Posted inଜାତୀୟ

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ ବିଶ୍ଳେଷଣରୁ ଜଣାପଡ଼ିଛି, ତମାଖୁ ବର୍ଜନ ଦ୍ୱାରା ଭାରତର ୧୧.୫ ପ୍ରତିଶତ ଅର୍ଥାତ୍‌ ୨୦.୫ ନିୟୁତ ପରିବାରରେ ଆର୍ଥିକ ସୁଧାର ଆସିପାରିବ। ଅର୍ଥାତ୍‌ ସେମାନଙ୍କ ଆର୍ଥିକ ସ୍ଥିତି ଉନ୍ନତ ହେବାରେ ସାହାଯ୍ୟ କରିପାରିବ। ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ଦାରିଦ୍ର୍ୟ ମଧ୍ୟରେ ରହୁଥିବା ପରିବାରରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିପାରିବ ବୋଲି ବ୍ରିଟିଶ୍‌ ମେଡିକାଲ ଜର୍ନାଲ(ବିଏମ୍‌ଜେ) ଗ୍ଲୋବାଲ ହେଲ୍‌ଥରେ ପ୍ରକାଶ ପାଇଛି।
ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ, ମୁମ୍ବାଇ ଏବଂ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)-ନୋଏଡାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ୟାନ୍‌ସର ପ୍ରିଭେନ୍ସନ ଆଣ୍ଡ ରିସର୍ଚ୍ଚ (ଏନ୍‌ଆଇସିପିଆର୍‌)ର ଗବେଷକ କରିଥିବା ବିଶ୍ଳେଷଣରେ ତମାଖୁ ବନ୍ଦ ଦ୍ୱାରା ଏହାର ପ୍ରତ୍ୟକ୍ଷ ଲାଭ ମିଳିଥାଏ ବୋଲି ଜଣାପଡ଼ିଛି। ଏଥିସହିତ ତମାଖୁ ନିୟନ୍ତ୍ରଣ ପାଇଁ ଟିକସ ବୃଦ୍ଧି, ତମାଖୁ ବନ୍ଦ ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଦାରିଦ୍ର୍ୟ ହ୍ରାସ କରିବାକୁ ଏକ ସମନ୍ବିତ ପ୍ରଚେଷ୍ଟା ଜରୁରୀ। ତମାଖୁ ଛାଡ଼ିବା ଫଳରେ ୭ ନିୟୁତ ମଧ୍ୟମ ଆୟକାରୀ ପରିବାର ଉପକୃତ ହୋଇପାରିବେ ବୋଲି କୁହାଯାଇଛି।
ତମାଖୁ ସମ୍ବନ୍ଧୀୟ ରୋଗର ଚିକିତ୍ସା ଏବଂ ପରବର୍ତ୍ତୀ ସମୟରେ ଅସୁସ୍ଥତା ଏବଂ ଅକାଳ ମୃତ୍ୟୁ ହେତୁ ଆୟ ହରାଇବା ଦ୍ୱାରା ପ୍ରତିବର୍ଷ ଏକ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ବିଶ୍ୱ ଅର୍ଥନୀତି କ୍ଷତି ହୋଇଥାଏ। ହାରାହାରି ୮୦% ତମାଖୁ ବ୍ୟବହାରକାରୀ ଗରିବ ଏବଂ ମଧ୍ୟମ ଆୟକାରୀ ରାଷ୍ଟ୍ରରେ ବାସ କରନ୍ତି, ଯେଉଁଠାରେ ଘରୋଇ ଆୟର ଏକ ବିଶେଷ ଅଂଶ ତମାଖୁ ଉତ୍ପାଦନରେ ଖର୍ଚ୍ଚ ହୋଇଥାଏ। ଇଣ୍ଡିଆନ ନ୍ୟାଶନାଲ ସାମ୍ପଲ ସର୍ଭେ (ଏନ୍‌ଏସ୍‌ଏ) ୨୦୨୨-୨୩ରେ ୨ଲକ୍ଷ ୬୧ହଜାରରୁ ଊର୍ଦ୍ଧ୍ୱ ପରିବାରର ଘରୋଇ ଉପଭୋଗ୍ୟ ଖର୍ଚ୍ଚକୁ ଅନୁଧ୍ୟାନ କରାଯାଇଥିଲା। ଏଥିରେ ତମାଖୁ ବର୍ଜନ ଫଳରେ ସେମାନଙ୍କ ଦୀର୍ଘକାଳୀନ ଅର୍ଥନୈତିକ ସୁଧାରାବସ୍ଥାକୁ ଉପଲବ୍ଧି କରାଯାଇଥିଲା। ଦେଖାଯାଇଥିଲା ତମାଖୁ ବର୍ଜନ ଦ୍ୱାରା ଗରିବ ଶ୍ରେଣୀର ପରିବାରରେ ମାସିକ ଖର୍ଚ୍ଚରେ ଉନ୍ନତି ଆସିଛି। ସର୍ଭେରେ ବିଡି, ସିଗାରେଟ ଏବଂ ତମାଖୁ ସେବନ କରୁଥିବା ଲୋକମାନଙ୍କ ୭ଦିନର ଖର୍ଚ୍ଚକୁ ରେକର୍ଡ କରାଯାଇ ତାଙ୍କର ମାସିକ ଖର୍ଚ୍ଚକୁ ହିସାବ କରାଯାଇଥିଲା। ଜଣାପଡ଼ିଥିଲା ଯେ, ସବୁଠୁ ଗରିବ ପରିବାର ତମାଖୁ ସେବନ ପାଇଁ ମୁଣ୍ଡପିଛା ସର୍ବାଧିକ ମାସିକ ୬.୪% ଅର୍ଥ ଖର୍ଚ୍ଚ କରୁଥିବାବେଳେ ଗ୍ରାମାଞ୍ଚଳ ପରିବାରଗୁଡ଼ିକରେ ୬.୬% ଅର୍ଥ ଖର୍ଚ୍ଚ କରୁଛନ୍ତି। ଏଥିସହିତ ତମାଖୁ ବାବଦ ଖର୍ଚ୍ଚ ଅନୁପାତ ପରିବାରର ଆୟ ବୃଦ୍ଧି ତୁଳନାରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗରିବ ପରିବାରରେ ଏହା ୪.୪% ଥିବାବେଳେ ମଧ୍ୟମ ଆୟ ବର୍ଗର ପରିବାରରେ ୩.୬%, ଧନୀ ପରିବାରରେ ୨.୮% ଏବଂ ଅତି ଧନୀ ପରିବାରରେ ତମାଖୁ ବାବଦ ଖର୍ଚ୍ଚ ୨% କରାଯାଉଥିବା ଜଣାପଡ଼ିଛି। ଏହି ବିଶ୍ଳେଷଣରେ ଗବେଷକମାନେ କହିଛନ୍ତି ଯେ, ଏହି ଅନୁଧ୍ୟାନ ଏକ ପର୍ଯ୍ୟବେକ୍ଷଣମୂଳକ ଥିଲା। ତମାଖୁରେ ଖର୍ଚ୍ଚ ହେଉ ନ ଥିବା ଅର୍ଥ ପରିବାରର କୌଣସି ଗୁରୁତ୍ୱପୂର୍ଣ୍ଣ ବାବଦରେ ଖର୍ଚ୍ଚ ହୋଇଥିବା ଜଣାପଡ଼ି ନାହିଁ। ଏହାସତ୍ତ୍ୱେ ତମାଖୁ ସେବନ ବହୁ ଲକ୍ଷ ପରିବାରର ଆର୍ଥିକ ପ୍ରଗତିରେ ଏକ ପ୍ରତିବନ୍ଧକ ସାଜିଥିବା ଅନୁଧ୍ୟାନରୁ ଜଣାପଡ଼ିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?