Posted inଜାତୀୟ

ଗୋଟିଏ ମଣ୍ଡପରେ ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡକୁ ବିବାହ କଲେ ଯବାନ

ଜୈସପୁର,୨୧।୫: ଛତିଶଗଡ଼ର ଜୈସପୁର ଜିଲାର ବ।ଘଡୋଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଉକ୍ତ ଗାଁର ଜଣେ ସିଆରପିଏଫ୍‌ ଯବାନ ୨ଜଣ ମହିଳାଙ୍କ ସହ ଏକା ସାଙ୍ଗରେ ବିବାହ କରିଥିବା ଜଣାପଡ଼ିଛି। ଏକା ସାଙ୍ଗରେ ବିବାହ ମଣ୍ଡପରେ ଜଣେ ତାଙ୍କର ଗର୍ଲଫ୍ରେଣ୍ଡ ଓ ଅନ୍ୟଜଣକ ପୂର୍ବରୁ ବିବାହିତା ପତ୍ନୀ ରହିଛନ୍ତି। ଅର୍ଥାତ୍‌ ଯବାନ ଜଣଙ୍କ ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ବିବାହ କରିଥିବା ଜଣାପଡ଼ିଛି। ଅନିନ ପାଇକରା ନିଜ ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କୁ ପୁରା ରୀତିନୀତିରେ ବିବାହ କରିଥିଲେ। ଏହି ବିବାହକୁ ନେଇ ଆଖପାଖ ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହେବା ସହ ସମାଲୋଚନା ମଧ୍ୟ କରିଥିଲେ। ସୂଚନାଯୋଗ୍ୟ, ଅନିନଙ୍କ ବିବାହ ଗତ ୪ ବର୍ଷରୁ ହୋଇସାରିଛି। କିନ୍ତୁ ଏହାରି ଭିତରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଏହି ବିବାହର ପଛରେ ଅନ୍ୟ କାରଣ ଦର୍ଶାଇଛନ୍ତି ଅନିନ। ସେ କହିଛନ୍ତି, ପ୍ରଥମ ବିବାହରୁ ତାଙ୍କୁ କୌଣସି ସନ୍ତାନ ହୋଇ ନ ଥିବାରୁ ସେ ଦ୍ୱିତୀୟ ବିବାହ କରିଛନ୍ତି। ଆଉ ଏଥିପାଇଁ ତାଙ୍କ ପ୍ରଥମ ପତ୍ନୀ ମଧ୍ୟ ସହମତି ଥିବା ସେ କହିଛନ୍ତି। ଅପରପକ୍ଷରେ ନିୟମ ଅନୁସାରେ, ସରକାରୀ କର୍ମଚାରୀଙ୍କ ପାଇଁ ବିବାହିତା ରହି ଦ୍ୱୀତିୟ ବିବାହ କରିବା ମିସ୍‌କଣ୍ଡକ୍ଟ ବୋଲି କୁହାଯାଇଥାଏ। ନିୟମ ଅନୁସାରେ ଏକା ସାଙ୍ଗରେ ଦୁଇ ଜଣ ସ୍ତ୍ରୀଙ୍କ ସହ ଯବାନ ରହି ପାରିବେନି। କାରଣ ଯବାନଙ୍କ ପାଇଁ ଏହା ସମସ୍ୟାର କାରଣ ହୋଇପାରେ ବୋଲି ସିଆରପିଏଫ୍‌ର ପ୍ରବକ୍ତା ବିସି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri