ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି ସନ୍ତାନଟିଏ ଜନ୍ମଗ୍ରହଣ କରୁଛି ୨୧ ଦିନ ଭିତରେ ରିପୋର୍ଟ ଦିଆଯିବ ଆଉ ସମ୍ପୃକ୍ତ ଅଧିକାରୀ ତିରିଶ ଦିନ ମଧ୍ୟରେ ପଞ୍ଜୀକୃତ କରି ପ୍ରମାଣପତ୍ର ଦେବେ। ଏହାଦ୍ୱାରା ଠିକ୍‌ ଜନଗଣନା ହୋଇପାରିବ। ବହିରାଗତ ସବୁ ଅଲଗା ବାରି ହୋଇପଡ଼ିବେ। ଧାରା ୧୩ ଅନୁସାରେ ଯଦି କେହି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜନ୍ମମୃତ୍ୟୁ ପଞ୍ଜୀକୃତ କାର୍ଯ୍ୟାଳୟରେ ଜଣାଇ ନ ପାରିଲେ ତେବେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଶପଥପାଠ ମାଧ୍ୟମରେ ପଞ୍ଜୀକୃତ ପାଇଁ ଆବେଦନ କରିପାରିବେ। ସ୍ପଷ୍ଟ ଓ ପ୍ରାଞ୍ଜଳ ନିୟମ ଜନଗଣଙ୍କ ପାଇଁ ରହିଛି। କିନ୍ତୁ ଖଳପ୍ରବୃତ୍ତିର ଲୋକେ ମନ୍ଦ ଉଦ୍ଦେଶ୍ୟରେ ଏହାର ଅସଦ୍‌ ବ୍ୟବହାର କରିବାକୁ ପଛାଉ ନ ଥିବାର ପ୍ରମାଣ ରହିଛି। ଏଥିପାଇଁ ଧାରା ୧୫ ଅନୁସାରେ ସଂଶୋଧନ ବା ନାକଚ କରିବାର ବ୍ୟବସ୍ଥା ରଖାଯାଇଛି। ଯଦି ଭୁଲ୍‌ବଶତଃ କିଛି ତ୍ରୁଟି ରହିଯାଇଛି ତେବେ ସଂଶୋଧନ କରାଯାଇ ପାରିବ। ଯଦି ଠକାମି କରି ଜନ୍ମଗତ ପ୍ରମାଣପତ୍ର ନିଆଯାଇଛି ତେବେ ତାହାକୁ ନାକଚ ବା କ୍ୟାନସେଲ୍‌ କରାଯାଇ ପାରିବ। ଆମ ଆଇନରେ ଦଣ୍ଡ ବିଧାନ ରହିଛି। ଛୁଆଟିଏ କଲିକତାରେ ଜନ୍ମ ହୋଇଥିଲେ ବି, ସେଠାକାର ଜନ୍ମଗତ ପ୍ରମାଣପତ୍ର ଥିଲେ ମଧ୍ୟ, ଟିଟିଲାଗଡରୁ ଆଉ ଏକ ମିଛ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କ୍ୟାନସେଲ କରାଇବାକୁ ନାକେଦମ୍‌ ହେବାକୁ ପଡ଼ିଛି ବର୍ଷେକାଳ। ଦୋଷୀ ଦଣ୍ଡ ପାଇନି ଏ ଯାଏ। ଆମର ବିଚାର ବ୍ୟବସ୍ଥା!
ବେଳେବେଳେ ଦେଖାଯାଉଛି ନିଜ ବ୍ୟକ୍ତିଗତ ସ୍ବାର୍ଥ ହାସଲ ସକାଶେ ମିଛଖଚ ମିଶାଇ ଛୁଆର ମୂଳ ଜନ୍ମସ୍ଥାନର ପ୍ରମାଣପତ୍ର ଥାଇ ବି, ଜନ୍ମଗ୍ରହଣ କରି ନ ଥିବା ସ୍ଥାନରୁ ପ୍ରମାଣପତ୍ର ହାସଲ କରାଯାଉଛି ବହୁତ କିଛି ତଥ୍ୟ ବଦଳାଇ, ଆଉ ଅସଦ୍‌ ଉପାୟରେ ନାନାଦି ସରକାରୀ ବେସରକାରୀ ଫାଇଦା ଉଠାଯାଉଛି। ଏହା ଦ୍ବାରା ଆଇନର ମୂଳ ଉଦ୍ଦେଶ୍ୟ ବ୍ୟାହତ ହେବା ସହିତ ଫୌଜଦାରି ମାମଲାକୁ ଆକର୍ଷଣ କରୁଛି। ମିଛ ଶପଥପାଠ, ମିଛ ତଥ୍ୟ, ମିଛ ପ୍ରୟୋଗ ପାଇଁ ଜେଲ ଜରିମାନା ହେବା ନିଶ୍ଚିତ ହୋଇପଡୁଛି। ମିଛ ଜନ୍ମ ପ୍ରମାଣପତ୍ରକୁ ଜାତୀୟ ଅପରାଧ ଭାବରେ ଗଣନା କରାଯାଇ କଠୋର ଦଣ୍ଡ ଦିଆଯିବା ବ୍ୟବସ୍ଥା ରଖାଯିବା ନିହାତି ଆବଶ୍ୟକ। କେଉଁ କେଉଁ ପଞ୍ଜୀକରଣ କାର୍ଯ୍ୟାଳୟରେ କେତେଜଣଙ୍କୁ ଏମିତି ମିଛ ପ୍ରମାଣପତ୍ର ଦିଆଯାଇଛି, କେତେଜଣଙ୍କର ପ୍ରମାଣପତ୍ର ନାକଚ କରାଯାଇଛି ଓ ଅନୈତିକ ବେଆଇନ କାର୍ଯ୍ୟ ପାଇଁ କେତେଜଣ ଦଣ୍ଡ ପାଇଛନ୍ତି ସର୍ବ ସମକ୍ଷରେ ପ୍ରକାଶିତ ହେବା ଜରୁରୀ। ଠୋସ୍‌ ପ୍ରମାଣ ସହିତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ କିମ୍ବା ଥାନାରେ ଏତଲା ଦେଲେ ମଧ୍ୟ ସୁଫଳ ମିଳୁ ନାହିଁ। ଉପଯୁକ୍ତ ନ୍ୟାୟାଳୟରେ ମାମଲା ଦାଏର କରାଗଲେ ମଧ୍ୟ ଲାଭ ହେଉ ନାହିଁ। ଲାଗୁଛି ଯେମିତି ଛୁଆଜନ୍ମ ପ୍ରମାଣପତ୍ର ବା ମୃତ୍ୟୁ ପ୍ରମାଣପତ୍ରର କିଛି ଅର୍ଥ ହିଁ ନାହିଁ। ଏମିତି ଚାଲିଲେ ଭବିଷ୍ୟତରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ। ନ୍ୟାୟର ସମ୍ମାନହାନି ହେବ। ଲୋକେ ନ୍ୟାୟିକ ପ୍ରକ୍ରିୟାକୁ ଖାତିର କରିବେ ନାହିଁ।
ନ୍ୟାୟର ଅଭାବରେ ନିରାଶଭାବ ଦେଖାଯିବ ଲୋକଙ୍କ ମନରେ। କେଉଁଠି ନା କେଉଁଠି ବିଦ୍ରୋହାତ୍ମକ ହୋଇଉଠିବେ, ଠକାମିର ଶିକାର ହୋଇ, ସଦ୍ୟ ଆବିଷ୍କାର କରି ମଧ୍ୟ ଦୋଷୀ ଦଣ୍ଡ ନ ପାଇବା କାରଣରୁ। ଭାବନା ଆସିବ ଯେମିତି କୌଣସି ନ୍ୟାୟାଳୟର ଆଉ ଆବଶ୍ୟକତା ନାହିଁ। ନ୍ୟାୟାଳୟ ଅନ୍ୟାୟାଳୟରେ ପରିଣତ ହେଉନି ତ! କୁରୁସଭାର ନୀରବଦ୍ରଷ୍ଟାଙ୍କ ପରି ସମସ୍ତେ ଚୁପ୍‌ଚାପ। ଅଯଥାରେ ଲୋକଙ୍କ ବା ଟିକସଦାତାମାନଙ୍କ କୋଟି କୋଟି ଟଙ୍କା ବରବାଦ କରାହେଉଛି! ଏହା ଦେଶ ପାଇଁ ଶୁଭଙ୍କର ନୁହେଁ । ଲୋକେ ଜିଇ ଥାଇ ବି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରାଯାଉଛି ଆଉ ଅନେକାନେକ ଲାଭରୁ ବଞ୍ଚିତ ହେଉଛନ୍ତି। ଅନୈତିକ ଲାଭ ଉଠାଯାଉଛି। ନିରପେକ୍ଷ ତଦନ୍ତ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ କରାହେବା ନିହାତି ଆବଶ୍ୟକ। ଅର୍ଥଲୋଭରେ ପଡି ଭୁଲ୍‌ ତଦନ୍ତ ପ୍ରଦାନ ପାଇଁ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବହିଷ୍କୃତ କରାଯିବା ଉଚିତ। ଖାଲି ନିଜସ୍ବ ଫାଇଦା ରଖି କ୍ଷମତା ଉପଭୋଗ କରି ଗାଦିରେ ବସି ଆମେ ଆଇନର ଶାସନକୁ ସମ୍ମାନ ଦେଉଛ କହିବାରେ କିଛି ଲାଭ ନାହିଁ। ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟର ମର୍ଯ୍ୟାଦା ବୃଦ୍ଧି ନ ହେଲେ ଅଦାଲତ ଲୋକଙ୍କ ଆସ୍ଥା ବିଶ୍ବାସ ହରାଇ ବସିବ।

ଗଜାନନ ମିଶ୍ର

ତପୋବନ, ଟିଟିଲାଗଡ଼, ବଲାଙ୍ଗୀର
ମୋ:୯୪୩୭୩୬୬୬୪୪

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟସଭା ଆସନ ପାଇଁ ଭାରତର...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

ସର୍ଭେ କରିବାକୁ ଯାଇ କାଜୁ ଜଙ୍ଗଲରେ ଫସିଗଲା ଟିମ୍‌, ଅନ୍ଧାରରେ ବାଟ ନ ପାଇ ଘଣ୍ଟାଏ ପରେ…

ମହାକାଳପଡ଼ା,୨୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆର୍ସେଲର ମିତ୍ତଲ ଶିଳ୍ପ ପ୍ରତିଷ୍ଠା ପାଇଁ ଏକ ଟିମ୍‌ ପକ୍ଷରୁ ଜଙ୍ଗଲ ପାଶର୍‌ବ ସୀମା...

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri