ୍ୱ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅନୁରୂପ ଭାବେ ରାଜ୍ୟ ସଭା ସଦସ୍ୟ ଥିବା ସତ୍ତ୍ୱେ ପ୍ରସନ୍ନଙ୍କୁ ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଥିଲା। ତେଣୁ ବିଜେଡି ସଭାପତି କାହାକୁ ପ୍ରାର୍ଥୀ ଘୋଷଣା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନକୁ ନେଇ ବିଜେଡି ଜିଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଚଳିତ ମାସ ଶେଷସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି। ପୂର୍ବ ୨ ଥର ଭଳି ବିଜେପୁରବାସୀ ପୁନର୍ବାର ବିଜେଡି ଉପରେ ଆସ୍ଥା ପ୍ରକଟ କରିବେ ବୋଲି ମଲ୍ଲିକ କହିଛନ୍ତି।

ସେହିଭଳି ଭାଜପା ପକ୍ଷରୁ ପ୍ରାର୍ଥୀ ହେବା ନେଇ ମଧ୍ୟ ଏକାଧିକ ଆଶାୟୀ ରହିଛନ୍ତି। ଗତଥର ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କ ସହ ପ୍ରଦୀପ ପୁରୋହିତଙ୍କ ନାଁ ମଧ୍ୟ ଶୁଣାଯାଉଛି। ଚଳିତ ଥର ପଦ୍ମପୁରରୁ ପରାସ୍ତ ହେବା ପରେ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆଗ୍ରହ ଥିବା ପ୍ରଦୀପ ଗଣମାଧ୍ୟମରେ କହିସାରିଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷ ମୁକ୍ତା ସାହୁ ମଧ୍ୟ ଭାଜପା ପ୍ରାର୍ଥୀ ହେବା ପାଇଁ ଚେଷ୍ଟା କରୁଥିବା ଜଣାପଡିଛି। ଭାଜପା ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ବିଜେପୁର ନିର୍ବାଚନରେ ଭାଜପା ନିଶ୍ଚୟ ବିଜୟୀ ହେବ। ଦଳ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ସରିଛି, କେବଳ ଘୋଷଣା ବାକି ରହିଥିବା ବସନ୍ତ ସୂଚନା ଦେଇଛନ୍ତି। କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୂଡାନ୍ତ କରିବା ପାଇଁ ଏକ କମିଟି ଗଠନ କରିଛି। ୨୪ କିମ୍ବା ୨୫ ସୁଦ୍ଧା ଏହି କମିଟି ପ୍ରାର୍ଥୀଙ୍କ ନାମ ପିସିସିକୁ ପ୍ରଦାନ କରିବ। ଏହା ପରେ ଦଳ ପକ୍ଷରୁ ନାଁ ଘୋଷଣା କରାଯିବ ବୋଲି ଜଣାପଡିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଦାୟିତ୍ୱ ନେବେ ବୋଲି କହି ବିଜୟୀ ହେଲେ, ଜିତିବା ପରେ ଆସନ ଛାଡିଦେଲେ। ସେ ବିଜେପୁର ପାଇଁ କ’ଣ କରିଛନ୍ତି, ତାହାର ହିସାବ କଂଗ୍ରେସ ମାଗିବ। ଏତଦ୍‌ବ୍ୟତୀତ କୃଷି, ଜଳସେଚନ ପରି ଅନେକ ନିର୍ବାଚନୀ ପ୍ରସଙ୍ଗ ରହିଥିବା ନିରଞ୍ଜନ କହିଛନ୍ତି। କଂଗ୍ରେସ ପକ୍ଷରୁ ରିପୁନାଥ ସେଠ୍‌ ନିଜେ କିମ୍ବା ତାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଆଗ୍ରହୀ ଥିବା ଜଣାପଡିଛି। କିଶୋର ମେହେର ମଧ୍ୟ କଂଗ୍ରେସ ଟିକେଟ୍‌ ପାଇଁ ଆଶାୟୀ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri