କଂଗ୍ରେସ ଗଢ଼ିବ କ୍ୟାଡର ବେସ୍‌ ସଙ୍ଗଠନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସମାନଭାବେ ରାଜ୍ୟରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଲା। ଦଳକୁ ରାଜ୍ୟ ରାଜନୀତିରେ ଦ୍ୱିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ରହିବାକୁ ପଡିଛି। ତଥାପି ମଧ୍ୟ ଏ ପର୍ଯ୍ୟନ୍ତ ଦଳ ଦୁର୍ବଳ ସ୍ଥିତିରୁ ନିଜକୁ କାଢି ଉପରକୁ ନେବାକୁ ପ୍ରୟାସ ଆରମ୍ଭ କରିପାରିନାହିଁ। ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସମସ୍ତ ନିର୍ବାଚନ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ ପଦରେ ପରିବର୍ତ୍ତନ କରାଯାଇନାହିଁ। ହେଲେ ଦଳର ଉପରସ୍ତରରୁ ବର୍ତ୍ତମାନ ଏକ ବଡ ଧରଣର ସାଙ୍ଗଠନିକ ନିଷ୍ପତ୍ତି ନିଆଯାଉଥିବା ଜଣାପଡିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଭଳି କଂଗ୍ରେସ ମଧ୍ୟ ଏକ ସମାନ୍ତରାଳ ସଙ୍ଗଠନ କରିବାକୁ ଯୋଜନା କରୁଥିବା ଜଣାପଡିଛି। କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ, ଅନ୍ୟ କ୍ୟାଡର ବେସ୍‌ ଦଳର ନକାରାତ୍ମକ ଚିନ୍ତାଧାରାର ସମ୍ମୁଖୀନ ହେବା ପାଇଁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ପ୍ରକ୍ରିୟା ଆରମ୍ଭ କରାଯିବ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ଆଦର୍ଶଗତ ଚିନ୍ତାଧାରା ସୃଷ୍ଟି କରିବା ଏବଂ ସଚେତନ କରିବା ଲାଗି ଚିନ୍ତା କରାଯାଉଛି। ଆର୍‌ଏସ୍‌ଏସ୍‌ ସମେତ ସମସ୍ତ ବିରୋଧୀ କ୍ୟାଡର ଯେଉଁମାନେ ନକାରାତ୍ମକ ପ୍ରଚାର କରୁଛନ୍ତି ସେମାନଙ୍କୁ ସମ୍ମୁଖୀନ କରିବା ପାଇଁ ଏକ ସଙ୍ଗଠନ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦେଖିବାକୁ ଗଲେ ବିଜେଡି ମଧ୍ୟ ବିଜୁ ଯୁବ ବାହିନୀ ନାମରେ ଏକ ସଙ୍ଗଠନ ସରକାରୀ ଅର୍ଥରେ ତିଆରି କରି କାର୍ଯ୍ୟକ୍ରମ ଜାରି ରଖିଛି। ମାତ୍ର କଂଗ୍ରେସ ପକ୍ଷରୁ ଏଭଳି ଏକ ଚିନ୍ତା କରାଯିବା ପରେ ରାଜ୍ୟର ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଏହାକୁ ସମାଲୋଚନା କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆଜି ନିଶ୍ଚିତଭାବେ ଖୁସିର କଥା, ଆମ ଦଳର ଯେଉଁ ସାଙ୍ଗଠନିକ ବ୍ୟବସ୍ଥା ରହିଛି ତାକୁ ଅନ୍ୟ ରାଜନୈତିକ ଦଳଗୁଡିକ ଶିଖୁଛନ୍ତି। କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳଗୁଡିକ ଶିଖୁଛନ୍ତି ଠିକ୍‌ ଅଛି ହେଲେ ବିନା କୌଣସି ନୀତି, ଚିନ୍ତାଧାରାରେ ନିଜର ରାଜନୈତିକ ସଙ୍ଗଠନ ତିଆରି କଲେ ମଧ୍ୟ ଏହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି। ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ସେମାନଙ୍କ କ୍ୟାଡର ଯାହା ଥିଲା ତାକୁ ଦୀର୍ଘ ୪ ଦଶନ୍ଧି ଧରି ସେମାନେ ସରକାର କରୁଥିଲେ। ଏହା ସେମାନେ ସ୍ବୀକାର କରିଛନ୍ତି ଯେ, ସେମାନଙ୍କ ସାଙ୍ଗଠନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏବେ ସେମାନେ କିଛି ନୂଆ ଚିନ୍ତା କରିଛନ୍ତି, ସେମାନଙ୍କ ଚ୍ୟାଲେଞ୍ଜକୁ ଆମେ ନିହାତି ସ୍ବୀକାର କରିବୁ ବୋଲି ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri