କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କଳାହାଣ୍ଡି ପକ୍ଷରୁ ୭ ଲକ୍ଷ ୩୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା।
ଏଥିପାଇଁ କେସିଙ୍ଗା ପଞ୍ଚାୟତ ସମିତିର କାର୍ଯ୍ୟ ନିର୍ବାହୀ ସଂସ୍ଥା ପକ୍ଷରୁ କାର୍ଯ୍ୟ କରିବା କଥା, କିନ୍ତୁ ଶିରୋଲ ଗ୍ରାମ ଜଣେ ଠିକାଦାରଙ୍କୁ ଉକ୍ତ ଧାନ ଖଳା ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏହି ଖଳା ନିର୍ମାଣ କାର୍ଯ୍ୟ ବିଳମ୍ବ ହେତୁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। କିନ୍ତୁ ଏ ନେଇ ଗତ ୬.୪.୨୬ ଦିନ ଧରିତ୍ରୀରେ ଖବର ପ୍ରସାରଣ କରାଯାଇଥିଲା। ଏହି ଧାନ ଖଳା ସମ୍ପୂର୍ଣ୍ଣ ହୋଇଥିଲେ ଶିରୋଲ ଗ୍ରାମର ପ୍ରାୟ ଶତାଧିକ ଚାଷୀ ଧାନ କାଟି ଏହି ଖଳାରେ ରଖ ଧାନ ମଡ଼ାଇ ସୁବିଧାରେ ଘରକୁ ନେଇ ପାଇଥାନ୍ତେ। କିନ୍ତୁ ଠିକାଦାର ଜଣଙ୍କ ଖଳାର ଚତୁଃପାଶର୍ବରେ ସିମେଣ୍ଟର ଫାଉଣ୍ଡେଶନ ଉଠାଇ ନୀରବ ରହିଗଲେ। ଖଳା ଉପରେ ଆଉ କଂକ୍ରିଟ କରିଲେ ନାହିଁ। ଯାହା ଫଳରେ ଦୀର୍ଘ ୩ ବର୍ଷ ହେଲା ଅଦ୍ଧନିର୍ମିତ ଅବସ୍ଥାରେ ପଡିରହିଥିଲା ।
ଆଜି ହେବ କାଲି ହେବ ବୋଲି ଚାଷୀ ବୃନ୍ଦ ଯେଉଁ ଆଶା କରିଥିଲେ ତାହା ସମ୍ପୂର୍ଣ୍ଣ ନ ହେବାରୁ ଚାଷୀ ମନରେ ଅସନ୍ତୋଷ ହେବା ସହ ବହୁତ ହଇରାଣ ହେଉ ଥିଲେ। ଏହି ଖଳା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଶିରୋଲ ଗ୍ରାମର ଶାତାଧିକ ଚାଷୀ ଧାନ ରଖି ମଡ଼ାଇ ଘରକୁ ନେବାରେ ସୁବିଧା ହୋଇ ଥାଆନ୍ତା। ଶିରୋଲ ଗ୍ରାମରୁ ପ୍ରାୟ ଦେଢ଼ କିମି ଦୂରରେ ଚାଷ ଜମି ଅଞ୍ଚଳରେ ଏହି ଖଳା ନିର୍ମାଣ ପାଇଁ ଜାଗା ନିରୂପଣ କରାଯାଇଥିଲା। ଖଳାର ଚତୁଃପାଶର୍ବରେ ଚାଷ ଜମି ଥିବାରୁ ଚାଷୀଙ୍କ ସୁବିଧା ହେବା ପାଇଁ ଏହି ଖଳା ନିର୍ମାଣ ପାଇଁ ଶିରୋଲ ଗ୍ରାମର ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଚାଷୀମାନେ ୩ ବର୍ଷ ହେଲା ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏ ଉକ୍ତି ଖଳାଟି ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀମନରେ ଅସନ୍ତୋଷ ହେବା ସହଧାନ ମଡ଼ାଇବା ରେ ବହୁତ ହଇରାଣ ହରକତ ହୋଇ ଆସୁଥିଲେ। କିନ୍ତୁ ଏହି ସମସ୍ୟା ମୂଳକ ଖବର ଧରିତ୍ରୀରେ ଖବର ପ୍ରସାରଣହୋଇଥିଲା ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ଗତ ୭ଦିନ ତଳେ ଖଳା ନିର୍ମାଣ କାମ ସମ୍ପୂର୍ଣ ହୋଇ ଥିବାରୁ ଶିରୋଲ ଚାଷୀ ବୃନ୍ଦ କେସିଙ୍ଗା ବିଡିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏ ନେଇ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଖଳା କାମ ସମ୍ପୁର୍ଣ୍ଣ କରାଯାଇଛି। ଆସନ୍ତା ଖରିଫ ଋତୁରେ ଚାଷୀମାନେ ଧାନ ଆରାମରେ ମଡ଼ାଇ ପାରିବେ ବୋଲି ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily

