ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ ଓ ଅଧ୍ୟାପକ ଡଃ ଶ୍ରୀରାମ ମିଶ୍ରଙ୍କ ପ୍ରତ୍ୟକ୍ଷ ତଦାରଖ ଯୋଗୁ ଏଭଳି ଗୌରବ ମିଳିଥିବାର ଜଣାପଡ଼ିଛି। କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ୮୯.୮୬ ପ୍ରତିଶତ ରେଜଲ୍ଟ ରହିଥିବା ବେଳେ କଳାରେ ୯୮.୩୯ ପ୍ରତିଶତ ରେଜଲ୍ଟ ରହିଛି।

ସେହିପରି ଯୁକ୍ତତିନି କଳାରେ ୯୫ ପ୍ରତିଶତ ରେଜଲ୍ଟ ରହିଥିବା ବେଳେ ବିଜ୍ଞାନରେ ୯୬ ପ୍ରତିଶତ ରହିଛି। ଯୁକ୍ତଦୁଇ ବିଜ୍ଞାନରେ ଝିଅଙ୍କୁ ପଛରେ ପକାଇ ପୁଅମାନେ ବାଜିମାତ କରିଛନ୍ତି। ବିଜ୍ଞାନରେ ସମୁଦାୟ ୩୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୨୭୮ଜଣ ପାସ୍‌ କରିଛନ୍ତି। ମୋଟ୍‌ ୬୦୦ ମାର୍କରୁ ୧୩ ଜଣ ୫୦୦ରୁ ଊର୍ଦ୍ଧ୍ୱ ମାର୍କ ରଖି ପାସ୍‌କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୮୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୭୧ ଜଣ, ତୃତୀୟ ଶ୍ରେଣୀରେ ୧୨ ଜଣ ଓ କମ୍ପାର୍ଟମେଣ୍ଟରେ ୪ଜଣ ପାସ୍‌ କରିଛନ୍ତି। ସେଥିମଧ୍ୟରୁ ଶୁଭମ୍‌ ବାଡ଼ତ୍ୟା ୫୭୫ ମାର୍କରଖି ୯୬% ହାସଲ କରିଥିବା ବେଳେ କାର୍ତ୍ତିକେୟ ମହାନ୍ତି ୯୪% ହାସଲ କରିଛନ୍ତି। ସେହିପରି କଳାରେ ୩୧୨ ଜଣ ପରୀକ୍ଷା ଦେଇଥିବା ବେଳେ ୩୦୭ ଜଣ ପାସ୍‌ କରିଛନ୍ତି। ସେଥିମଧ୍ୟରୁ ୫ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତ। ପ୍ରଥମଶ୍ରେଣୀରେ ୧୩୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୭୬ ଜଣ ଓ ତୃତୀୟ ଶ୍ରେଣୀରେ ୯୮ଜଣ ପାସ୍‌ କରିଛନ୍ତି। ସ୍ମୃତି ବେହେରା ୫୨୬ ମାର୍କ ରଖିଥିବା ବେଳେ ପୂଜାଗୌଡ଼ ୫୧୬ ଓ ରୁକ୍ମିଣୀ ପଣ୍ଡା ୫୧୦ ମାର୍କରଖି କଲେଜ ପାଇଁ ଗୌରବ ଆଣିଛନ୍ତି। ଯୁକ୍ତତିନିସ୍ତରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷାରେ କଳାରେ ୭୬.୬୮ ପ୍ରତିଶତ ରେଜଲ୍ଟ ରହିଥିବା ବେଳେ ବିଜ୍ଞାନରେ ୬୭.୬୪ ପ୍ରତିଶତ ରହିଛି। ଶିକ୍ଷାବିଭାଗର ଛାତ୍ରୀ ବର୍ଷାରାଣୀ ଦାଶ ବିଶ୍ୱବିଦ୍ୟାଳୟସ୍ତରରେ ତୃତୀୟ ସ୍ଥାନରେ ରହିଥିବା ବେଳେ ସ୍ବପ୍ନା ରାଉଳ ଦଶମ ସ୍ଥାନରେ ରହିଛନ୍ତି ଏବଂ ଓଡ଼ିଆ ବିଭାଗର ଛାତ୍ରୀ ନିର୍ଜଳୀ ବେହେରା ନବମ ସ୍ଥାନରେ ରହି କଲେଜ ପାଇଁ ଗୌରବ ଆଣିଛନ୍ତି। ଏହି କୃତୀ ଛାତ୍ରୀଛାତ୍ରଙ୍କୁ କଲେଜ ପକ୍ଷରୁ ଗୁରବାର ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ଲାଗି କାମନା କରିଛନ୍ତି କଲେଜ କର୍ତ୍ତୃପକ୍ଷ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri