ହାଇଦ୍ରାବାଦର କଫସିରପ୍‌, ଗୁଜରାଟରେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୨୦।୪(ତ୍ରିନାଥ ମହାନ୍ତି): କଟକ ଫୁଲନଖରାରେ ଥିବା ଏକ ସଂସ୍ଥାର ଗୋଦାମରୁ ୮ହଜାର ୮୪୦ ବୋତଲ ନିଷିଦ୍ଧ କଫସିରପ୍‌ ଜବତ ଘଟଣାର ଲିଙ୍କ୍‌ ଗୁଜରାଟ ଓ ହାଇଦ୍ରାବାଦକୁ ଲମ୍ବିଛି। ଏହି ବେଆଇନ କାରବାରର ମାଷ୍ଟରମାଇଣ୍ଡ ଗୁଜରାଟରେ ରହି ଓଡ଼ିଶାକୁ କଫ୍‌ସିରପ୍‌ ପଠାଉଥିଲେ। ଉକ୍ତ କଫସିରପ୍‌ ହାଇଦ୍ରାବଦରେ ତିଆରି ହେଉଥିବାବେଳେ ଫୁଲନଖରାରେ ମିଛ କମ୍ପାନୀ କରି ବସିଥିବା ଧର୍ମେନ୍ଦ୍ର କୁମାର ରାଉତ ଏହାକୁ ଗୋଦାମରେ ରଖି ରାଜ୍ୟର ବିଭିନ୍ନ ଜିଲାକୁ ପଠାଇ ମାଲାମାଲ ହେଉଥିଲେ। ତଦନ୍ତ ସମୟରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଏହା ଜାଣିବା ପରେ ଏହାର ଦୁଇଟି ସ୍ବତନ୍ତ୍ର ଟିମ୍‌ ଦୁଇ ରାଜ୍ୟ ଅଭିମୁଖେ ଗସ୍ତ କରିଥିବା ସୂଚନା ମିଳିଛି। ଏକ ଟିମ୍‌ ଗୁଜରାଟ ଯାଇ ସେଠାରେ ରହି ର଼୍ୟାକେଟ ଚଳାଉଥିବା ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ଅନ୍ୟ ଏକ ଟିମ୍‌ ହାଇଦ୍ରାବାଦ ଯାଇ କଫସିରପ୍‌ ପ୍ରସ୍ତୁତ କରୁଥିବା କମ୍ପାନୀ ସମ୍ପର୍କରେ ପଚରାଉରା କରୁଥିବା ଜଣାପଡ଼ିଛି।
ଓଡ଼ିଶାରେ ନିଷିଦ୍ଧ କଫସିରପ୍‌ର ହୋଲ୍‌ସେଲର ଥିଲେ ଧର୍ମେନ୍ଦ୍ର। ରାଜ୍ୟର ବିଭିନ୍ନ ଜିଲାରେ ଥିବା ଛୋଟ ଏବଂ ବଡ଼ ବେପାରୀଙ୍କୁ ସେ କଫସିରପ୍‌ ଯୋଗାଉଥିଲେ। ତେବେ ଗୁଜରାଟରୁ ଆସୁଥିବା କଫସିରପ୍‌ର କାଗଜପତ୍ରରେ ମେଡିସିନ୍‌ ବୋଲି ଉଲ୍ଲେଖ କରାଯାଉଥିଲା। ଫଳରେ ବାଟରେ ପୋଲିସ ଅଟକାଇ ଯାଞ୍ଚ କରୁ ନ ଥିଲା। ୨୦୨୨ ଓ ୨୦୨୫ରେ ବାଲେଶ୍ୱରରୁ ବଡ଼ ପରିମାଣର କଫସିରପ୍‌ ଜବତ କରାଯାଇଥିଲା। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ତଦନ୍ତ କରିବା ପରେ ଏହି କାରବାରରେ ଭୁବନେଶ୍ୱର ଲିଙ୍କ୍‌ ପଦାକୁ ଆସିଥିଲା। ତଦନ୍ତ କରିବା ପରେ ଫୁଲନଖରାରେ ଥିବା ଏମ୍‌ଏସ୍‌ ଶୁଭମ ସଂସ୍ଥା ଏଭଳି ବେଆଇନ୍‌ କଫ୍‌ସିରପ ଯୋଗାଉଥିବା ଜଣାପଡିଥିଲା। ଏହାପରେ ଏସ୍‌ଟିଏଫ ସହାୟତାରେ ଫୁଲନଖରାସ୍ଥିତ ଶୁଭମ୍‌ ଆସୋସିଏଟ୍‌ ସଂସ୍ଥାର ଗୋଦାମରେ ଚଢାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ୭୪ ପେଟି କଫସିରପ୍‌ ଜବତ କରାଯାଇଥିଲା। ଡ୍ରଗ୍ସ ଇନ୍ସପେକ୍ଟର ଚିନ୍ମୟ କୁମାର ଜେନାଙ୍କ ଅଭିଯୋଗକ୍ରମେ ସଂସ୍ଥାର ମାଲିକ ଧର୍ମେନ୍ଦ୍ରଙ୍କ ନାମରେ ମାମଲା (ନଂ.୭/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ଫେରାର ଥିବାରୁ ତାଙ୍କୁ ଗିରଫ ପାଇଁ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଛି। ତେବେ ସେ ବାରମ୍ବାର ସ୍ଥାନ ବଦଳାଉଛନ୍ତି। ତାଙ୍କ ସହ ର଼୍ୟାକେଟର ମାଷ୍ଟରମାଇଣ୍ଡ ଓ ଅନ୍ୟମାନଙ୍କୁ ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?