ବାଲିଅନ୍ତା ମର୍ଡର କେସ୍‌: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ବାଲିଅନ୍ତା,୧୪ା୫: ବାଲିଅନ୍ତା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ର ଗିରଫ ହୋଇଛନ୍ତି। କଟକସଦର ଥାନା ଗଙ୍ଗେଶ୍ବରପଡ଼ାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାତଗୋଡ଼ ବନ୍ଧା ଅବସ୍ଥାରେ ଚିନୁ ହିଁ ବାଉଁଶରେ ପିଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଅପରାହ୍ନ ପ୍ରାୟ ୨ଟାରେ ୨ ଯୁବତୀ ସ୍କୁଟି ଯୋଗେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟରଞ୍ଜନ ଏବଂ ତାଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ବାଇକ୍‌ରେ ସମାନ ଦିଗରେ ଯାଉଥିଲେ। ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଯୁବତୀଙ୍କୁ ଏକଲା ଦେଖି ସୌମ୍ୟରଞ୍ଜନ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଯିବା ସହ ଯୁବତୀଙ୍କୁ ସାଇଡ୍‌ ମାରିଥିଲେ। ପରେ ସେମାନେ ପୁଣି ଗାଡ଼ି ବୁଲାଇ ପଛକୁ ଆସି ଯୁବତୀଙ୍କ ସ୍କୁଟିକୁ ଧକ୍କା କରିଥିଲେ। ୨ଯୁବତୀ ତଳେ ପଡ଼ିଯିବା ପରେ ସେମାନେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ମୃତ ସୌମ୍ୟରଞ୍ଜନ ଏବଂ ଓମ୍‌ ପ୍ରକାଶ ନିଶାଗ୍ରସ୍ତ ଅବସ୍ଥାରେ ସବୁ ସୀମା ଟପିଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ବଳାକତ୍ାର ଉଦ୍ୟମ ମଧ୍ୟ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ଦୁଇ ଯୁବତୀ ଚିତ୍କାର କରିବା ପରେ ସ୍ଥାନୀୟ ଗାଁ ଲୋକ ଦୌଡ଼ି ଆସିଥିଲେ। ଏହାପରେ ଲୋକେ ସେମାନଙ୍କ ହାତଗୋଡ଼ ବାଉଁଶରେ ବାନ୍ଧି ପିଟିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୋଲିସ ସମ୍ମୁଖରେ ମଧ୍ୟ ଲୋକେ ୨ଜଣଙ୍କୁ ପିଟିଥିଲେ। ପୋଲିସ ସୌମ୍ୟରଞ୍ଜନ ଏବଂ ଓମ୍‌ ପ୍ରକାଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ ସୌମ୍ୟ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ୪ ଜଣ ପୋଲିସ ଅଧିକାରୀଙ୍କୁ ନିଳମ୍ବିତ କରାଯାଇଛି। ଏଥିରେ ଜଣେ SI, ଜଣେ ASI, ଜଣେ କନେଷ୍ଟବଳ ନିଳମ୍ବିତ ହୋଇଛନ୍ତି। ଏପରିକି ଜଣେ ଓଏପିଏଫ କର୍ମଚାରୀ ମଧ୍ୟ ନିଲମ୍ବତ ହୋଇଛନ୍ତି। ୨ଜଣ ହୋମଗାର୍ଡଙ୍କୁ ଚାକିରିରୁ ଅବ୍ୟାହତି ପାଇଁ ନୋଟିସ ଦିଆଯାଇଛି। ଏହି ମାମଲାରେ ବାଲିଅନ୍ତା ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କମ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ କନଭେ ଖର୍ଚ୍ଚ; ମୋଦିଙ୍କୁ ଜବରଦସ୍ତ କଟାକ୍ଷ, ଉଦ୍ଧବ ଗୋଷ୍ଠୀ କହିଲେ, ‘ଦୟାକରି ଏପରି କରନ୍ତୁ ନାହିଁ, କାରଣ…’

ନୂଆଦିଲ୍ଲୀ,୧୪।୫: ଦେଶବାସୀଙ୍କ ପ୍ରତି ଆହ୍ବାନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କନଭେ ଖର୍ଚ୍ଚକୁ ହ୍ରାସ କରିଛନ୍ତି। ବୁଧବାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡ଼ି ସହ କେବଳ ଦୁଇଟି…

ତ୍ରିଶାଙ୍କୁ ବଡ଼ ଝଟକା: ଥଲାପତି ବିଜୟଙ୍କ ସ୍ବତନ୍ତ୍ର ଅନୁମତି ସତ୍ତ୍ୱେ ବି…

ଚେନ୍ନାଇ,୧୪।୫: ଦକ୍ଷିଣ ସୁପରଷ୍ଟାର ସୂର୍ଯ୍ୟ ଏବଂ ତ୍ରିଶା କୃଷ୍ଣନଙ୍କ ଫିଲ୍ମ “କରୁପ୍ପୁ”ର ପ୍ରଥମ ଦିନର ଶୋ’ ବାତିଲ କରାଯାଇଛି। ଫିଲ୍ମଟି ମେ ୧୪ ତାରିଖରେ ରିଲିଜ ହେବାର…

ହର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ଏପରି କାର୍ଯ୍ୟକୁ ବରଦାସ୍ତ….

ନୂଆଦିଲ୍ଲୀ,୧୪।୫: ଓମାନ ଉପକୂଳରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହାକୁ ନେଇ ଭାରତ ତୀବ୍ର କ୍ରୋଧ ପ୍ରକାଶ କରିଛି । ଏହି ଘଟଣାକୁ…

ବାଂଲାଦେଶ ସରକାରଙ୍କ ବଡ଼ ବୟାନ, କହିଲେ ‘ଭାରତରେ ମୁସଲମାନମାନଙ୍କ ଉପରେ ନିର୍ଯାତନାର କୌଣସି ପ୍ରମାଣ ନାହିଁ’

ଢାକା,୧୪।୫: ବାଂଲାଦେଶ ସରକାର ଦେଶର ସର୍ବବୃହତ ଇସଲାମିକ ଦଳ, ଜମାତ-ଏ-ଇସଲାମି ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

ମେଗା ଜଳସେଚନ ଯୋଜନାରୁ ବାଦ୍‌ପଡ଼ିଛି କାଣ୍ଡସର, ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗାଁକୁ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଜନାରୁ ବାଦ୍‌ ଦିଆଯାଇଥିବା…

ଭୁବନେଶ୍ୱରରେ ଘନେଇଲା ତେଲ ସଙ୍କଟ: ଆଉ ୨ଦିନ ପରେ ଗଡବନି ବସ୍‌!

ଭୁବନେଶ୍ୱର, ୧୪।୫: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’…

ଭୁବନେଶ୍ୱରରେ ଆଉ ମିଳୁନି ପେଟ୍ରୋଲ, ଡିଲର ସଂଘ କହିଲେ ଆମ ପାଖରେ ଆଉ…

ଭୁବନେଶ୍ୱର, ୧୪।୫: ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ ଚରମ ସୀମାରେ ପହଞ୍ଚିଛି। ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ତେଲ ସରିଯାଇଥିବାରୁ ‘ନୋ ଷ୍ଟକ୍’…

ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri