Posted inଖେଳ

ରସେଲଙ୍କ ମୁଣ୍ଡରେ ବାଜିଲା ବଲ

କିଙ୍ଗ୍‌ଷ୍ଟନ,୧୩।୯: ଚଳିତ କାରିବିଅନ ଲିଗ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆନ୍ଧ୍ରେ ରସେଲଙ୍କ ହେଲ୍‌ମେଟ୍‌ରେ ବଲ ବାଜିଛି। ସେଣ୍ଟ ଲୁସିଆ ଜୁକ୍ସ ଦଳର ପେସର ହାର୍ଡୁସ ଭିଜୋଏନ୍‌ଙ୍କ ବାଉନ୍ସରକୁ ଜମାଇକା ତାଲାଓ୍ବାସ ପକ୍ଷରୁ ଖେଳୁଥିବା ରସେଲ ପୁଲ୍‌ ଶଟ ଖେଳିବାକୁ ଉଦ୍ୟମକରି ବିଫଳ ହୋଇଥିଲେ। ବଲ ତାଙ୍କ ଡାହାଣ କାନ ପାଖରେ ବାଜିଥିଲା। ବଲ ବାଜିବା ପରେ ସେ ଚେତା ହରାଇ ପଡ଼ିଆରେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଫିଲ୍ଡର ଓ ଅନ୍ୟ ବ୍ୟାଟ୍ସମ୍ୟାନ ଘେରି ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ। ମେଡିକାଲ ଟିମ୍‌ ଗ୍ରାଉଣ୍ଡକୁ ଆସିବା ପରେ ରସେଲ ଫିଲ୍ଡରଙ୍କ ସହାୟତାରେ ଛିଡ଼ାହେବାକୁ ସକ୍ଷମ ହୋଇଥିଲେ। କିଛି ବାଟ ଚାଲିବା ପରେ ତାଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା। ତାଙ୍କୁ ସ୍କାନ୍‌ ପାଇଁ ମେଡିକାଲ ନିଆଯାଇଥିଲା। ରିପୋର୍ଟରେ ସବୁ ଠିକ୍‌ ଥିବା ଦର୍ଶାଇବା ପରେ ତାଙ୍କୁ ଦଳୀୟ ହୋଟେଲରେ ବିଶ୍ରାମ କରିବାକୁ ଦିଆଯାଇଛି। ଶନିବାର ଟ୍ରିନବାଗୋ ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ବୋଲି ଅଫିସିଆଲ କହିଛନ୍ତି। ଏଭଳି ଆହତ ସମସ୍ୟାକୁ ଅନ୍ତର୍ଜାତୀୟ କ୍ରିକେଟରେ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି। ନିକଟରେ ମାର୍ନୁସ ଲାବାସ୍କଗ୍ନେ (ଅଷ୍ଟ୍ରେଲିଆ) ଓ ଜେର୍ମିନେ ବ୍ଲାକଉଡ୍‌ (ଓ୍ବେଷ୍ଟଇଣ୍ଡିଜ) ଯଥାକ୍ରମେ ଷ୍ଟିଭ ସ୍ମିଥ୍‌ ଓ ଡାରେନ ବ୍ରାଭୋଙ୍କ ବଦଳରେ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ଖେଳିଥିଲେ। ଉଭୟଙ୍କ ମୁଣ୍ଡରେ ବଲ ବାଜିବା ପରେ ଆଉ ପଡ଼ିଆକୁ ଫେରି ନ ଥିଲେ। ସିପିଏଲ ମ୍ୟାଚ୍‌ରେ ଜାମାଇକା ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୭୦ ରନ୍‌ କରିଥିଲେ। ଜବାବରେ ୧୬.୪ ଓଭରରେ ସମାନ ସଂଖ୍ୟକ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲକରି ନେଇଥିଲା ସେଣ୍ଟ ଲୁସିଆ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri