Posted inଜାତୀୟ

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନୂଆ ନିୟମ ଅନୁଯାୟୀ, ଦମ୍ପତିମାନେ ତୃତୀୟ ସନ୍ତାନ ଜନ୍ମ କଲେ ସେମାନଙ୍କୁ ୩୦,୦୦୦ ଟଙ୍କା ଏବଂ ଚତୁର୍ଥ ସନ୍ତାନ ଜନ୍ମ କଲେ ୪୦,୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।
ଶ୍ରୀକାକୁଲମ ଜିଲ୍ଲାର ନରସନ୍ନାପେଟାଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ନାଇଡୁ କହିଛନ୍ତି ଯେ ସରକାର ଏହି ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଏକ ମାସ ମଧ୍ୟରେ ଏହାର ସବିଶେଷ ସୂଚନା ଓ ନିୟମାବଳୀ ପ୍ରକାଶ କରାଯିବ।
‘ସ୍ବର୍ଣ୍ଣ ଆନ୍ଧ୍ର-ସ୍ବଚ୍ଛ ଆନ୍ଧ୍ର’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଏକ ନୂଆ ନିଷ୍ପତ୍ତି ନେଇଛି। ଆମେ ତୃତୀୟ ସନ୍ତାନ ଜନ୍ମ ହେବା ମାତ୍ରେ ୩୦,୦୦୦ ଟଙ୍କା ଏବଂ ଚତୁର୍ଥ ସନ୍ତାନ ଜନ୍ମରେ ୪୦,୦୦୦ ଟଙ୍କା ଦେବୁ। ଏହା କଣ ଏକ ସଠିକ ନିଷ୍ପତ୍ତି ନୁହେଁ କି?”
ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଓକିଲାତି କରୁଥିଲେ, କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ସେ ମତ ବଦଳାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ସମୟ ଆସିଛି, ସମାଜ ମିଳିତ ଭାବେ ଜନ୍ମ ହାର ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଉଚିତ।
ନାଇଡୁଙ୍କ ଏହି ସଦ୍ୟତମ ଘୋଷଣା ପୂର୍ବରୁ ଦ୍ୱିତୀୟ ସନ୍ତାନ ଜନ୍ମ ଉପରେ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦେବା ପାଇଁ ଏକ ପ୍ରସ୍ତାବ ଆସିଥିଲା। ଗତ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଜଣାଇଥିଲେ ଯେ ରାଜ୍ୟ ସରକାର ଦ୍ୱିତୀୟ ସନ୍ତାନ ଜନ୍ମ କରୁଥିବା ଦମ୍ପତିଙ୍କୁ ୨ ୫,୦୦୦ ଟଙ୍କା ଦେବାକୁ ବିଚାର କରୁଛନ୍ତି।
ନାଇଡୁଙ୍କ ଅନୁଯାୟୀ, ଆୟ ବୃଦ୍ଧି ହେତୁ କିଛି ଦମ୍ପତି କେବଳ ଗୋଟିଏ ସନ୍ତାନ ରଖିବାକୁ ପସନ୍ଦ କରୁଛନ୍ତି, ଆଉ କେତେକ ଦମ୍ପତି ପ୍ରଥମ ସନ୍ତାନ ଯଦି ପୁଅ ନହୁଏ, ତେବେ ଯାଇ ଦ୍ୱିତୀୟ ସନ୍ତାନ ପାଇଁ ଚିନ୍ତା କରୁଛନ୍ତି। ଏହାଦ୍ୱାରା ରାଜ୍ୟର ଜନସଂଖ୍ୟା ବୃଦ୍ଧି ହାର କମିବାରେ ଲାଗିଛି ବୋଲି ସେ ଚେତାବନୀ ଦେଇଛନ୍ତି। ଜନସଂଖ୍ୟାକୁ ସ୍ଥିର ରଖିବା ପାଇଁ ମୋଟ ପ୍ରଜନନ ହାର (TFR) କୁ ୨.୧ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ମହିଳା ପିଛା ହାରାହାରି ପ୍ରଜନନ ହାର ୨.୧ ଶିଶୁ ରହିଲେ ହିଁ ଜନସଂଖ୍ୟା ସନ୍ତୁଳିତ ରହିଥାଏ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?