ହାଇଦ୍ରାବାଦର କଫସିରପ୍‌, ଗୁଜରାଟରେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୨୦।୪(ତ୍ରିନାଥ ମହାନ୍ତି): କଟକ ଫୁଲନଖରାରେ ଥିବା ଏକ ସଂସ୍ଥାର ଗୋଦାମରୁ ୮ହଜାର ୮୪୦ ବୋତଲ ନିଷିଦ୍ଧ କଫସିରପ୍‌ ଜବତ ଘଟଣାର ଲିଙ୍କ୍‌ ଗୁଜରାଟ ଓ ହାଇଦ୍ରାବାଦକୁ ଲମ୍ବିଛି। ଏହି ବେଆଇନ କାରବାରର ମାଷ୍ଟରମାଇଣ୍ଡ ଗୁଜରାଟରେ ରହି ଓଡ଼ିଶାକୁ କଫ୍‌ସିରପ୍‌ ପଠାଉଥିଲେ। ଉକ୍ତ କଫସିରପ୍‌ ହାଇଦ୍ରାବଦରେ ତିଆରି ହେଉଥିବାବେଳେ ଫୁଲନଖରାରେ ମିଛ କମ୍ପାନୀ କରି ବସିଥିବା ଧର୍ମେନ୍ଦ୍ର କୁମାର ରାଉତ ଏହାକୁ ଗୋଦାମରେ ରଖି ରାଜ୍ୟର ବିଭିନ୍ନ ଜିଲାକୁ ପଠାଇ ମାଲାମାଲ ହେଉଥିଲେ। ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଏହା ଜାଣିବା ପରେ ଏହାର ଦୁଇଟି ସ୍ବତନ୍ତ୍ର ଟିମ୍‌ ଦୁଇ ରାଜ୍ୟ ଅଭିମୁଖେ ଗସ୍ତ କରିଥିବା ସୂଚନା ମିଳିଛି। ଏକ ଟିମ୍‌ ଗୁଜରାଟ ଯାଇ ସେଠାରେ ରହି ର଼୍ୟାକେଟ ଚଳାଉଥିବା ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ଅନ୍ୟ ଏକ ଟିମ୍‌ ହାଇଦ୍ରାବାଦ ଯାଇ କଫସିରପ୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ସମ୍ପର୍କରେ ପଚରାଉରା କରୁଥିବା ଜଣାପଡ଼ିଛି।
ଓଡ଼ିଶାରେ ନିଷିଦ୍ଧ କଫସିରପ୍‌ର ହୋଲ୍‌ସେଲର ଥିଲେ ଧର୍ମେନ୍ଦ୍ର। ରାଜ୍ୟର ବିଭିନ୍ନ ଜିଲାରେ ଥିବା ଛୋଟ ଏବଂ ବଡ଼ ବେପାରୀଙ୍କୁ ସେ କଫସିରପ୍‌ ଯୋଗାଉଥିଲେ। ତେବେ ଗୁଜରାଟରୁ ଆସୁଥିବା କଫସିରପ୍‌ର କାଗଜପତ୍ରରେ ମେଡିସିନ୍‌ ବୋଲି ଉଲ୍ଲେଖ କରାଯାଉଥିଲା। ଫଳରେ ବାଟରେ ପୋଲିସ ଅଟକାଇ ଯାଞ୍ଚ କରୁ ନ ଥିଲା। ୨୦୨୨ ଓ ୨୦୨୫ରେ ବାଲେଶ୍ୱରରୁ ବଡ଼ ପରିମାଣର କଫସିରପ୍‌ ଜବତ କରାଯାଇଥିଲା। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ତଦନ୍ତ କରିବା ପରେ ଏହି କାରବାରରେ ଭୁବନେଶ୍ୱର ଲିଙ୍କ୍‌ ପଦାକୁ ଆସିଥିଲା। ତଦନ୍ତ କରିବା ପରେ ଫୁଲନଖରାରେ ଥିବା ଏମ୍‌ଏସ୍‌ ଶୁଭମ ସଂସ୍ଥା ଏଭଳି ବେଆଇନ୍‌ କଫ୍‌ସିରପ ଯୋଗାଉଥିବା ଜଣାପଡିଥିଲା। ଏହାପରେ ଏସ୍‌ଟିଏଫ ସହାୟତାରେ ଫୁଲନଖରାସ୍ଥିତ ଶୁଭମ୍‌ ଆସୋସିଏଟ୍‌ ସଂସ୍ଥାର ଗୋଦାମରେ ଚଢାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ୭୪ ପେଟି କଫସିରପ୍‌ ଜବତ କରାଯାଇଥିଲା। ଡ୍ରଗ୍ସ ଇନ୍ସପେକ୍ଟର ଚିନ୍ମୟ କୁମାର ଜେନାଙ୍କ ଅଭିଯୋଗକ୍ରମେ ସଂସ୍ଥାର ମାଲିକ ଧର୍ମେନ୍ଦ୍ରଙ୍କ ନାମରେ ମାମଲା (ନଂ.୭/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ଫେରାର ଥିବାରୁ ତାଙ୍କୁ ଗିରଫ ପାଇଁ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଛି। ତେବେ ସେ ବାରମ୍ବାର ସ୍ଥାନ ବଦଳାଉଛନ୍ତି। ତାଙ୍କ ସହ ର଼୍ୟାକେଟର ମାଷ୍ଟରମାଇଣ୍ଡ ଓ ଅନ୍ୟମାନଙ୍କୁ ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri