ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ ଟ୍ରଷ୍ଟ ପକ୍ଷରୁ ତହସିଲଦାର ଧୀରଜ ପାତ୍ରଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଉକ୍ତ ଜମି ରାଜସ୍ବ ବିଭାଗ ନା ବନ ବିଭାଗର ସଂରକ୍ଷିତ ଜଙ୍ଗଲ ରହିଛି କିମ୍ବା ଯେଉଁ ବ୍ୟକ୍ତି ଜବରଦଖଲ କରିଛନ୍ତି ତାଙ୍କ ନାମରେ ସରକାରୀ କାଗଜପତ୍ର ରହିଛି କି ନାହିଁ ସେ ନେଇ ତଦନ୍ତ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ନିର୍ଦ୍ଦେଶ ପାଇ ବ୍ରାହ୍ମଣୀଗାଁ ବନାଞ୍ଚଳର ବନପାଳ, ରାଜସ୍ବ ଅଧିକାରୀ ଓ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ମିଳିତ ତଦନ୍ତ ପାଇଁ ଗୋଟିଏ ଦଳ ସେଠାକୁ ଯିବେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଋଷିମାଳ ପାହାଡ଼ ଦେବଭୂମି ଭାବେ ପରିଚିତ ପ୍ରତ୍ୟେକ ବର୍ଷ ସେଠାରେ ବାରୁଣୀ ବୁଡ଼ ସହ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଉଛି। ଏବେ ସରକାର ଉକ୍ତ ଋଷିମାଳ ପାହାଡ଼କୁ କାଟି ରାସ୍ତା ସମ୍ପ୍ରସାରଣ ସହ ଉନ୍ନୟନ କାର୍ଯ୍ୟ କରୁଛନ୍ତି। ଦୈନିକ ଶହଶହ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ସେଠାକୁ ଆସୁଛନ୍ତି। ତୀର୍ଥକ୍ଷେତ୍ର ଋଷିମାଳର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ସରକାର ବ୍ୟୟ କରିଛନ୍ତି। ଏହାର ସୁଯୋଗ ନେଇ ଉକ୍ତ ପାହାଡ଼ର ପାଦଦେଶରେ ରହୁଥିବା କିଛି ବ୍ୟକ୍ତି ବେଆଇନ ଭାବେ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପୂର୍ବରୁ ମଧ୍ୟ ଏଭଳି ବେଆଇନ ଗୃହ ନିର୍ମାଣ ଚାଲିଥିବା ବେଳେ ପ୍ରଶାସନ ପହଞ୍ଚି ତାକୁ ବନ୍ଦ କରିଥିବା ଅଞ୍ଚଳବାସୀ କହିଛନ୍ତି। ତେବେ ଯେଉଁ ଘର ନିର୍ମାଣକୁ ନେଇ ବିବାଦ ବଢ଼ିଛି ତା’ର ସଠିକ ତଦନ୍ତ ପରେ ହିଁ ତାହା ବେଆଇନ କି ନାହିଁ ଜଣାପଡ଼ିବ ବୋଲି ତହସିଲଦାର ଧୀରଜ ପାତ୍ର ଏବଂ ବନାଞ୍ଚଳ ଅଧିକାରୀ ହରିହର ବେହେରା କହିଛନ୍ତି।

ସୂଚନାଯୋଗ, ତୀର୍ଥକ୍ଷେତ୍ର ଋଷିମାଳ ପାହାଡ଼ରୁ ଋଷିକୁଲ୍ୟା ନଦୀର ପ୍ରାରମ୍ଭ ହୋଇଥିବା ଓ ଏହା ଗଙ୍ଗା ନଦୀଠାରୁ ୧ ହଜାର ବର୍ଷ ପୁରୁଣା ବୋଲି ଲୋକକଥାରେ କୁହାଯାଉଛି। ତେଣୁ ଏହି ତୀର୍ଥକ୍ଷେତ୍ର ଅଞ୍ଚଳବାସୀଙ୍କ ଭାବାବେଗ ସହ ଜଡ଼ିତ ରହିଛି। ତେଣୁ ଏହାର ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ଏବଂ ଟ୍ରଷ୍ଟ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri