Posted inଜାତୀୟ

ନ୍ୟାୟ ନ ପାଇ ଆତ୍ମହତ୍ୟା କଲେ ଗଣବଳାତ୍କାର ପୀତିତା ୨ ଭଉଣୀ

ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍‌ମେଲ୍‌ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ ନ ପାଇବାରୁ ଶେଷରେ ଜୀବନ ହାରିଛନ୍ତି। ଗତ ମାର୍ଚ୍ଚରେ ବଡ଼ ଭଉଣୀ ଆତ୍ମହତ୍ୟା କରିଥିବାବେଳେ ୨ ମାସ ପରେ ସାନ ଭଉଣୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଯୋଧପୁର ଗ୍ରାମାଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପୋଲିସର ଅବହେଳା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୀଡ଼ିତାଙ୍କ ବାପା ପୋଲିସର ଆଚରଣକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରାଯିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଅନ୍ୟ କେତେଜଣଙ୍କୁ ପଚରାଉଚରା ଚଳାଇଛି।
ବଡ଼ ଭଉଣୀଙ୍କୁ ସ୍ଥାନୀୟ ଇ-ମିତ୍ର ସେବାକେନ୍ଦ୍ରର ପରିଚାଳକ ମହିପାଲ ଜାଲରେ ଫସାଇ ଗୋପନରେ ତାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ ବୋଲି ଗତ ଏପ୍ରିଲ ୧୧ରେ ତାଙ୍କ ଉଭଣୀ ଥାନାରେ ଅଭିଯୋଗ କରିଥିଲେ। ମହିପାଲଙ୍କ ସମେତ ଶିବରାଜ, ଗୋପାଳ, ବିଜାରାମ, ଦିନେଶ, ମନୋଜ ଏବଂ ପୁଖରାଜ ବଡ଼ ଭଉଣୀଙ୍କୁ ଗଣବଳାତ୍କାର କରିବା ସହ ଧମକ ଦେଇଥିଲେ ବୋଲି ସାନ ଭଉଣୀ ଅଭିଯୋଗରେ ଦର୍ଶାଇଥିଲେ। ସେମାନେ ବଡ଼ ଭଉଣୀଙ୍କୁ ୪ ବର୍ଷ ଯାଏ ଶୋଷଣ କରିବା ସହ ବ୍ଲାକ୍‌ମେଲିଂ କରି ଜବରଦସ୍ତ ଟଙ୍କା ଆଦାୟ କରିଆସୁଥିଲେ। ଆଉ ଅଧିକ ଦିନ ନିର୍ଯାତନା ସହି ନ ପାରି ବଡ଼ ଭଉଣୀ ମାର୍ଚ୍ଚ ୨୦ରେ ଆତ୍ମହତ୍ୟା କରିଥିଲେ। ନ୍ୟାୟ ନ ମିଳିଲେ ସାନ ଭଉଣୀ ମଧ୍ୟ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ ଚେତାବନୀ ଦେଇଥିଲେ।
ସାନ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏତଲା ଦାଏର କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଆତଙ୍କ ଏହିଠାରେ ଶେଷ ହୋଇ ନ ଥିଲା। ବଡ଼ଭଣୀଙ୍କ ଆତ୍ମହତ୍ୟା ପରେ ଅଭିଯୁକ୍ତମାନେ ସାନ ଭଉଣୀଙ୍କୁ ଯୌନ ନିର୍ଯାତନା ଦେବା ବଡ଼ ଭଉଣୀଙ୍କ ଭିଡିଓ ସର୍ବସାଧାରଣରେ ପ୍ରକାଶ କରିଦେବେ ବୋଲି ଧମକ ଦେଉଥିଲେ। ଏପରିିକି ଏତଲା ଦାଏର ସତ୍ତ୍ୱେ ସେମାନେ ସାନ ଭଉଣୀଙ୍କୁ ଧମକ ଦେଉଥିଲେ। ପୋଲିସ ସେମାନଙ୍କର କିଛି କରିପାରିବ ନାହିଁ ବୋଲି ସେମାନେ କହୁଥିବା ସାନ ଭଉଣୀ ଅଭିଯୋଗରେ ଦର୍ଶାଇଥିଲେ। ଗତ ଶୁକ୍ରବାର ସାନ ଭଉଣୀ ଏକ ପାଣି ଟାଙ୍କି ଉପରେ ଚଢ଼ି ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ। ସେଠାରେ ସେ ବିଷ ପିଇଦେଇଥିଲେ। ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ନ୍ୟାୟ ନ ପାଇ ୨ ଭଉଣୀ ଜୀବନ ହାରିବା ଘଟଣାରେ ରାଜପୁତ୍‌ ସମ୍ପ୍ରଦାୟରେ ଉତ୍ତେଜନା ଦେଖାଦେଇଛି। ସାନ ଭଉଣୀଙ୍କ ମୃତଦେହ ରଖାଯାଇଥିବା ଏମ୍‌ଡିଏମ୍‌ ହସ୍ପିଟାଲ ବାହାରେ ସେମାନେ ରୁଣ୍ଡ ହୋଇ ବିକ୍ଷୋଭ କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ପରିବାର ସଦସ୍ୟ ସହମତ ହୋଇଥିଲେ। ପୋଲିସ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଆସୁଥିଲା। ପୋଲିସର ବିଫଳତା ପାଇଁ ୨ ଭଉଣୀଙ୍କ ଜୀବନ ଗଲା ବୋଲି ମାରଓ୍ବାର ରାଜପୁତ ସୋସାଇଟି ସଭାପତି ହନୁମାନ ସିଂ ଖଙ୍ଗଟା କହିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜପୁତ ସମ୍ପ୍ରଦାୟ ଦାବି କରିଛନ୍ତି। ମଣିପାଲ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖାଯିବା ସହ ଗିରଫ ପ୍ରକ୍ରିୟା ଚାଲିଥିବା ଯୋଧପୁର ଏସ୍‌ପି କହିଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଗୀତ ଗାଇଲେ ମହିଳା ବିଧାୟକ; ହସିଲେ ମୁଖ୍ୟମନ୍ତ୍ରୀ, କହିଲେ….

ଚେନ୍ନାଇ, ୧୯।୮: ତାମିଲନାଡୁରେ ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟଙ୍କ ସରକାର ବିଧାୟକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସମସ୍ତ ବିଧାୟକଙ୍କୁ କାର୍ ମିଳିବା…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଇମ୍ରାନ ଖାନ ନଅ ମାସ ପରେ ପ୍ରଥମ ଥର ପାଇଁ ପତ୍ନୀ ବୁଶରା ବିବି- ଭଉଣୀଙ୍କୁ ଭେଟିଲେ

ଇସଲାମାବାଦ,୧୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ-ଏ-ଇନସାଫ (PTI)ର ପ୍ରତିଷ୍ଠାତା ଇମ୍ରାନ ଖାନ ରାୱଲପିଣ୍ଡିର ଆଡିଆଲା ଜେଲରେ ନଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri