Posted inଖେଳ

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି।

ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ଆର୍‌ସିବି ୧୮ ପଏଣ୍ଟ ସହ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ଚଳିତ ସିଜନର ପ୍ରଥମାର୍ଦ୍ଧରେ ଅପରାଜିତ ରହିଥିବା ପଞ୍ଜାବ ପାଇଁ ଏହା ଲଗାତର ଷଷ୍ଠ ପରାଜୟ।

ଜେକବ ବେଥେଲ(୧୧)ଙ୍କ ଉଇକେଟ ହରାଇଥିବା ଆର୍‌ସିବିକୁ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ (୪୫ ରନ, ୨୫ ବଲ, ୪ ଚୌକା ଓ ୩ ଛକା) ଦ୍ୱିତୀୟ ଉଇକେଟରେ ୪୧ ବଲରେ ୭୬ ରନର ପାର୍ଟନରଶିପ୍‌ କରି ଦୃଢ଼ ମୂଳଦୁଆ ଦେଇଥିଲେ। ପରେ ଭେଙ୍କଟେଶ ଆୟାର ଏବଂ କୋହଲି ୧୫ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୫୭ ରନରେ ପହଞ୍ଚାଇଥିଲେ।

କୋହଲି (୫୮ ରନ, ୩୭ ବଲ, ୪ ଚୌକା ଓ ୩ ଛକା) ଅର୍ଦ୍ଧଶତକ ପୂରଣ କରିବା ପରେ ପାଭିଲିଅନ ଫେରିଥିଲେ। ସଂଘର୍ଷ କରୁଥିବା ଭେଙ୍କଟେଶ ଶେଷ ଆଡ଼କୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୦ ବଲରେ ୮ ଚୌକା ଓ ୪ ଛକା ସହିତ ଅପରାଜିତ ୭୩ ରନ କରିଥିଲେ। ତାଙ୍କ ସହିତ ଟିମ ଡେଭିଡ୍‌ଙ୍କର ୧୨ ବଲରେ ୨୮ (୧୨ ବଲ, ୨ ଲେଖାଏ ଚୌକା ଓ ଛକା) ରନ ଯୋଗୁ ଆର୍‌ସିବି ୨୦ ଓଭରରେ ୪ ଉଇକେଟ ହରାଇ ୨୨୨ ରନ କରିଥିଲା।

ଜବାବରେ ପଞ୍ଜାବ ମାତ୍ର ୧୯ ରନ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟା (୦), ପ୍ରଭସିମରନ ସିଂ (୨) ଓ ଅଧିନାୟକ ଶ୍ରେୟସ ଆୟାର(୧)ଙ୍କ ଉଇକେଟ ହରାଇଥିଲା। କୁପର କନୋଲି (୩୭ ରନ, ୨୨ ବଲ, ୩ ଲେଖାଏ ଚୌକା ଓ ଛକା) ଓ ସୂର୍ଯ୍ୟାଂଶ ଶେଡ୍‌ଗେ (୩୫ ରନ, ୨୨ ବଲ, ୨ ଲେଖାଏ ଚୌକା ଓ ଛକା) ଦଳୀୟ ସ୍ଥିତିରେ କିଛିଟା ସୁଧାର ଆଣିଥିଲେ। ଏହାପରେ ଶଶାଙ୍କ ସିଂ (୫୬ ରନ, ୨୭ ବଲ, ୪ ଲେଖାଏ ଚୌକା ଓ ଛକା) ଓ ମାର୍କସ ଷ୍ଟୋଇନିସ(୩୭ ରନ, ୫ ଚୌକା) ୩୨ ବଲରେ ଦ୍ରୁତ ୬୭ ରନର ପାର୍ଟନରଶିପ୍‌ କରି ଦଳକୁ ବିଜୟ ଆଶା ଦେଇଥିଲେ। ହେଲେ ଦୁହେଁ କ୍ରମାଗତ ବ୍ୟବଧାନରେ ଆଉଟ୍‌ ହେବାରୁ ପଞ୍ଜାବ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ୮ ଉଇକେଟ ହରାଇ ୧୯୯ ରନ କରିପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri