ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଧାନ ବିକ୍ରିବଟା ସମସ୍ୟା ତ ସାଧାରଣରେ ପରିଣତ ହୋଇଛି, ଏଠାରେ ଧାନବିକ୍ରି ପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ।

ଭିତ୍ତିଭୂମି ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ମଞ୍ଜୁର କଲେ ମଧ୍ୟ ତାର ସୁବିନିଯୋଗ ନେଇ ନାନା ସନ୍ଦେହ ଉପୁଜିଛି। ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ନିର୍ମାଣାଧିନ ବସେଇକେଲା ମଣ୍ଡି ନିର୍ମାଣରୁ ଏହା ବାରି ହୋଇପଡୁଛି। ଦୀର୍ଘଦିନ ଧରି ଏହି ମଣ୍ଡି ନିର୍ମାଣ ଅଧାରେ ଅଟକି ରହିଥିବା ବେଳେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି। ଏପରିକି ଏଥିପାଇଁ ଏକ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।

ସୂଚନା ଅନୁଯାୟୀ, ଅଞ୍ଚଳର ଚାଷୀ, ଜନ ପ୍ରତିନିଧି ଏବଂ ତତ୍କାଳୀନ ବିଧାୟିକାଙ୍କ ପ୍ରସ୍ତାବ ଆଧାରରେ ଜିଲା ପ୍ରଶାସନ ପକ୍ଷରୁ ଭେଡ଼େନ ବ୍ଲକ ଅନ୍ତର୍ଗତ ବସେଇକେଲା, ଗୁରୁପାଲି ଏବଂ କଟାପାଲିର ଚାଷୀଙ୍କୁ ସୁବିଧା ଦୃଷ୍ଟିରୁ ବସେଇକେଲାଠାରେ ଏହି ଧାନମଣ୍ଡି ନିର୍ମାଣ ପାଇଁ ବିଜେଡି ସରକାର ପଦକ୍ଷେପ ନେଇଥିଲେ।

ଏଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ଅର୍ଥ ମଞ୍ଜୁର ମଧ୍ୟ କରିଥିଲେ। କାର୍ଯ୍ୟାଦେଶ ପାଇବା ପରେ ଠିକାଦାର କାମ ଆରମ୍ଭ କଲେ। ନିର୍ମାଣ କାମ ମଧ୍ୟ ଦ୍ରୁତଗତିରେ ଚାଲିଥିଲା। ଫଡ୍‌ ନିର୍ମାଣ, ଅଫିସ୍‌ ନିର୍ମାଣ କାମ ହୋଇଗଲା। ହେଲେ ସରକାର ପରିବର୍ତ୍ତନ ହେବା ପରେ ମଣ୍ଡିର ବାକି ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇଛି।

ପାଚେରୀ କାମ ଅଧାରେ ପଡ଼ିଥିବାବେଳେ ମଣ୍ଡି ପରିସରର ବିଭିନ୍ନ ସ୍ଥାନରେ ଇଟା ଗଦା ହୋଇ ପଡ଼ି ରହିଛି। ତେବେ ଦୀର୍ଘଦିନ ହେଲା ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ଉପୁଜିଛି। କାମ ଅଧାରେ ଥିବାବେଳେ ଠିକାଦାରଙ୍କ ଅନୁପସ୍ଥିତି ଲୋକଙ୍କ ସନ୍ଦେହକୁ ଆହୁରି ଦୃଢ଼ୀଭୁତ କରିଛି।

ଅଧାକାମ ହୋଇଥିବା ବେଳେ ବିଲ୍‌ ଅଧା ପଇଠ ହୋଇଛି ନା ପୂରା ପଇଠ ହୋଇଛି, ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ବିଜେଡି ନେତା ହରିଶଙ୍କର ବେହେରା କହିଛନ୍ତି। ମଣ୍ଡି ନିର୍ମାଣ କାମ ସମ୍ପୁର୍ଣ୍ଣ କରିବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବା ସେ ଅଭିଯୋଗ କରିଛନ୍ତି।

ମଣ୍ଡିରେ ୱେ ବ୍ରିଜର ଆବଶ୍ୟକତା ଥିବାବେଳେ ଏପର୍ଯ୍ୟନ୍ତ ତାହା ମଧ୍ୟ ସ୍ଥାପନ ହୋଇ ପାରି ନାହିଁ। ଏଭଳି ଅବ୍ୟବସ୍ଥା ଏବଂ ଅର୍ଦ୍ଧନିର୍ମିତ ଅବସ୍ଥାରେ ଦୀର୍ଘଦିନ ଧରି ଏହି ଧାନମଣ୍ଡି ପଡ଼ି ରହିଥିବାବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ନୀରବଦ୍ରଷ୍ଟା ସାଜିଥିବା ଯୋଗୁ ଚାଷୀ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri