ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା ମୋହନା ବ୍ଲକ ବେତାରସିଂ ଗାଁର ନୈଶ୍ମିତା ସାହୁ ମୋହନାସ୍ଥିତ ଅନୁସୂଚିତ ଜାତି ଜନଜାତି ବିଭାଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ। ହେଲେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ସେ ୬ ଶହ ମାର୍କରୁ ୫୬୦ ନମ୍ବର ଅର୍ଥାତ୍ ୯୯.୦୩ ପ୍ରତିଶତ ନମ୍ବର ରଖି ଜିଲାରେ ଟପ୍ପର ହୋଇଛନ୍ତି। ବାପା ଜଣେ ଛୋଟିଆ ପରିବା ବ୍ୟବସାୟୀ, ହାଟ ବଜାର ବୁଲି ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ନୈସ୍ମିତା। ତାଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

