ପୁଇଁତୋଳାରୁ ତାଇଓ୍ବାନ, ଦେବାଶିଷଙ୍କ ସଫଳତାର ଯାତ୍ରା, ଏମିତି କାମ କରି…

ଗଞ୍ଜାମ,୧୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଦେବାଶିଷ ତରାଇ।। ପୁଇଁତୋଳା ଭଳି ଏକ ଗାଁରୁ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ମଞ୍ଚ ପର୍ଯ୍ୟନ୍ତ ଦେବାଶିଷ ତରାଇଙ୍କ (୨୧) ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ତଥା ଉଦାହରଣ ପାଲଟିଛି।
ବାପା ସୁରେନ୍ଦ୍ର କୁମାର ତରାଇ ଓ ମା’ ଜୟନ୍ତୀ ତରାଇଙ୍କ ସୁଯୋଗ୍ୟ ସନ୍ତାନ ଦେବାଶିଷ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପିଲାଦିନୁ ଶିକ୍ଷା ପ୍ରତି ଗଭୀର ଆଗ୍ରହ ରଖୁଥିଲେ। ପୁଅର ଆଗ୍ରହ ଦେଖି ବାପା ମା’ ସମସ୍ତ ସହଯୋଗ ପାଇଁ ଆଗେଇ ଆସିଥିଲେ। ସେ ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି ପରେ କିଟ୍‌, ଭୁବନେଶ୍ୱରରେ ଯୁକ୍ତଦୁଇ ବିଜ୍ଞାନ ଶିକ୍ଷାଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସିୟୁଇଟି ପରୀକ୍ଷାରେ ସଫଳତା ହାସଲ କରି ସେ ବାୟୋଟେକ୍ନୋଲୋଜି ବିଷୟରେ ସ୍କଲାରଶିପ୍‌ ସହିତ ସ୍ନାତକ ଶିକ୍ଷାରେ ଶ୍ରେଷ୍ଠ ସଫଳତା ପାଇଥିଲେ ଦେବାଶିଷ। ନିଜ ଶିକ୍ଷା ଯାତ୍ରାର ଦ୍ୱିତୀୟ ବର୍ଷରେ ସେ ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ସ୍କଲାରଶିପ୍‌ ଅର୍ଜନ କରି ତାଇଓ୍ବାନର ଉଚ୍ଚ ମାନ୍ୟତାପ୍ରାପ୍ତ ଜାତୀୟ ତାଇପେଇ ୟୁନିଭର୍ସିଟିରେ ପୂର୍ଣ୍ଣ ଅନୁଦାନ ସହିତ ଅଧ୍ୟୟନର ସୁଯୋଗ ପାଇଥିଲେ। ତାଇଓ୍ବାନ ପହଞ୍ଚିବା ପରେ ମଧ୍ୟ ସେ ନିଜ ପରିଶ୍ରମ ଓ ଦକ୍ଷତା ଦ୍ୱାରା ଅତ୍ୟନ୍ତ କମ ସମୟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ ଚୟନ ହୋଇଥିଲେ ଦେବାଶିଷ l ବର୍ତ୍ତମାନ ସ୍ନାତକ ଶିକ୍ଷା ଶେଷ ହୋଇଥିବା ବେଳେ ସେ ନିଜ ଗବେଷଣା କାର୍ଯ୍ୟ ଜାରି ରଖି ଅନ୍ତର୍ଜାତୀୟ ମଞ୍ଚରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତାଙ୍କ ଏହି ସଫଳତା ଗଞ୍ଜାମ ଅଞ୍ଚଳର ଅନେକ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri