ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର ଛକଠାରୁ କିଛି ଦୂରରେ ଥିବା ଡାଲଖାଇ ଠାକୁରାଣୀ ମନ୍ଦିର ନିକଟରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କୋଲକାତାର ବୀରଭୂମି ଜିଲାର ମହ୍ଲାରପୁର ଥାନା ଅଧିନସ୍ଥ କୋର୍ଟ ଗ୍ରାମର। ତାଙ୍କ ନାମ ଜମିର ଶେଖ ବୋଲି ଜଣାପଡ଼ିଛି। ସେ ଟିକିରିରେ ରହି ଗାଁଗାଁ ବୁଲି ଟିଣ ବାକ୍ସ ବ୍ୟବସାୟ କରନ୍ତି। କାଲି ସେ ତାଙ୍କ ସାଙ୍ଗ ଅବଦୁଲ ରେହେମନଙ୍କ
ସହ ଲକ୍ଷ୍ମୀପୁର ଆସି ବ୍ୟବସାୟ କରି ଟିକିରି ଅଭିମୁଖେ ଫେରୁଥିବା ବେଳେ ବାଟରେ ପ୍ରବଳ ବର୍ଷା ହେବା ଦେଖି ରାସ୍ତାକଡ଼ରେ ଏକ ମନ୍ଦିର ପାଖ ଗଛ ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ କାଳବୈଶାଖୀ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ସେଥିରେ ତାଙ୍କ ସାଙ୍ଗ ବର୍ର୍ତ୍ତି ଯାଇଥିବା ବେଳେ ଶେଖ୍‌ ଜମିର ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ଅନ୍ୟ ବ୍ୟବସାୟୀମାନେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ତାୟାପୁଟ ପଞ୍ଚାୟତର ଡୁମୁରି ପଦର ଗ୍ରାମରେ ଜଣେ ଛାତ୍ର ବବଲୁ ହିକକା ମେଣ୍ଢା ଚରାଇବାକୁ ଯାଇ ଥିବା ସମୟରେ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ଛି।ଏନେଇ ଲକ୍ଷ୍ମୀପୁର ଥାନାରେ ଦୁଇଟି ମାମଲା ରୁଜୁ କରଯାଇଥିବା ବେଳେ ଆଜି ଅର୍ଥାତ ସୋମବାର ବ୍ୟବଚ୍ଛେଦ ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଶନିଙ୍କ କେନ୍ଦ୍ରଯୋଗ; ୪ ରାଶିଙ୍କ ଭଲଦିନ ଆରମ୍ଭ, ବଢିବ ଅପର୍ଯ୍ୟାପ୍ତ ଧନ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର, ୨୦୨୬ ଠାରୁ, ମଙ୍ଗଳ ଏବଂ ଶନି ପରସ୍ପରଠାରୁ ୯୦ ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ କେନ୍ଦ୍ର…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଓମର ଅବଦୁଲ୍ଲାଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ଆମେରିକୀୟ ରାଷ୍ଟ୍ରଦୂତ, ଜମ୍ମୁ-କାଶ୍ମୀର….

ନୂଆଦିଲ୍ଲୀ, ୧୯।୮: ଭାରତରେ ଆମେରିକାର ରାଜଦୂତ ସର୍ଗିଓ ଗୋର୍ ବୁଧବାର ଜମ୍ମୁ-କଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ସହ ସମାନ ମତ ରଖିଛନ୍ତି । ସେ ଜମ୍ମୁ-କଶ୍ମୀରକୁ ଭାରତର…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ

ଭଞ୍ଜନଗର,୧୯ା୮(ବାବୁଲା ପ୍ରଧାନ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ଏମପାଓ୍ବାର୍‌ ସେଲ’ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି।…

‘ଅପରେଶନ ସିନ୍ଦୂର’ ଡକ୍ୟୁମେଣ୍ଟାରୀ: ହଜିଲା ପାକିସ୍ତାନର ନିଦ, ରାତି ୨ଟାରେ ଜାରି କଲା ବିବୃତ୍ତି

ଇସଲାମାବାଦ,୧୯।୮: ’ଅପରେଶନ ସିନ୍ଦୂର’ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀକୁ ନେଇ ପାକିସ୍ତାନ ଉତ୍ତେଜିତ ହୋଇ ଉଠିଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ…

ସାବଧାନ ଆସୁଛି ନିୟମ! ସରକାରୀ ଚାକିରିଆଙ୍କ କଟିବ ୨୦% ଦରମା

ନୂଆଦିଲ୍ଲୀ, ୧୯।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର କହିଛନ୍ତି ଯେ, ଆଇନଗତ ଭାବେ ବିବାହ ବିଚ୍ଛେଦ (ଡିଭୋର୍ସ) ନନେଇ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ…

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri