ଶାଖା ପରିଚାଳକଙ୍କ ନାମରେ ଗ୍ରାହକଙ୍କ ଅଭିଯୋଗ

ଫୁଲବାଣୀ ଅଫିସ, ୨୧ା୯-କନ୍ଧମାଳ ଜିଲା ୟୁନାଇଟେଡ ବ୍ୟାଙ୍କ ଶାଖା ପରିଚାଳକଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି ଗ୍ରାହକ ା ଚାଷୀଙ୍କୁ ଋଣ (କେସିସି) ଦେବାରେ ସେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଗ୍ରାହକମାନଙ୍କୁ ଋଣ କରାଇ ଦେବାପାଇଁ ବ୍ୟାପକ ପରିମାଣର ଟଙ୍କା ହରିଲୁଟ କରିଛନ୍ତି। ଋଣ ମଞ୍ଜୁର ହେବା ପୂର୍ବରୁ ବ୍ୟାଙ୍କ ପାସ୍‌ ବୁକ୍‌ ଏବଂ ଏଟିଏମ୍‌ ଆଗୁଆ ନେଇଯାଉଛନ୍ତି। ଋଣ ମଞ୍ଜୁର ହେବାପରେ କେତେଜଣଙ୍କ ଆକାଉଣ୍ଟରୁ ୫୦ ପ୍ରତିଶତ ଟଙ୍କା ଉଠାଇ ନେଉଥିବା ବେଳେ ଅନ୍ୟ କେତେଜଣଙ୍କ ୯୦ ପ୍ରତିଶତ ନେଇ ଯାଉଛନ୍ତି। ଏ ବିଷୟରେ ଗ୍ରାହକ ପଚାରିଲେ ଋଣ ନେଇଛ, ଏବେ ଶୁଝ ବୋଲି ଗ୍ରାହକଙ୍କୁ କହୁଛନ୍ତି। ଏଥିରେ ଅସନ୍ତୁଷ୍ଟ ହୋଇ ଗ୍ରାହକମାନେ ଶୁକ୍ରବାର ବ୍ୟାଙ୍କ ସମ୍ମୁଖରେ ଏକାଠି ହୋଇ ଶାଖା ପରିଚାଳକଙ୍କ ଏପରି କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି। ଏହାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ବ୍ୟାଙ୍କ ପ୍ରତି ଗ୍ରାହକଙ୍କ ଆସ୍ଥା ତୁଟିବାରେ ଲାଗିଛି।
ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କର ଶାଖା ପରିଚଳାକ ଚାଷୀ ଋଣ କରାଇବା ପାଇଁ ଗ୍ରାହକମାନଙ୍କୁ ଟଙ୍କା ମାଗନ୍ତି। ଯିଏ ଟଙ୍କା ଦେଲା ତାହାର ଋଣ ମଞ୍ଜୁର ହୁଏ। ହେଲେ ଗ୍ରାହକଙ୍କ ଚାହିଁବା ମୁତାବକ ନୁହେଁ ା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ମନୁଆବାଡିର ଜଣେ ଗ୍ରାହକ ପ୍ରଫୁଲ୍ଲ ଦେହୁରୀ କହିଛନ୍ତି ଯେ ସେ ଚାଷୀ (କେସିସି) ଋଣ ପାଇଁ ଶାଖା ପରିଚାଳକଙ୍କୁ ଦେଖା କରିଥିଲେ। ଋଣ ମିଳିପାରିବ ନାହିଁ ବୋଲି ତାଙ୍କୁ ପ୍ରଥମେ କୁହାଯାଇଥିଲା। ପରେ ୧୦ ହଜାର ଅଗ୍ରୀମ ଦେଲେ ୪ ଲକ୍ଷ ଟଙ୍କା ଋଣ ଦିଆଯିବ ବୋଲି କୁହାଗଲା। କହିବା ପ୍ରକାରେ ଟଙ୍କା ଦେବାରୁ ପ୍ରଥମେ ୩୦ ହଜାର ଟଙ୍କା ଆକାଉଣ୍ଟକୁ ଆସିଲା। ହେଲେ ଏଟିଏମ ମାଗି ନେଇ ସବୁ ଟଙ୍କା ନେଇଗଲେ ବୋଲି ପ୍ରଫୁଲ୍ଲ ଅଭିଯୋଗ କରିଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୯ ହଜାର ୫୦୦ ଟଙ୍କା ଛାଡିଲେ। ଏଥିରୁ ୧୦ ହଜାର ନେଇଗଲୋ। ମୋଟ ୫୦ ହଜାର ଟଙ୍କା ନେଇଗଲେ। ଋଣ ବାବଦକୁ ମାତ୍ର ୫ ହଜାର ଟଙ୍କା ଉଠାଇଥିବା ପ୍ରଫୁଲ୍ଲ କହିଛନ୍ତି।
ଖଜୁରିପଡା ବ୍ଲକ ପାତ୍ରପଡା ଜାମୁଝରିର ଉର୍ବାସୀ ପ୍ରଧାନ କହିଛନ୍ତି, ୩ ଲକ୍ଷ ଟଙ୍କା ଋଣ ଦେବେ ବୋଲି ଶାଖା ପରିଚାଳକ କହିଲେ। ଆକାଉଣ୍ଟକୁ ଟଙ୍କା ଛାଡିବା ପୂର୍ବରୁ ଏଟିଏମ୍‌ ମାଗିଲେ। ଦିନେ ଦୁଇଦିନ ପରେ ବ୍ୟାଙ୍କ ଖାତା ଦେଖିଲା ବେଳକୁ ୪୦ ହଜାର ଟଙ୍କା ଆସିଥିଲା ଏବଂ ସେ ଏହାକୁ ଉଠାଇ ନେଇଥିଲେ। କହିବାରୁ ବାକି ଟଙ୍କା କିଛି ଦିନ ପରେ ଦିଆଯିବ ବୋଲି କହିଲେ ା ୪ ମାସ ବିତିଲା ହେଲେ ଦେଲେନାହିଁ ା ଏବେ ଋଣ ଶୁଝିବାକୁ କୁହାଯାଉଛି ବୋଲି ଉର୍ବାସୀ କହିଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାହକ ଫୁଲବାଣୀ କେନ୍ଦୁପଦରର ଯଶୋଦା ମଲ୍ଲିକ କହିଛନ୍ତି, ୪ ଲକ୍ଷ ଋଣ କରିଦେବେ କହି ପ୍ରଥମେ ୫୦ ହଜାର ଟଙ୍କା ଆକାଉଣ୍ଟକୁ ଛାଡିଲେ। ସେଥିରୁ ୪୫ ହଜାର ନେଇ ଗଲେ ା ସେ ମାତ୍ର ୫ ହଜାର ପାଇଥିବା କହିଛନ୍ତି। ବାରିକୂମ୍ପାର ରାଜେନ୍ଦ୍ର ଗଣ୍ଡା ମଧ୍ୟ ଅନୁରୁପ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକ ସାଗରିକା ନାୟକଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଉପରିସ୍ଥ ଅଧିକାରୀ ଏ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାର ପ୍ରକାଶ କରିଛନ୍ତି। ଗ୍ରାହକ କାହିଁକି ତାଙ୍କୁ ଏଟିଏମ ଦେବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଯେଉଁ ଗ୍ରାହକଙ୍କ ଏଟିଏମରୁ ଟଙ୍କା ଯାଇଛି, ତାହା କେଉଁଠାରୁ ଉଠିଛି ଏବଂ କିଏ ଉଠାଇଛନ୍ତି ତାହା ସିସି ଟିଭି ଫୁଟେଜ ଯାଞ୍ଚ କଲେ ଜଣାପଡିବ ବୋଲି ଗ୍ରାହକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲ ମ୍ୟାପ୍‌ ଦେଖି ଟ୍ରକ୍‌ ଚଳାଉଥିଲେ ଡ୍ରାଇଭର୍‌: ହଠାତ୍‌ ଘଟିଗଲା…

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ):ଗୁଗଲ ମ୍ୟାପ୍‌ ଦେଖାଇଲା ଭୁଲ ରାସ୍ତା। ଆଉ ଭୁଲ ରାସ୍ତାରେ ଆସି ଟ୍ରକ ଦୁର୍ଘଟଣାଗ୍ରସ୍ତ। ଏଭଳି ଘଟଣା ନୂଆ ହୋଇ ନ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ: ୪୫ ଲକ୍ଷ ମଞ୍ଜୁର ପରେ…

କେସିଙ୍ଗା,୧୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଜାତୀୟ ରାଜପଥର ଆମ୍ବେଦକର ଛକଠାରୁ କଲେଜ ରୋଡ଼ ଦେଇ ଡୁମେର ମୁଣ୍ଡା ସାହୁ ପଡା ଏବଂ ରୁପ୍ରା...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri