Posted inଜାତୀୟ

ଟିଏମ୍‌ସି କର୍ମୀଙ୍କ ଘରୁ ୧୦୦ ବୋମା ଜବତ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ନୂଆଦିଲ୍ଲୀ,୨୮।୪(ପି.ଟି.): ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗରେ ବେଆଇନ ଭାବେ ଦେଶୀ ବୋମା ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ବାଚନ କମିଶନ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କୌଣସି ବିସ୍ଫୋରକ ସହ ସମ୍ପୃକ୍ତ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଦ୍ୱାରା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ବରିଷ୍ଠ ନିର୍ବାଚନ ଅଧିକାରୀ କହିନ୍ତି।

ଦକ୍ଷିଣ ୨୪ ପ୍ରଗଣା ଜିଲାର ଭଙ୍ଗାର ଅଞ୍ଚଳରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଘରୁ ପ୍ରାୟ ୧୦୦ଟି ଦେଶୀ ବୋମା ମିଳିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରଫିକୁଲ୍‌ ଇସ୍‌ଲାମଙ୍କ ଘରେ ଚଢ଼ାଉ ବେଳେ ଉକ୍ତ ବୋମା ମିଳିଥିଲା। ଏପ୍ରିଲ ୨୯ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇନ ଶୃଙ୍ଖଳା ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ କହିଛନ୍ତି। ବୋମା ଜବତ ହେଲେ କିମ୍ବା ଧମକ ମିଳିଲେ, ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର ପୋଲିସ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ଜଣଙ୍କୁ ଗିରଫ କରିଥିଲା କୋଟିଆ ପୋଲିସ, ବେଲ୍ କରାଇଲେ ଆନ୍ଧ୍ର ଆଇନଜୀବୀ

ପଟ୍ଟାଙ୍ଗି,୨୮।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନ କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମର ତିନି ବ୍ୟକ୍ତିଙ୍କୁ ଓଡ଼ିଶା ପକ୍ଷରୁ କୋଟିଆ ପୋଲିସ ଦ୍ୱାରା…

୨୯ ଘର ଉପରେ ଚଢିଲା ବୁଲଡୋଜର: ଡହଡହ ଖରାରେ ଲୋକେ ଆଶ୍ରୟ ନେବେ କେଉଁଠି, ବଢୁଛି ଚିନ୍ତା

କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଗ୍ରାମପଞ୍ଚାୟତର ବିନେକେଲା ଗ୍ରାମରେ ସରକାରୀ ରାସ୍ତାକୁ ଜବରଦଖଲ କରି ଘର ତିଆରି କରିଦୀର୍ଘ ଦିନ ଧରିଜବର ଦାଖଲ…

ଓଡ଼ିଶାର ଡାଲମା ସ୍ବାଦକୁ ଓନୋଙ୍କ ପ୍ରଶଂସା, ଜାପାନ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୪(ସୁନିତ୍‌ ମିଶ୍ର): ସମ୍ବଲପୁର ରେଙ୍ଗାଲିଠାରେ ଗତ ୨୪ ତାରିଖରେ ଜେଏସ୍‌ଡବ୍ଲ୍ୟୁ ଏବଂ ଜାପାନର ଜେଏଫ୍‌ଇ ଷ୍ଟିଲ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ନେଇ ଘୋଷଣା…

ବାଲୁଗାଁ ନିକଟରେ ଓଲଟିଲା ବସ୍‌, ୫୦ ଯାତ୍ରୀ….

ନୟାଗଡ଼,୨୮।୪(ଲୋକନାଥ ମିଶ୍ର): ନୟାଗଡ଼ ଖଣ୍ଡପଡା ରାସ୍ତାର ବାଲୁଗାଁ ଖେଡ଼ପଡ଼ା ନିକଟରେ ଓଲଟିଲା ବସ୍‌। ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି । ଆହତଙ୍କ…

ଜାତୀୟ କରାଟେ ଚାମ୍ପିୟନଶିପ୍‌: ଉତ୍ତରପ୍ରଦେଶ ଗସ୍ତରେ ଯିବେ ଲୋଇସିଂହାର ୭ ପ୍ରତିଯୋଗୀ

ଲୋଇସିଂହା,୨୮।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ରାଇଜିଂ କ୍ଲବର ପ୍ରଶିକ୍ଷାର୍ଥୀମାନେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ଜାତୀୟ ଓପନ କରାଟେ ଚାମ୍ପିୟନଶିପରେ…

ପାହାଡ଼ ଶିଖର ମାଟିତଳେ ଲୁଚାଇ ଚାଲିଥିଲା ଗଞ୍ଜେଇ କାରବାର, ମାଡିବସିଲା ପୋଲିସ

ପାରଳାଖେମୁଣ୍ଡି,୨୮ା୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ ସାହୁଙ୍କ ନେତୃତ୍ୱରେ ପାହାଡ ଶିଖର ମାଟିତଳେ ଚୋରାଚାଲାଣ ପାଇଁ ଲୁଚାଇ ରଖାଯାଇଥିବା ୪ କୁଇଣ୍ଟାଲରୁ ଊର୍ଦ୍ଧ୍ୱ…

ୟଲ୍‌ଦା ଓ ଡିପ୍‌ଫେକ୍‌

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସର୍ବତ୍ର ଉପଲବ୍ଧ ହେଲାଣି। ମଣିଷର ଜୀବନଯାତ୍ରାକୁ ସହଜ ଓ ସୁବିଧାଜନକ କରିଦେଉଥିବାରୁ ତାହାର ଆଦର ବଢ଼ିବାରେ ଲାଗିଛି। କିନ୍ତୁ ଏହାର ଦୁର୍ବ୍ୟବହାର ଅସ୍ବାଭାବିକ…

ଉଜ୍ଜ୍ୱଳଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଜବତ କରିଛି। ମୃତକ ହେଲେ ଉକ୍ତ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri