Posted inଖେଳ

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା ମର ମ୍ୟାଚ୍‌ରେ ଫିନ୍‌ ଆଲେନ ଓ ଅଙ୍ଗକ୍ରିଶ ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କେକେଆର୍‌ ପ୍ରତିପକ୍ଷ ଗୁଜରାଟ ସମ୍ମୁଖରେ ୨୪୮ ରନର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ରେ କେକେଆର୍‌ ବ୍ୟାଟରମାନେ ୨୨ ଛକା ମାରିଥିଲେ, ଯାହା କି ଚଳିତ ଆଇପିଏଲ୍‌ରେ ଦଳ ପାଇଁ ସର୍ବାଧିକ।

ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍‌ ଖୁବ୍‌ ଶସ୍ତାରେ ଅଧିନାୟକ ଅଜିଙ୍କ୍ୟ ରାହାନେ(୧୪)ଙ୍କ ଉଇକେଟ ହରାଇଥିଲା। ଆଲେନଙ୍କ ଯୋଗୁ ଦଳ ପ୍ରଥମ ୬ ଓଭରରେ ୫୬ ରନ କରିଥିଲା। ଦୁଇ ଥର ଜୀବନଦାନ ପାଇଥିବା ଆଲେନ ପାଓ୍ବାରପ୍ଲେ ପରେ ପ୍ରତ୍ୟେକ ଓଭରରେ ୨ରୁ ୩ ଛକା ମାରିଥିଲେ। ସେ ଦ୍ୱାଦଶ ଓଭରରେ ଆର୍‌ ସାଇ କିଶୋରଙ୍କ ବଲକୁ ଛକା ମାରିବାକୁ ଯାଇ ବାଉଣ୍ଡ୍ରି ଲାଇନରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ଆଉଟ୍‌ ହେବା ପୂର୍ବରୁ ସେ ୩୫ ବଲରେ ୪ ଚୌକା ଓ ୧୦ ବିଶାଳ ଛକା ସହାୟତାରେ ୯୩ ରନ କରିଥିଲେ। ଏଥିସହିତ ସେ ଅଙ୍ଗକ୍ରିଶ ରଘୁବଂଶୀଙ୍କ ସହ ଦ୍ୱିତୀୟ ଉଇକେଟରେ ୪୧ ବଲରେ ଦ୍ରୁତ ୯୫ ରନର ପାର୍ଟନରଶିପ୍‌ କରି ଦଳକୁ ବଡ଼ ସ୍କୋର ଲାଗି ପ୍ଲାଟଫର୍ମ ପ୍ରଦାନ କରିଥିଲେ। ଏହାପରେ ରଘୁବଂଶୀ ଓ କାମେରନ ଗ୍ରୀନ ତୃତୀୟ ଉଇକେଟରେ ୫୨ ବଲରେ ୧୦୮ ରନର ଶତକୀୟ ପାର୍ଟନରଶିପ୍‌ କରି ଦଳକୁ ଭଲ ଫିନିଶିଂ ପ୍ରଦାନ କରିଥିଲେ। ଫଳରେ କେକେଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୪୭ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?