ଗୋଥେନ୍ବର୍ଗ,୧୮ା୫ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁଇଡେନ୍ ରବିବାର ଏହାର ସର୍ବୋଚ୍ଚ ସମ୍ମାନ ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର୍, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍’ରେ ସମ୍ମାନିତ କରିଛି। ଦ୍ୱିପାକ୍ଷିକ ସମ୍ପର୍କକୁ ମୋଦିଙ୍କ ଅସାଧାରଣ ଅବଦାନ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ଏହି ସମ୍ମାନ ମିଳିଛି। ଏହା ମୋଦିଙ୍କୁ ୩୧ତମ ଅନ୍ତର୍ଜାତୀୟ ସମ୍ମାନ। ସୁଇଡେନ୍ କ୍ରାଉନ୍ ପ୍ରିନ୍ସେସ୍ ଭିକ୍ଟୋରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ xରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଉକ୍ତ ସମ୍ମାନକୁ ଭାରତ ଓ ସୁଇଡେନ୍ ମଧ୍ୟରେ ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଛନ୍ତି। ସେ ଏହାକୁ ଭାରତ ଓ ସୁଇଡେନ୍ର ଲୋକମାନଙ୍କ ମଧ୍ୟରେ ଥିବା ସ୍ନେହ ଓ ସଦ୍ଭାବନାର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନେଦରଲାଣ୍ଡସ୍ ଗସ୍ତ ଅବସରରେ ୨ ଦେଶ ମଧ୍ୟରେ ୧୭ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ରଣନୀତିକ ସହଭାଗିତାରେ ସମ୍ପର୍କ ବଢ଼ାଇବାକୁ ଭାରତ ଓ ନେଦରଲାଣ୍ଡସ୍ ସହମତ ହୋଇଛନ୍ତି। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସମେତ ପ୍ରମୁଖ ସେକ୍ଟରଗୁଡ଼ିକରେ ସହଯୋଗ ବୃଦ୍ଧି ଲାଗି ରାଜିନାମା ହୋଇଛି।

