ଦୁବାଇ,୧୭ା୫: ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍ ଜେନେରେଟର ଜଳିଯାଇଛି। ଇରାନ ଓ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଚାଲିଥିବା ବେଳେ ଏହି ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ତେବେ ଆକ୍ରମଣ ପାଇଁ କୌଣସି ଦେଶ କିମ୍ବା ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଆକ୍ରମଣ ଯୋଗୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବାବେଳେ କେହି ଆହତ ହୋଇ ନ ଥିବା ଆବୁଧାବି କର୍ତ୍ତୃପକ୍ଷ କହିଛନ୍ତି। ତେବେ ଇରାନ ଡ୍ରୋନ୍ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଯୁଦ୍ଧ ସମୟରେ ୟୁଏଇ ଇସ୍ରାଏଲ୍ର ଆଇରନ୍ ଡୋମ୍ ମିସାଇଲ୍ ଡିଫେନ୍ସ ସିଷ୍ଟମ ଏବଂ ସୈନ୍ୟମାନଙ୍କୁ ରଖିଥିବାରୁ ଇରାନ ଏହାକୁ ଧମକ ଦେଇଆସୁଥିଲା।

