ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି ୨୭ ବର୍ଷର ବ୍ୟବଧାନ ପରେ ଶନି ଦେବ ପୁଣି ଥରେ ନିଜ ସ୍ୱ-ନକ୍ଷତ୍ର ଉତ୍ତରା ଭାଦ୍ରପଦକୁ ଫେରୁଛନ୍ତି । ଶନିଦେବ ୨୦ ଜାନୁଆରୀଠୁ ନେଇ ଆସନ୍ତା ମେ ୧୭ ତାରିଖ ଯାଏ ପାଖାପାଖି ୪ ମାସ ଏହି ନକ୍ଷତ୍ରରେ ଅବସ୍ଥାନ କରିବାକୁ ଯାଉଛନ୍ତି ।
ଏପରି ପରିସ୍ଥିତିରେ କେବଳଯେ ଉତରାଭାଦ୍ରପଦ ନକ୍ଷତ୍ରରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଶୁଭ ରହିବ ତାହା ନୁହେଁ ବରଂ ଏହି ସମୟ ପ୍ରାୟ ସମସ୍ତ ରାଶି ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ ବୋଲି ଜଣାପଡିଛି । ଯେଉଁ ଲୋକମାନଙ୍କ ଜନ୍ମ ଆଜିଠୁ ୨୭ ବର୍ଷ ପୂର୍ବେ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ହୋଇଥିଲା ସେମାନଙ୍କ ପାଇଁ ଏହି ସମୟ ଜୀବନର ଦିଗ ବଦଳାଇ ଦେବାର ସମ୍ଭାବନା ସୃଷ୍ଟି କରିଛି । ଏହି ବୟସ କାରିୟର ନିର୍ମାଣ, ସ୍ଥିରତା ଓ ଦାୟିତ୍ୱବୋଧତା ନେବାର ସମୟ ହୋଇଥାଏ । ଏଣୁ ଜନ୍ମ ନକ୍ଷତ୍ରରେ ଶନିଙ୍କ ଗୋଚର ଏହି ପ୍ରକାରର ବ୍ୟକ୍ତି ବିଶେଷଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ ।
ଧନୁ ରାଶି ପାଇଁ ଏହି ଗୋଚର ଅତ୍ୟନ୍ତ ମହତ୍ତପୂର୍ଣ୍ଣ ହେବାକୁ ଯାଉଛି । ଜୀବନରେ ଚାଲୁ ରହିଥିବା ଅସ୍ଥିରତା ଦୁର ହେବା ସହ କ୍ୟାରିୟରରେ ନୂଆ ଦିଗ ମିଳିବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆପଣ ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବଢିବା ସହ ପରିବାରରେ ସୁଖ-ଶାନ୍ତି ବନି ରହିବ ।
କୁମ୍ଭ ରାଶିର ଜାତକ ପାଇଁ ଏହି ସମୟରେ ପରିଶ୍ରମ ଅଧିକା ପଡିବା ସହ ଏହାର ଫଳ ବିଳମ୍ୱରେ ପ୍ରାପ୍ତ ହେବ । କିନ୍ତୁ ଆପଣଙ୍କୁ ଯେଉଁ ବି ଫଳ ମିଳିବ ତାହା ସ୍ଥାୟୀ ରହିବ । କ୍ୟାରିୟରରେ ପରବର୍ତ୍ତନ ସହ ନୂଆ ଦାୟିତ୍ୱ ମିଳିବାକୁ ଯାଉଛି । ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଖାସ୍ କରି ହାଡ ଓ ଗଣ୍ଠି ଜନିତ ରୋଗ ହେବାର ସମ୍ଭାବନା ଅଧିକ ରହିଛି । ଅନୁସାସନ ଓ ସମୟ ପ୍ରବନ୍ଧନରେ ଆପଣଙ୍କୁ ବଡ ଲାଭ ମିଳିବ ।

